ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ ଛୁରାମାଡ଼। ଏଥିରେ ତାଙ୍କ ଘରର ଚାକରାଣୀ ମଧ୍ୟ ଆହତ ହୋଇଥିଲେ। ଏବେ ଉଭୟଙ୍କ ଚିକିତ୍ସା ଲୀଳାବତୀ ହସ୍ପିଟାଲରେ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ଡିସିପି ଦିକ୍ଷୀତ ଗେଡାମ କହିଛନ୍ତି, ଅଜଣା ବ୍ୟକ୍ତି ସୈଫଙ୍କ ସାନପୁଅ ଜେହଙ୍କ କୋଠରୀରେ ପଶିଯାଇଥିଲେ। ସେଠାରେ ସେ ଚାକରାଣୀ ଅରିଆମା ଫିଲିପ୍ସ […] The post ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ… appeared first on Dharitri Odia News.

ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ ଛୁରାମାଡ଼। ଏଥିରେ ତାଙ୍କ ଘରର ଚାକରାଣୀ ମଧ୍ୟ ଆହତ ହୋଇଥିଲେ। ଏବେ ଉଭୟଙ୍କ ଚିକିତ୍ସା ଲୀଳାବତୀ ହସ୍ପିଟାଲରେ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇ ଡିସିପି ଦିକ୍ଷୀତ ଗେଡାମ କହିଛନ୍ତି, ଅଜଣା ବ୍ୟକ୍ତି ସୈଫଙ୍କ ସାନପୁଅ ଜେହଙ୍କ କୋଠରୀରେ ପଶିଯାଇଥିଲେ। ସେଠାରେ ସେ ଚାକରାଣୀ ଅରିଆମା ଫିଲିପ୍ସ ଓରଫ ଲିମାଙ୍କୁ ଧରି ନେଇଥିଲେ। ଏହାପରେ ଲିମା ଜୋର୍‌ରେ ଚିତ୍କାର କରିଥିଲେ। ସୈଫ ଚିତ୍କାର ଶୁଣି ଆସିବା ପରେ ବ୍ୟକ୍ତିଜଣଙ୍କ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ।

ଆକ୍ରମଣ ବେଳେ ଦୁଇପୁଅ ତୈମୁର ଏବଂ ଜେହ ଘରେ ଥିଲେ। କରିନା ସାଙ୍ଗମାନଙ୍କ ସହ ପାର୍ଟି କରୁଥିଲେ। ଏବେ ଘରର ସୁରକ୍ଷାକର୍ମୀଙ୍କ ସହ ଚାକରାଣୀଙ୍କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ… appeared first on Dharitri Odia News.