ରାତି ଅଧରେ ଖାଇବା ପହଞ୍ଚାଇଲେ, ଟିପ୍ସ ମାଗିବାରୁ ଏମିତି ଶୁଣିଲେ..

ଆପଣ କେବେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରିଛନ୍ତି କି ? ଡେଲିଭରି ବୟଙ୍କୁ ଖୁସିରେ ଟିପ୍ସ ଦେଇଛନ୍ତି କି ?

ରାତି ଅଧରେ ଖାଇବା ପହଞ୍ଚାଇଲେ, ଟିପ୍ସ ମାଗିବାରୁ ଏମିତି ଶୁଣିଲେ..

ଅନଲାଇନ୍‌ରେ ଖାଦ୍ୟ ଅର୍ଡର କଲେ, ଆମେ ସମସ୍ତେ ଚାହୁଁ କି ଟିକେ ଜଲଦି ଡେଲିଭରି ମିଳିଯାଉ। ଏଥିପାଇଁ ଆମେ ଖୁସିରେ ଡେଲିଭରି ବୟକୁ ଟିପ୍ସ ବି ଦେଇଥାଉ। ଖରା, ବର୍ଷା, ଶୀତରେ ବି ଗ୍ରାହକଙ୍କୁ ସେବା ଯୋଗାଇଦେବା ପାଇଁ ପରିଶ୍ରମ କରନ୍ତି ଡେଲିଭରି ବୟ। ତେବେ ବେଳେ ବେଳେ ତାଙ୍କ ବ୍ୟବବହାର ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆପଣ କେବେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରିଛନ୍ତି କି ? ଡେଲିଭରି ବୟଙ୍କୁ ଖୁସିରେ ଟିପ୍ସ ଦେଇଛନ୍ତି କି ? ସୋସିଆଲ ମିଡିଆରେ ଜଣେ ଡେଲିଭରି ବୟଙ୍କ ମେସେଜ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଅର୍ଡର ଦେବା ପୂର୍ବରୁ ଟିପ୍ସ ଦେବା ପାଇଁ ମେସେଜ୍‌ କରିଛନ୍ତି। ଗ୍ରାହକ ମହିଳା ଜଣକ ଡେଲିଭରି ବୟର ମେସେଜ୍‌କୁ ଦେଖି ଆର୍ଶ୍ଚଯ୍ୟ ହୋଇପଡ଼ିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ମହିଳା ଜଣକ ବିଳମ୍ବିତ ରାତିରେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରିଛନ୍ତି। ଜୋମାଟୋ ଡେଲିଭରି ବୟ ମହିଳାଙ୍କୁ ଅର୍ଡର ଦେବା ପୂର୍ବରୁ ମେସେଜ୍‌ କରିଛନ୍ତି, " ରାତି ବହୁତ ହେଲାଣି, ଡ଼େଲିଭରି ପରେ ମତେ ଟିପ୍ସ ଦିଅନ୍ତୁ"। ଏହାକୁ ଦେଖି ପ୍ରଥମେ ଆର୍ଶ୍ଚଯ୍ୟ ହୋଇପଡ଼ିଲେ ମହିଳା। ଏହାପରେ ମହିଳା ନିଜ ଏକ୍ସ ପେଜ୍‌ରେ ଏନେଇ ଏକ ଟ୍ୱିଟ୍‌ କରିଛନ୍ତି। 

‘ଏକ୍ସ’ ରେ ମହିଳା ଜଣକ ଜୋମାଟୋ ଡେଲିଭରିଙ୍କ ମେସେଜ୍‌ର ସ୍କ୍ରିନସଟ୍‌ ପୋଷ୍ଟ କରି ଲେଖିଛନ୍ତି "ଏହା ବିଚିତ୍ର ଭାଇ"। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ହଜାର ହଜାର କମେଣ୍ଟ ଆସିଛି। ଅଧିକ ଲୋକ ଡେଲିଭରି ବୟଙ୍କ ସପକ୍ଷରେ ମତ ଦେଇଛନ୍ତି। ଏବଂ ମହିଳାଙ୍କୁ ସମାଲୋଚନା କରିଛନ୍ତି । କେତେକ ଲେଖିଛନ୍ତି, ଏହା ଲଜ୍ଜାଜନକ ଏବଂ ଅର୍ଥହୀନ।