ରାତି ୧୧ରେ ଷ୍ଟାଣ୍ଡରେ ପହଞ୍ଚିଲେ ମନ୍ତ୍ରୀ; ସରକାରୀ ବସ୍‌ ଯାତ୍ରୀଙ୍କ ସହ କଥା ହେଲେ

ରାଜ୍ୟ ପରିବହନ ମନ୍ତ୍ରୀ ହେଉଛନ୍ତି ବିଭୂତି ଭୂଷଣ ଜେନା। ସ୍ଵାଧୀନତା ଦିବସ ଅବସରରେ ସେ ଗଜପତି ଜିଲ୍ଲା ଗସ୍ତରେ ଯାଇଥିଲେ। ବୁଧବାର ରାତିରେ ସରକାରୀ ଗେଷ୍ଟ ହାଉସ୍‌ ରହିଥିଲେ। ତେବେ ରାତି ପ୍ରାୟ ୧୧ଟା ବେଳେ ଶ୍ରୀ ଜେନା ହଠାତ୍‌ ରୁମରୁ ବାହାରି ଆସିଥିଲେ।

ରାତି ୧୧ରେ ଷ୍ଟାଣ୍ଡରେ ପହଞ୍ଚିଲେ ମନ୍ତ୍ରୀ; ସରକାରୀ ବସ୍‌ ଯାତ୍ରୀଙ୍କ ସହ କଥା ହେଲେ

ରାତି ୧୧ଟା ବସ୍‌ ଷ୍ଟାଣ୍ଡରେ ପହଞ୍ଚିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଆଉ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ୍‌ରେ ଚଢ଼ିଲେ। ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହିତ କଥା ହେଲେ। ଆଉ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ। ପାରଳାଖେମୁଣ୍ଡ ବସ୍‌ଷ୍ଟାଣ୍ଡରେ ଏପରି ଚିତ୍ର ଦେଖିବାକୁ ମିଳିଥିଲା।

ରାଜ୍ୟ ପରିବହନ ମନ୍ତ୍ରୀ ହେଉଛନ୍ତି ବିଭୂତି ଭୂଷଣ ଜେନା। ସ୍ଵାଧୀନତା ଦିବସ ଅବସରରେ ସେ ଗଜପତି ଜିଲ୍ଲା ଗସ୍ତରେ ଯାଇଥିଲେ। ବୁଧବାର ରାତିରେ ସରକାରୀ ଗେଷ୍ଟ ହାଉସ୍‌ ରହିଥିଲେ। ତେବେ ରାତି ପ୍ରାୟ ୧୧ଟା ବେଳେ ଶ୍ରୀ ଜେନା ହଠାତ୍‌ ରୁମରୁ ବାହାରି ଆସିଥିଲେ। ଆଉ ନିଜ ଗାଡ଼ିରେ ପାରଳାଖେମୁଣ୍ଡି ବସ୍‌ଷ୍ଟାଣ୍ଡ ଚାଲି ଯାଇଥିଲେ। ସେ ପ୍ରଥମେ ସରକାରୀ ବସ୍‌ ଟିକଟ କାଉଣ୍ଟରକୁ ଯାଇଥିଲେ। ବସ୍‌ରେ ଯାତ୍ରା କରିବା ପାଇଁ ଟିକଟ କାଟୁଥିବା ଯାତ୍ରୀ ଓ କର୍ମଚାରୀ ସହିତ କଥା ହୋଇଥିଲେ। ମନ୍ତ୍ରୀଙ୍କୁ ପାଖରୁ ପାଇ ବସ୍‌ ଯାତ୍ରୀମାନେ ତାଙ୍କ ସହିତ ସେଲ୍‌ଫି ଉଠାଇଥିବା ଦେଖିବାକୁ ମିଳିଛି।

ଟିକଟ କାଉଁଣ୍ଟରରୁ ବାହାରି ମନ୍ତ୍ରୀ ଷ୍ଟାଣ୍ଡରେ ଠିଆ ହୋଇଥିବା ସରକାରୀ ବସ୍‌ରେ ଚଢ଼ିଥିଲେ। ଆଉ ବସ୍‌ରେ ଯାଉଥିବା ଯାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଯାତ୍ରୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସରକାରୀ ବସ୍‌ରେ ଆଉ ଅଧିକ କ’ଣ ବ୍ୟବସ୍ଥା ରହିବା ଦରକାର, ସେ ବିଷୟରେ ଯାତ୍ରୀଙ୍କ ପରାମର୍ଶ ଲୋଡିଥିଲେ ମନ୍ତ୍ରୀ ଶ୍ରୀ ଜେନା। ଜଣେ ସାଧାରଣ ଲୋକଙ୍କ ପରି ମନ୍ତ୍ରୀ ବସ୍‌ ଷ୍ଟାଣ୍ଡରେ ବୁଲୁଥିଲେ ଓ ଲୋକଙ୍କ ସହିତ କଥା ହୋଇଥିଲେ। ମନ୍ତ୍ରୀଙ୍କ ଏପରି ସ୍ୱଭାବ ଦେଖି ଷ୍ଟାଣ୍ଡରେ ଥିବା ଲୋକମାନେ ଆଶ୍ଚିର୍ଯ୍ୟ ଚକିତ ହେବା ସହିତ ଖୁସି ପ୍ରକଟ କରିଥିଲେ।

ଲୋକଙ୍କ ସହିତ ଆଲୋଚନା ବେଳେ ବସ୍‌ ଯାତ୍ରା ନେଇ ମନ୍ତ୍ରୀ ଶ୍ରୀ ଜେନା ନିଜର ଅନୁଭୂତି ବଖାଣିଥିଲେ। ଆଗମୀ ଦିନରେ ଏହି ବସ୍‌ ଷ୍ଟାଣ୍ଡର କେମିତି ଅଧିକ ଉନ୍ନତି କରିହେବ, ସେନେଇ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଗଞ୍ଜାମରେ ଆଗମୀ ଦିନରେ ଥିବା ୩ଟି ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ଓ ବ୍ଳକ ଅକ୍ତିଆର କରିବାରେ ସଫଳ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ରିପୋର୍ଟ- ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ