ରାତି ପାହିଲେ ନୌସେନା ଦିବସ; ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ନୌବୀର
କନକ ବ୍ୟୁରୋ : ପୁରୀରୁ ନୌସେନାର ପରାକ୍ରମ ଦେଖିବ ବିଶ୍ୱ । ଓଡିଶାରେ ପ୍ରଥମ ପାଇଁ ପାଳନ ହେବ ନୌସେନା ଦିବସ । ଏଥିପାଇଁ ସଜେଇ ହୋଇଛି ପୁରା ସହର ଏବଂ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର ପୁରୀ । ସାମିଲ ହେବେ ରାଷ୍ଟ୍ରପତି । ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମ ଦିନରେ ନିଳାଦ୍ରୀବିହାରସ୍ଥିତ ଆଦିବାସୀ ଦେବସ୍ଥାନକୁ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଆଜି ରାଜଭବନରେ ରାତ୍ରୀ ଯାପନ କରିବେ । କାଲି ସକାଳୁ ପୁରୀ ଯିବେ । ବ୍ଲୁଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ଦେଖିବେ ନୌବୀରଙ୍କ ପରାକ୍ରମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ କରାଯାଇଛି । ପ୍ରବଳ ଭିଡ ହେବାକୁ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ଗୁଡ଼ିବ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବେ । ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂ ଯାଏ ଯିବେ । କୋଣାର୍କ ପଟୁ ଆସୁଥିବା ଯାତ୍ରୀ ତାଳବଣିଆରେ ଗାଡ଼ି ପାର୍କିଂ କରିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଦର୍ଶକ ଷ୍ଟର୍ଲିଂ ନିକଟରେ ଗାଡ଼ି ରଖିପାରିବେ । ଅରେଞ୍ଜ ପାସଧାରୀଙ୍କ ପା

କନକ ବ୍ୟୁରୋ : ପୁରୀରୁ ନୌସେନାର ପରାକ୍ରମ ଦେଖିବ ବିଶ୍ୱ । ଓଡିଶାରେ ପ୍ରଥମ ପାଇଁ ପାଳନ ହେବ ନୌସେନା ଦିବସ । ଏଥିପାଇଁ ସଜେଇ ହୋଇଛି ପୁରା ସହର ଏବଂ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର ପୁରୀ । ସାମିଲ ହେବେ ରାଷ୍ଟ୍ରପତି ।
ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମ ଦିନରେ ନିଳାଦ୍ରୀବିହାରସ୍ଥିତ ଆଦିବାସୀ ଦେବସ୍ଥାନକୁ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଆଜି ରାଜଭବନରେ ରାତ୍ରୀ ଯାପନ କରିବେ । କାଲି ସକାଳୁ ପୁରୀ ଯିବେ । ବ୍ଲୁଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ଦେଖିବେ ନୌବୀରଙ୍କ ପରାକ୍ରମ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ କରାଯାଇଛି । ପ୍ରବଳ ଭିଡ ହେବାକୁ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ଗୁଡ଼ିବ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବେ । ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂ ଯାଏ ଯିବେ ।
କୋଣାର୍କ ପଟୁ ଆସୁଥିବା ଯାତ୍ରୀ ତାଳବଣିଆରେ ଗାଡ଼ି ପାର୍କିଂ କରିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଦର୍ଶକ ଷ୍ଟର୍ଲିଂ ନିକଟରେ ଗାଡ଼ି ରଖିପାରିବେ । ଅରେଞ୍ଜ ପାସଧାରୀଙ୍କ ପାଇଁ ଜେଲ୍ ରୋଡ୍ ଓ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା । ବ୍ଲୁ ପାସଧାରୀଙ୍କ ପାଇଁ ହୋଟେଲ ନୀଳାଚଳ ଅଶୋକ ଏବଂ ଏସସିଏସ କଲେଜରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
ଯେମିତି ଯୁଦ୍ଧ ଭୂମିରେ ଲଢ଼େଇ ହୁଏ, ବିଲକୁଲ୍ ସେମିତି । ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ଵ । ଓଡ଼ିଶା ମାଟିରେ, ଜଗନ୍ନାଥଙ୍କ ଭୂଇଁରେ ଅଦମ୍ୟ ସାହସ ଆଉ ସୀମା ସୁରକ୍ଷାର ଅଭିନବ କୌଶଳ ଦେଖାଇବେ ନୌବାହିନୀର ଯୋଦ୍ଧା । ପୁରୀ ସମୁଦ୍ର ତଟରେ ବୁଧବାର ନୌସେନା ଦିବସ ପାଳନ ଅବସରରେ ଦେଖିବାକୁ ମିଳିବ ଏଭଳି ଦୃଶ୍ୟ । ୧୫ରୁ ଅଧିକ ବିଶାଳ ଜାହାଜ, ୪୦ରୁ ଅଧିକ ଏୟାରକ୍ରାଫ୍ଟ ସହ ବଛା ବଛା ନୌସେନା ଅଧିକାରୀ ସମୁଦ୍ରର ବୁକୁ ଚିରି ଦେଖାଇବେ ଆଉ ରଚିବେ ନୂଆ ଅଧ୍ୟାୟ ।
ପୁରୀରେ ନୌସେନାର ପରାକ୍ରମ ଦେଖିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କାଣ୍ଠା ବଢ଼ିବାରେ ଲାଗିଛି । ଆଲୋକମାଳାରେ ସଜେଇ ହୋଇଛି ପୁରା ପୁରୀ ସହର ।