ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ, ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି

ଭୁବନେଶ୍ୱର: ଗୁରୁବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ପଶ୍ଚିମା ଝଡ଼ର ପ୍ରଭାବରେ ଦିନ ଏବଂ ରାତିରେ ତାପମାତ୍ରା ବୃଦ୍ଧି ଘଟାଇବ। ଏହାଦ୍ୱାରା ରାତିରେ ଥଣ୍ଡାର ପ୍ରଭାବ ମଧ୍ୟ ଦୃଷ୍ଟାନ୍ତମୂଳକ ଭାବେ କମିଯିବ। ଖରାର ପ୍ରଭାବ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଏହି ସମୟରେ ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବ। ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଥିବା ବେଳେ ଏହି […]

ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ, ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି
fhfddfgfdfd

ଭୁବନେଶ୍ୱର: ଗୁରୁବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ପଶ୍ଚିମା ଝଡ଼ର ପ୍ରଭାବରେ ଦିନ ଏବଂ ରାତିରେ ତାପମାତ୍ରା ବୃଦ୍ଧି ଘଟାଇବ। ଏହାଦ୍ୱାରା ରାତିରେ ଥଣ୍ଡାର ପ୍ରଭାବ ମଧ୍ୟ ଦୃଷ୍ଟାନ୍ତମୂଳକ ଭାବେ କମିଯିବ।

ଖରାର ପ୍ରଭାବ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଏହି ସମୟରେ ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବ। ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଥିବା ବେଳେ ଏହି ଧାରା ଜାରି ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇଁ ପାଗ ଅନୁକୂଳ ରହିଛି। ପ୍ରବଳ ଖରା ଯୋଗୁଁ ଅନେକ ସ୍ଥାନରେ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ କେନ୍ଦ୍ର ଆକଳନ କରିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଆଗକୁ କ୍ରମାଗତ ଭାବେ ପଶ୍ଚିମାଝଡ଼ର ପ୍ରଭାବ ରହିବ। ବର୍ତ୍ତମାନ ଆଫାଗାନୀସ୍ଥାନ ନିକଟରେ ଗୋଟିଏ ପଶ୍ଟିମା ଝଡ଼ ରହିଥିବା ବେଳେ ଏହା ପଛକୁ ଇରାକ ନିକଟରେ ଥିବା ପଶ୍ଚିମା ଝଡ଼ ମଧ୍ୟ ପ୍ରଭାବ ପକାଇବ। ଏହା ପଛକୁ ମଧ୍ୟ ଅନ୍ୟ ଏକ ପଶ୍ଚିମାଝଡ଼ର ପ୍ରଭାବ ରହିବ। ଏହାସହିତ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ପ୍ରଭାବ ସୃଷ୍ଟି କରିବାକୁ ଥିବାରୁ ଉଭୟ ରାତି ଓ ଦିର ତାପମାତ୍ରାରେ ବୃଦ୍ଧି ଘଟିବ। ଅନ୍ୟପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ମଧ୍ୟ ଜାରି ରହିବ। ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି।

ସେହିପରି ତାପର ଦିନ ମଧ୍ୟ ଅନେକ ସ୍ଥାନରେ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗଲା ୨୧ ତାରିଖରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାତାର କୁହୁଡ଼ିର ପ୍ରଭାବ ଜାରି ରହିଛି। ଏହି ସ୍ଥିତି ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ଏବଂ ରାଉରକେଲାରେ ୧୦.୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବରଗଡ଼ରେ ସର୍ବାଧିକ ୩୩.୦ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଅନୁଗୋଳ, କୋରାପୁଟ ଓ ନୟାଗଡ଼ରେ ପ୍ରବଳ ଘନକୁହୁଡ଼ି ଦେଖାଯିବା ସହ ଦୃଶ୍ୟମାନର ଦୂରତା ୫୦ ମିଟର ରହିଥିବା ନେଇ ଜଣଆପଡ଼ିଛି।