ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ବିଜେଡି ନେତ୍ରୀ ମମତା ମହନ୍ତ, ଆଜି ଧରିଲେ ପଦ୍ମ

 ଭୁବନେଶ୍ୱର : କାଲି ଛାଡ଼ିଥିଲେ ବିଜେଡି, ଆଜି ଧରିଲେ ପଦ୍ମ । ମମତା ମହନ୍ତଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ । ତାଙ୍କ ଇସ୍ତଫା ପରେ ଖାଲି ହୋଇଛି ଗୋଟିଏ ରାଜ୍ୟସଭା ଆସନ । ଏହି ଆସନର ଉପନିର୍ବାଚନ ହେଲେ ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏ ଆସନରୁ ରାଜ୍ୟସଭାକୁ ବିଜେପି ପଠାଇବାର ସମ୍ଭାବନା ରହିଛି । […] The post ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ବିଜେଡି ନେତ୍ରୀ ମମତା ମହନ୍ତ, ଆଜି ଧରିଲେ ପଦ୍ମ appeared first on KNews Odisha.

ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ବିଜେଡି ନେତ୍ରୀ ମମତା ମହନ୍ତ, ଆଜି ଧରିଲେ ପଦ୍ମ
mamata

 ଭୁବନେଶ୍ୱର : କାଲି ଛାଡ଼ିଥିଲେ ବିଜେଡି, ଆଜି ଧରିଲେ ପଦ୍ମ । ମମତା ମହନ୍ତଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ । ତାଙ୍କ ଇସ୍ତଫା ପରେ ଖାଲି ହୋଇଛି ଗୋଟିଏ ରାଜ୍ୟସଭା ଆସନ । ଏହି ଆସନର ଉପନିର୍ବାଚନ ହେଲେ ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏ ଆସନରୁ ରାଜ୍ୟସଭାକୁ ବିଜେପି ପଠାଇବାର ସମ୍ଭାବନା ରହିଛି । କିମ୍ବା ପୁଣି ବିଜେପି ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିପାରେ ବୋଲି କୁହାଯାଉଛି । ସେପଟେ ବିଜେଡି କହିଛି, ଯିଏ ବି ଦଳରୁ ଗଲେ କିଛି ଫରକ ପଡିବ ନାହିଁ  ।

ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ମହନ୍ତ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସଦସ୍ୟ ପଦ ସହ ବିଜେଡି କାହିଁକି ଛାଡିଲେ ମମତା ମହନ୍ତ । ଏହା ପଛର କଣ ରହିଛି ରାଜନୈତିକ ସମୀକରଣ । ଆହୁରି ବର୍ଷେ ୮ ମାସ ବାକି ଥିଲା ମମତା ମହନ୍ତଙ୍କର କାର୍ଯ୍ୟକାଳ ।

ଏବେ କଣ ପାଇଁ ବିଜେଡି ସହ ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ମମତା । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ । ତେଣୁ ଏବେ ରାଜ୍ୟସଭାକୁ ମମତାଙ୍କ ସ୍ଥାନରେ କିଏ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ବିଜେପି ସଭାପତି ମନମୋହନ ସାମଲଙ୍କୁ ଏ ଆସନରୁ ରାଜ୍ୟସଭାକୁ ବିଜେପି ଯଦି  ପଠାଏ,  ତା’ ହେଲେ ମମତା ମହନ୍ତଙ୍କୁ ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷା କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଦିଲ୍ଲୀ ମହଲରେ ଚର୍ଚ୍ଚା ଅନୁସାରେ ଏବେ ରାଜ୍ୟସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ । ତେଣୁ ବିଜେପିର ନଜର ରହିଛି ୱାଇଏସଆରକଂଗ୍ରେସ, ବିଜେଡି ଓ ବିଆରଏସ ଆଦି ଦଳ ଉପରେ । ଏବେ ରାଜ୍ୟସଭାରେ ବିଜେଡିର ୮ ଜଣ ସାଂସଦ ଅଛନ୍ତି । ରାଜ୍ୟସଭାରେ ବିରୋଧୀଙ୍କ ସଂଖ୍ୟା କମିଲେ ଏହା ବିଜେପିକୁ ଫାଇଦା ମିଳିବ । ତେଣୁ ରାଜ୍ୟସଭାରେ ବିଜେପି ନିଜର ମଜଭୁତ ସ୍ଥିତି ଜାହିର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା କୁହାଯାଉଛି।

ତେବେ ମମତା ମହନ୍ତଙ୍କ ପ୍ରସଙ୍ଗରେ ବିଜେଡି ର ସାମ୍ବାଦିକ ସମ୍ମିଳନୀ କରିଛି । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ମମତା ଇସ୍ତଫା ଦେଇଛନ୍ତି । ବିଜେଡି ଅତୀତରେ ଅନେକ ମହିଳାଙ୍କ ସାମର୍ଥ୍ୟ ନେଇ ସେମାନଙ୍କୁ ସୁଯୋଗ ଦେଇଛି । କୁଡୁମି ସମାଜର ଅଭିବୃଦ୍ଧି ପାଇଁ ନବୀନ ସରକାର ଅନେକ କାର୍ଯ୍ୟ କରିଛନ୍ତି । ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭିତ୍ତିହିନ । ମୟୂରଭଞ୍ଜ ବାସୀଙ୍କୁ ମମତା ଧୋକା ଦେଇଛନ୍ତି। ମୟୂରଭଞ୍ଜ ବାସୀ ଏହାର ଜବାବ ଦେବେ ବୋଲି  ବିଜେଡି କହିଛି ।

The post ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ବିଜେଡି ନେତ୍ରୀ ମମତା ମହନ୍ତ, ଆଜି ଧରିଲେ ପଦ୍ମ appeared first on KNews Odisha.