ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଭୁବନେଶ୍ୱର,୨୦।୭: ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। SRCଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ। ମାଲକାନଗିରିର ତଳିଆ ଅଞ୍ଚଳର କିଛି ପୋଲରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ଅଞ୍ଚଳରେ ଘରେ ମଧ୍ୟ ପାଣି ପଶିଛି ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପାଣି ପଶିଥିବା ସ୍ଥାନମାନଙ୍କରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖାଇବା ବ୍ୟବସ୍ଥା ହୋଇଛି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସହ […] The post ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୦।୭: ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। SRCଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ। ମାଲକାନଗିରିର ତଳିଆ ଅଞ୍ଚଳର କିଛି ପୋଲରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ଅଞ୍ଚଳରେ ଘରେ ମଧ୍ୟ ପାଣି ପଶିଛି ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପାଣି ପଶିଥିବା ସ୍ଥାନମାନଙ୍କରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖାଇବା ବ୍ୟବସ୍ଥା ହୋଇଛି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସହ ବୈଠକ ପରେ SRC ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଳମଗ୍ନ ରାସ୍ତାରେ ଗାଡ଼ି ଚଳାଚଳ ନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସର ସହାୟତା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି।
ସୂଚନାଥାଉ କି, ଚିତ୍ରକୋଣ୍ଡାରେ ସର୍ବାଧିକ ୨୨୦.୫ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କୋରକୁଣ୍ଡାରେ ୨୧୭ ମିମି, ମାଲକାନଗିରି ୧୮୪.୨ ମିମି, ମାଥିଲିରେ ୧୬୩ ମିମି, କୋଟପାଡ଼ରେ ୧୫୮ ମିମି ବର୍ଷା ରେକର୍ଡ ହୋଇଛି।
The post ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ appeared first on Dharitri Odia News.