ରାଜ୍ୟସ୍ତରୀୟ ୧୫ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ଉଦୟଗିରି ଠାରେ ରାଜ୍ୟସ୍ତରୀୟ ପଞ୍ଚଦଶ ଉଦୟଗିରି ବୁଦ୍ଧ ମହୋତ୍ସବ ଇଦଘାଟିତ ହୋଇଯାଇଛି। ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ହୀରକ ତ୍ରିଭୁଜରେ ସ୍ଥାନ ପାଇଥିବା ଉଦୟଗିରିକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ବିଭିନ୍ନ ସମୟରେ ଦାବି ଉଠୁଥିବା ବେଳେ ଏ ଦିଗରେ ଓଡିଶା ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସଭାପତି ତଥା ଶୋଭନୀୟ ଶିକ୍ଷାଶ୍ରମର ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଯୋଗଦେଇ ଉଦୟଗିରି ପୀଠର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ଆବାହକ ମହେଶ୍ବର ବଳ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ଶୁଭେନ୍ଦୁ କୁମାର ଭୂୟାଁ ସଭା ସଞ୍ଚାଳନ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହି ମହୋତ୍ସବ ଆସନ୍ତା ୨ଦିନ ଧରି ଚାଲିବ।

ରାଜ୍ୟସ୍ତରୀୟ ୧୫ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ଉଦୟଗିରି ଠାରେ ରାଜ୍ୟସ୍ତରୀୟ ପଞ୍ଚଦଶ ଉଦୟଗିରି ବୁଦ୍ଧ ମହୋତ୍ସବ ଇଦଘାଟିତ ହୋଇଯାଇଛି। ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। 

ହୀରକ ତ୍ରିଭୁଜରେ ସ୍ଥାନ ପାଇଥିବା ଉଦୟଗିରିକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ବିଭିନ୍ନ ସମୟରେ ଦାବି ଉଠୁଥିବା ବେଳେ ଏ ଦିଗରେ ଓଡିଶା ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସଭାପତି ତଥା ଶୋଭନୀୟ ଶିକ୍ଷାଶ୍ରମର ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଯୋଗଦେଇ ଉଦୟଗିରି ପୀଠର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଆବାହକ ମହେଶ୍ବର ବଳ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ଶୁଭେନ୍ଦୁ କୁମାର ଭୂୟାଁ ସଭା ସଞ୍ଚାଳନ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହି ମହୋତ୍ସବ ଆସନ୍ତା ୨ଦିନ ଧରି ଚାଲିବ।