ରାଜ୍ୟସ୍ତରୀୟ ମିନିଗଲ୍ଫ: ଭୁବନେଶ୍ବର ଚାମ୍ପିୟନ
ଭୁବନେଶ୍ବର,୧୫ା୧ (ତପନ ସ୍ବାଇଁ): ଓଡିଶା ମିନିଗଲ୍ଫ ଆସୋସିଏଶନ ଆନୁକୂଲ୍ୟରେ ୨ ଦିନିଆ ରାଜ୍ୟସ୍ତରୀୟ ମିନିଗଲ୍ଫ ପ୍ରତିଯୋଗିତ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ଭୁବନେଶ୍ବର ଦଳ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ଜିଲା ରନରଅପ୍ ହୋଇଥିଲା ବେଳେ ପୁରୀ ତୃତୀୟ ସ୍ଥାନ ହାସଲ କରିଛି। ପ୍ରତିଯୋଗିତାରେ ରାଜ୍ୟର ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। ସବ୍ଜୁନିୟର, ଜୁନିୟର, ଯୁବ ଓ ସିନିୟର ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ୩୨ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଆୟୋଜକ ଆସୋସିଏଶନ […] The post ରାଜ୍ୟସ୍ତରୀୟ ମିନିଗଲ୍ଫ: ଭୁବନେଶ୍ବର ଚାମ୍ପିୟନ appeared first on Dharitri Odia News.
ଭୁବନେଶ୍ବର,୧୫ା୧ (ତପନ ସ୍ବାଇଁ): ଓଡିଶା ମିନିଗଲ୍ଫ ଆସୋସିଏଶନ ଆନୁକୂଲ୍ୟରେ ୨ ଦିନିଆ ରାଜ୍ୟସ୍ତରୀୟ ମିନିଗଲ୍ଫ ପ୍ରତିଯୋଗିତ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ଭୁବନେଶ୍ବର ଦଳ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ଜିଲା ରନରଅପ୍ ହୋଇଥିଲା ବେଳେ ପୁରୀ ତୃତୀୟ ସ୍ଥାନ ହାସଲ କରିଛି। ପ୍ରତିଯୋଗିତାରେ ରାଜ୍ୟର ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। ସବ୍ଜୁନିୟର, ଜୁନିୟର, ଯୁବ ଓ ସିନିୟର ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ୩୨ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଆୟୋଜକ ଆସୋସିଏଶନ ସଭାପତି ସତ୍ୟବ୍ରତ ମୀନକେତନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ଅଲିମ୍ପିଆନ ଅନୁରାଧା ବିଶ୍ବାଳ ମୁଖ୍ୟଅତିଥି ଏବଂ ନବରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମିନିଗଲ୍ଫ ଫେଡେରେଶନ ଅଫ ଇଣ୍ଡିଆର ମହାସଚିବ ସୂରଜ ୟେଟିକର ଓ ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଚୌହାନ ଓ ରାଜ୍ୟ ଆସୋସିଏଶଡ଼ ସମ୍ପାଦକ ବିକାଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ରାଜ୍ୟସ୍ତରୀୟ ମିନିଗଲ୍ଫ: ଭୁବନେଶ୍ବର ଚାମ୍ପିୟନ appeared first on Dharitri Odia News.