ରାଜ୍ୟରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ
ଭୁବନେଶ୍ୱର : ବିପତ୍ତି ସମୟରେ କେମିତି କରିବେ ଆତ୍ମରକ୍ଷା । ଏନେଇ ହେବ ମକ ଡ୍ରିଲ । ଓଡ଼ିଶାରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ । ସାଧାରଣ ଜନତାଙ୍କ ସହ ମକଡ୍ରିଲରେ ଛତ୍ରଛାତ୍ରୀଂକୁ ସାମିଲ କରାଯିବ । ଏନେଇ ଗତକାଲି ନିର୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟ । ନାଗରିକଙ୍କ ସୁରକ୍ଷା ପାଇଁ ୭ ମେ ରେ ମକଡ୍ରିଲ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିପାଇଁ ଆସନ୍ତା କାଲି ପ୍ରଥମେ ୯ ଟି ସ୍ଥାନରେ ଯଥା,ଧାମରା, […]

ଭୁବନେଶ୍ୱର : ବିପତ୍ତି ସମୟରେ କେମିତି କରିବେ ଆତ୍ମରକ୍ଷା । ଏନେଇ ହେବ ମକ ଡ୍ରିଲ । ଓଡ଼ିଶାରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ । ସାଧାରଣ ଜନତାଙ୍କ ସହ ମକଡ୍ରିଲରେ ଛତ୍ରଛାତ୍ରୀଂକୁ ସାମିଲ କରାଯିବ । ଏନେଇ ଗତକାଲି ନିର୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟ ।
ନାଗରିକଙ୍କ ସୁରକ୍ଷା ପାଇଁ ୭ ମେ ରେ ମକଡ୍ରିଲ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିପାଇଁ ଆସନ୍ତା କାଲି ପ୍ରଥମେ ୯ ଟି ସ୍ଥାନରେ ଯଥା,ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରଦୀପରେ ମକ୍ଡ୍ରିଲ୍ ହେବାର ସୂଚନା ରହିଛି। ସେହିପରି ଅନ୍ୟ ୩ ଟି ସମ୍ବେଦନଶୀଳ ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣ କିପରି ନିଜର ସୁରକ୍ଷା କରିବେ,ସେ ନେଇ ମକଡ୍ରିଲ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ।