ରାଜ୍ୟସଭା ରେସରେ କିଏ? ବିଜେପି ଆପଣଇବ କି ମମତା ଫର୍ମୁଲା? ନା ଦଳର ବରିଷ୍ଠଙ୍କୁ ମିଳିବ ସୁଯୋଗ?
କନକ ବ୍ୟୁରୋ: ସୁଜିତ କୁମାରଙ୍କ ଇସ୍ତଫା ପରେ କିଏ ଯିବ ରାଜ୍ୟସଭା । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ଆସନ ହାତେଇବା ନିଶ୍ଚିତ ହୋଇଥିବାବେଳେ ପୁଣି ସୁଜିତ କୁମାର ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଆଲୋଚନା ହେଲାଣି । ସୁଜିତ କୁମାର ଇସ୍ତଫା ଦେବା ପରେ ଫାଙ୍କା ପଡିଛି ରାଜ୍ୟସଭା ଆସନ। ଏହି ଆସନରୁ କିଏ ଉଚ୍ଚ ସଦନ ଯିବେ ତାହାକୁ ନେଇ ସସପେନ୍ସ ଜାରି ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ପୁଣିଥରେ ଏହି ଆସନ ହାତେଇବା ନିଶ୍ଚିତ। କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜ୍ୟସଭା ରେସରେ ରହିଛନ୍ତି ଅନେକ ଆଶାୟୀ। କିଛିଦିନ ପୂର୍ବରୁ ବିଜେଡି ଓ ସାଂସଦ ପଦ ଛାଡିଥିବା ମମତା ମହାନ୍ତଙ୍କୁ ପୁଣିଥରେ ରାଜ୍ୟସଭା ଯିବାକୁ ସୁଯୋଗ ଦେଇଥିଲା ବିଜେପି। ଏବେ ସେହି ଫର୍ମୁଲା ସୁଜିତଙ୍କ କ୍ଷେତ୍ରରେ ଆପଣାଇବ କି ଦଳ? କାହାକୁ ଭରସା କରିବ ବିଜେପି?ସୁସଙ୍ଗଠକ ନା ଆନୁଗତ୍ୟ? ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢିଛି ବିଜେପି। ସାଙ୍ଗଠନିକ ଦକ୍ଷତା ଦୃଷ୍ଟିରୁ ସରକାର ଗଢିବାରେ ଯେଉଁମାନେ ମୁଖ୍ୟ ପୁରୋଧା ଥିଲେ ସେମାନଙ୍କୁ ପୁରସ୍କାର ସ୍ବରୂପ ମିଳିପାରେ ରାଜ୍ୟସଭା ସିଟ୍। ଯେଉଁ ତାଲିକାରେ ରହିଛନ୍ତି ଦଳର ମୁଖ୍ୟ ମନମୋହନ ସାମଲ, ସମୀର ମହାନ୍ତି, ଗୋଲକ ମହାପାତ୍ର। ଏହାଛଡା ଦଳର ୨ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ସମୀର ଦାଶଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି। ସମୀର ନିର୍ବାଚନ ପୂର୍ବରୁ ବିଜେଡି ଛାଡିଥିବା ବେଳେ ଦି

କନକ ବ୍ୟୁରୋ: ସୁଜିତ କୁମାରଙ୍କ ଇସ୍ତଫା ପରେ କିଏ ଯିବ ରାଜ୍ୟସଭା । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ଆସନ ହାତେଇବା ନିଶ୍ଚିତ ହୋଇଥିବାବେଳେ ପୁଣି ସୁଜିତ କୁମାର ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଆଲୋଚନା ହେଲାଣି ।
ସୁଜିତ କୁମାର ଇସ୍ତଫା ଦେବା ପରେ ଫାଙ୍କା ପଡିଛି ରାଜ୍ୟସଭା ଆସନ। ଏହି ଆସନରୁ କିଏ ଉଚ୍ଚ ସଦନ ଯିବେ ତାହାକୁ ନେଇ ସସପେନ୍ସ ଜାରି ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ପୁଣିଥରେ ଏହି ଆସନ ହାତେଇବା ନିଶ୍ଚିତ। କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜ୍ୟସଭା ରେସରେ ରହିଛନ୍ତି ଅନେକ ଆଶାୟୀ। କିଛିଦିନ ପୂର୍ବରୁ ବିଜେଡି ଓ ସାଂସଦ ପଦ ଛାଡିଥିବା ମମତା ମହାନ୍ତଙ୍କୁ ପୁଣିଥରେ ରାଜ୍ୟସଭା ଯିବାକୁ ସୁଯୋଗ ଦେଇଥିଲା ବିଜେପି। ଏବେ ସେହି ଫର୍ମୁଲା
ସୁଜିତଙ୍କ କ୍ଷେତ୍ରରେ ଆପଣାଇବ କି ଦଳ?
କାହାକୁ ଭରସା କରିବ ବିଜେପି?
ସୁସଙ୍ଗଠକ ନା ଆନୁଗତ୍ୟ?
ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢିଛି ବିଜେପି। ସାଙ୍ଗଠନିକ ଦକ୍ଷତା ଦୃଷ୍ଟିରୁ ସରକାର ଗଢିବାରେ ଯେଉଁମାନେ ମୁଖ୍ୟ ପୁରୋଧା ଥିଲେ ସେମାନଙ୍କୁ ପୁରସ୍କାର ସ୍ବରୂପ ମିଳିପାରେ ରାଜ୍ୟସଭା ସିଟ୍। ଯେଉଁ ତାଲିକାରେ ରହିଛନ୍ତି ଦଳର ମୁଖ୍ୟ ମନମୋହନ ସାମଲ, ସମୀର ମହାନ୍ତି, ଗୋଲକ ମହାପାତ୍ର। ଏହାଛଡା ଦଳର ୨ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ସମୀର ଦାଶଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି। ସମୀର ନିର୍ବାଚନ ପୂର୍ବରୁ ବିଜେଡି ଛାଡିଥିବା ବେଳେ ଦିଲ୍ଲୀପ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ।
ଚଳିତ ସପ୍ତାହରେ ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି। ତେବେ ବିଜେପିର ସଂସଦୀୟ ବୋର୍ଡ କାହା ନାଁରେ ମୋହର ମାରିବ ତାହା ଉପରେ ରହିଛି ସମସ୍ତଙ୍କର ନଜର।