ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୪ ଗୁରୁତର

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ୫ ଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ ଗାଁରେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି । କାଳବୈଶାଖୀ ବର୍ଷାରେ ଘର ବାରଣ୍ଡାରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିବାରୁ ଉଭୟ ଖସି ପଡ଼ିଥିଲେ । ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାକୁ ଆଣିଥିବା ବେଳେ ଝିଅକୁ ମୃତ ଘୋଷଣା କରାଯାଇଥିଲା । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କ ଚିକିତ୍ସା ଜାରି […] The post ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୪ ଗୁରୁତର appeared first on KNews Odisha.

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫  ମୃତ, ୪ ଗୁରୁତର
lightning

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ୫ ଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ ଗାଁରେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି । କାଳବୈଶାଖୀ ବର୍ଷାରେ ଘର ବାରଣ୍ଡାରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିବାରୁ ଉଭୟ ଖସି ପଡ଼ିଥିଲେ ।

ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାକୁ ଆଣିଥିବା ବେଳେ ଝିଅକୁ ମୃତ ଘୋଷଣା କରାଯାଇଥିଲା । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି ।  ସେପଟେ କାମାକ୍ଷାନଗରରେ ବଜ୍ରାଘାତରେ ୨ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ବାଘୁଆ ଗାଁ ନିକଟରେ ବଜ୍ରାଘାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ଟଙ୍କା କଲେକ୍ସନ ସାରି ଫେରୁଥିବା ବେଳେ ରେଙ୍ଗାଲି ବାମ କେନାଲ ଉପରେ ବଜ୍ରାଘାତର ଶିକାର ହୋଇଥିଲେ । ସେହିପରି ମାଳପୁରା ଗାଁରେ ଏକ ପରିବାର ଘରେ ବସିଥିବେ ବେଳେ ବଜ୍ରାଘାତରେ ଜଣକ ଜୀବନ ଯାଇଛି ।  ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରକିଟା ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ନୟାଗଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ବଳଭଦ୍ର ପ୍ରସାଦ ଗଉଡପାଟଣା ଗାଁର ସୁକାନ୍ତି ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ଯୁ ଘଟିଛି ।

The post ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୪ ଗୁରୁତର appeared first on KNews Odisha.