ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଭୁବନେଶ୍ୱରରେ ୩ ଦିନ(୧୭,୧୮,୧୯) ଧରି ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡମ୍ବରୁଧର ରାଓ। ତେଇଶି ବର୍ଷ ସିନିଅର ପ୍ରତିଯୋଗିତାରେ ଭାଗ ନେବେ ଡମ୍ବୁରୁ।ଏଥିପାଇଁ ସେ ଦୀର୍ଘ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ହେବ କୋଚ୍‌ ଜିତେଶ ଦାସଙ୍କ ପାଖରେ ପ୍ରଶିକ୍ଷଣ ନେଉଛନ୍ତି। ଗଞ୍ଜାମ ଜିଲା ଶେରଗଡ଼ ପାଓ୍ବାର ଲିଫ୍ଟ ସମ୍ପାଦକ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଡମ୍ବୁରୁଙ୍କ ବ୍ରହ୍ମପୁର ଅଞ୍ଚଳର ଆଶିଷ ସାହୁ ଓ ବରୁଣ ରାଓ ମଧ୍ୟ […] The post ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର appeared first on Dharitri Odia News.

ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଭୁବନେଶ୍ୱରରେ ୩ ଦିନ(୧୭,୧୮,୧୯) ଧରି ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡମ୍ବରୁଧର ରାଓ। ତେଇଶି ବର୍ଷ ସିନିଅର ପ୍ରତିଯୋଗିତାରେ ଭାଗ ନେବେ ଡମ୍ବୁରୁ।ଏଥିପାଇଁ ସେ ଦୀର୍ଘ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ହେବ କୋଚ୍‌ ଜିତେଶ ଦାସଙ୍କ ପାଖରେ ପ୍ରଶିକ୍ଷଣ ନେଉଛନ୍ତି। ଗଞ୍ଜାମ ଜିଲା ଶେରଗଡ଼ ପାଓ୍ବାର ଲିଫ୍ଟ ସମ୍ପାଦକ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଡମ୍ବୁରୁଙ୍କ ବ୍ରହ୍ମପୁର ଅଞ୍ଚଳର ଆଶିଷ ସାହୁ ଓ ବରୁଣ ରାଓ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ଡମ୍ବୁରୁ ନିଶ୍ଚିତ ସଫଳତା ହାସଲ କରିବେ ବୋଲି କୋଚ୍‌ ଜିତେଶ ଆଶାବାଦୀ ଥିବା ଗଣମାଧ୍ୟମକୁ ସୂଚନା ମିଳିଛି।
ପ୍ରକାଶଯୋଗ୍ୟ, ଜିଲା ଓ ଜିଲା ବାହାରେ ଭାରୋତ୍ତଳନ ପ୍ରତିଯୋଗିତାଗୁଡ଼ିକରେ ସେ ଅନେକ ସଫଳତା ହାସଲ କରିଛନ୍ତି।

The post ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର appeared first on Dharitri Odia News.