ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୬ା୩: ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୬ ଦଶମିକ ୭ ଡିଗ୍ରୀ ସେଲସିୟସ। ରାଜ୍ୟରେ ଏବେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟମରେ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ନୟାଗଡ଼, କଟକ, […] The post ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲାରେ ବର୍ଷା ସମ୍ଭାବନା appeared first on Dharitri Odia News.
ଭୁବନେଶ୍ୱର,୬ା୩: ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୬ ଦଶମିକ ୭ ଡିଗ୍ରୀ ସେଲସିୟସ। ରାଜ୍ୟରେ ଏବେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି।
ଏହାଦ୍ୱାରା ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟମରେ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ନୟାଗଡ଼, କଟକ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ବିଶ୍ୱ ପାଣିପାଗ ସଂଗଠନ ଏଲ୍ ନିନୋକୁ ନେଇ ନୂଆ ତଥ୍ୟ ଜାରି କରିଛି। ଏଲ୍ ନିନୋ ଏବେ ଦୁର୍ବଳ ହେବା ସତ୍ତେ୍ୱ ମାର୍ଚ୍ଚରୁ ମେ’ ମଧ୍ୟରେ ପ୍ରାୟ ସବୁ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଅନୁମାନ କରାଯାଇଛି। ସଂଗଠନର ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚରୁ ମେ’ ମଧ୍ୟରେ ଏଲ୍ ନିନୋର ପ୍ରଭାବ ବଳବତ୍ତର ରହିବାର ୬୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଏପ୍ରିଲରୁ ଜୁନ୍ ମଧ୍ୟରେ ଏଲ୍ ନିନୋ କିମ୍ବା ଲା ନିନା ଆସିବାର ୮୦ ପ୍ରତିଶତ ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଏଲ୍ ନିନୋ ହାରାହାରି ୨ରୁ ୭ ବର୍ଷରେ ହୁଏ ଏବଂ ସାଧାରଣତଃ ୯ରୁ ୧୨ ମାସ ପର୍ଯ୍ୟନ୍ତ ତା’ର ପ୍ରଭାବ ରହିଥାଏ। ଏହା ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା, ଯାହା କେନ୍ଦ୍ରୀୟ ଓ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଉଷ୍ମତା ସହ ଜଡ଼ିତ। ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ।
The post ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲାରେ ବର୍ଷା ସମ୍ଭାବନା appeared first on Dharitri Odia News.