ରାଜ୍ୟସଭାରେ ମୋଦୀଙ୍କ ସମ୍ବୋଧନ: ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍
କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମ୍ବୋଧନ ବେଳେ ସେ ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ମଣିପୁର ପରି ଅତି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି, ଆଉ ମଣିପୁରବାସୀ ଏହାର ଉଚିତ ଜବାବ ଦେବେ। ମଣିପୁରରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି ଏବଂ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍କୁଲ ଖୋଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, […] The post ରାଜ୍ୟସଭାରେ ମୋଦୀଙ୍କ ସମ୍ବୋଧନ: ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ first appeared on Kanak News.

କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମ୍ବୋଧନ ବେଳେ ସେ ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ମଣିପୁର ପରି ଅତି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି, ଆଉ ମଣିପୁରବାସୀ ଏହାର ଉଚିତ ଜବାବ ଦେବେ। ମଣିପୁରରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି ଏବଂ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍କୁଲ ଖୋଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ମଣିପୁରରେ ଗୋଷ୍ଠୀ ସଂଘର୍ଷର ପୁରୁଣା ଇତିହାସ ରହିଛି। ପୂର୍ବରୁ ମଧ୍ୟ ଏହି ରାଜ୍ୟରେ ୧୦ ଥର ରାଷ୍ଟ୍ରପତି ଶାସନ ଜାରି ହୋଇସାରିଛି। ହେଲେ ଏହାକୁ ନେଇ ରାଜନୀତି ନକରି ବରଂ ସମାଧାନ କରିବାକୁ ସମସ୍ତେ ପ୍ରୟାସ କରିବା ଦରକାର। ମଣିପୁରରେ ଗତବର୍ଷ ମେ’ ମାସରୁ କୁକି ଓ ମୈତେଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି।
The post ରାଜ୍ୟସଭାରେ ମୋଦୀଙ୍କ ସମ୍ବୋଧନ: ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ first appeared on Kanak News.