ରାଜ୍ୟରେ ୪ ଯାଏଁ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ଵର: ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା। ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ରାଜ୍ୟରେ ଆଗାମୀ ୪ ତାରିଖ ଯାଏ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଜି ସନ୍ଧ୍ୟାରେ ବର୍ଷା । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା । ବିଜୁଳି ଘଡ ଘଡି ସହ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟାରେ ହାଲୁକା ଓ କାଁଭାଁ ମଧ୍ୟମ ଧରଣର ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ସୋନପୁର ,ବୌଦ୍ଧ, ଅନୁଗୁଳ, ସମ୍ବଲପୁର , ଦେଓଗଡ, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଓ ବଲାଙ୍ଗୀର । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝଗର ଓ ମୟୁରଭଞ୍ଜ ଏହି ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୪ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବ। Also read: ଦାମୀ ବ୍ରାଣ୍ଡ୍ ନାଁ
ଭୁବନେଶ୍ଵର: ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା। ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ରାଜ୍ୟରେ ଆଗାମୀ ୪ ତାରିଖ ଯାଏ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଜି ସନ୍ଧ୍ୟାରେ ବର୍ଷା । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା । ବିଜୁଳି ଘଡ ଘଡି ସହ ବର୍ଷା ହେବ ।
ଆସନ୍ତା ୨୪ ଘଣ୍ଟାରେ ହାଲୁକା ଓ କାଁଭାଁ ମଧ୍ୟମ ଧରଣର ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ସୋନପୁର ,ବୌଦ୍ଧ, ଅନୁଗୁଳ, ସମ୍ବଲପୁର , ଦେଓଗଡ, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଓ ବଲାଙ୍ଗୀର । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝଗର ଓ ମୟୁରଭଞ୍ଜ ଏହି ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୪ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବ।
Also read: ଦାମୀ ବ୍ରାଣ୍ଡ୍ ନାଁରେ ବିକ୍ରି ହେଉଛି ନକଲି ଲୁହା ଛଡ଼, କୋରାପୁଟ ଓ ମାଲକାନଗିରିରେ ବ୍ୟାପକ ଜାଲିଆତି
ଉପକୂଳ ଓଡ଼ିଶାରେ ବିଶେଷ କରି ବର୍ଷାର ପ୍ରଭାବ ରହିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ,ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଏହି ୨୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଦିନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ୪୦ ଡିଗ୍ରୀ ସହ ଗୋଟେ ଦୁଇଟି ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ବିଭାଗ ପୂର୍ବାନୁମାନ କରିଛି।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଜି ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ବିଜୁଳି ଘଡ ଘଡି ସହ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି କିଲୋମିଟର ୬୦ ରୁ ୬୫ କିମି ରହିବ। ଦକ୍ଷିଣ ପଶ୍ଚିମରୁ ଆସୁଥିବା ପବନର ବେଗ କମ୍ ରହିଛି । କିନ୍ତୁ ଉପକୂଳକୁ ସମୁଦ୍ର ମଧ୍ୟକୁ ପବନର ବେଗ ଅଧିକ ରହୁଛି। ପ୍ରଭାବରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହୁଛି । ବିଶେଷ କରି ଆଭ୍ୟନ୍ତରୀଣ ଉପକୂଳରେ ବର୍ଷା ଅଧିକ ହେବ । ଏଥିସହ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଏଭଳି ପାଗ ଆସନ୍ତା ୪ ତାରିଖ ଯାଏଁ ରହିବ । ୫ ତାରିଖରେ ସାମାନ୍ୟ ବର୍ଷା ହୋଇପାରେ । ତେବେ ୯ ରୁ ପୁଣି ବଢ଼ିବ ତାପମାତ୍ରା। କେତେକ ସ୍ଥାନରେ ୪୦ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।
ସେପଟେ ଗତ ୨୪ ଘଣ୍ଟାରେ ୩ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୨.୦୦ରେକର୍ଡ ହୋଇଛି। ସେହିପରି କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବା ବେଳେ କନ୍ଧମାଳର ଫିରିଙ୍ଗିଆଠାରେ ସର୍ବାଧିକ ୪୦.୨ ମିମି ବର୍ଷା ରେକର୍ଡ କରାଯାଇଛି।