ରାତିରେ ବୁଲୁଛି ଭାଲୁ

ଖୁଣ୍ଟା,୩।୩ (ଦେବରଞ୍ଜନ ବେହେରା): ମୟୂରଭଞ୍ଜ ଜିଲା ଉଦଳା ରେଞ୍ଜ୍‌ ଖୁଣ୍ଟା ଅଞ୍ଚଳରେ ଗତ କିଛିଦିନ ଧରି ଭାଲୁ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ସାନଖୁଣ୍ଟା ପଞ୍ଚାୟତବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଏକ ସପ୍ତାହ ପୂର୍ବେ ରାତି ପ୍ରାୟ ୯ଟା ବେଳେ ବଡ଼ଖୁଣ୍ଟା ଗ୍ରାମ ସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଏକ ଭାଲୁ ପ୍ରବେଶ କରିଥିବା କେତେଜଣ ପ୍ରତ୍ୟେକ୍ଷଦର୍ଶୀ ବନ ବିଭାଗକୁ ଖବର ଦେଇଥିଲେ। ଭାଲୁକୁ ଖୋଜିବା ପାଇଁ ବନ ବିଭାଗକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାକେଦମ୍‌ […] The post ରାତିରେ ବୁଲୁଛି ଭାଲୁ appeared first on Dharitri Odia News.

ରାତିରେ ବୁଲୁଛି ଭାଲୁ

ଖୁଣ୍ଟା,୩।୩ (ଦେବରଞ୍ଜନ ବେହେରା): ମୟୂରଭଞ୍ଜ ଜିଲା ଉଦଳା ରେଞ୍ଜ୍‌ ଖୁଣ୍ଟା ଅଞ୍ଚଳରେ ଗତ କିଛିଦିନ ଧରି ଭାଲୁ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ସାନଖୁଣ୍ଟା ପଞ୍ଚାୟତବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଏକ ସପ୍ତାହ ପୂର୍ବେ ରାତି ପ୍ରାୟ ୯ଟା ବେଳେ ବଡ଼ଖୁଣ୍ଟା ଗ୍ରାମ ସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଏକ ଭାଲୁ ପ୍ରବେଶ କରିଥିବା କେତେଜଣ ପ୍ରତ୍ୟେକ୍ଷଦର୍ଶୀ ବନ ବିଭାଗକୁ ଖବର ଦେଇଥିଲେ। ଭାଲୁକୁ ଖୋଜିବା ପାଇଁ ବନ ବିଭାଗକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାକେଦମ୍‌ ହେବାକୁ ପଡ଼ିଥିଲା। ହେଲେ ଭାଲୁର କୌଣସି ଟେର୍‌ ମିଳିପାରି ନ ଥିଲା। ଏହାର ମାତ୍ର କିଛିଦିନର ବ୍ୟବଧାନ ପରେ ପୁଣି ଭାଲୁର ସ୍ଥିତି ଦୃଶ୍ୟମାନ ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ସୁରୁକୁନା ଗ୍ରାମର ଏକ ବସ୍ତି ରାସ୍ତାରେ ଭାଲୁ ଚଳପ୍ରଚଳ କରୁଥିବାର ଭିଡିଓ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଲଗାଯାଇଥିବା ସିସି କ୍ୟାମେରାରେ କଏଦ ହୋଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ଖୁଣ୍ଟା ଫରେଷ୍ଟର ଅର୍ପିତା ଦେବାଙ୍ଗନା କହିଛନ୍ତି, ସୁରୁକୁନା ଗ୍ରାମ ସମେତ ଅନ୍ୟ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ସନ୍ଧ୍ୟାଠାରୁ ସକାଳ ପର୍ଯ୍ୟନ୍ତ ଉକ୍ତ ରାସ୍ତା ଓ ଗ୍ରାମଗୁଡ଼ିକରେ ପାଟ୍ରୋଲିଂ ଜାରି ରଖାଯିବ।

The post ରାତିରେ ବୁଲୁଛି ଭାଲୁ appeared first on Dharitri Odia News.