ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟ୍ଟହଟା ପ୍ରଧାନଶିକ୍ଷୟିତ୍ରୀ
ନନ୍ଦିଘୋଷ ବ୍ୟୁରୋ: ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟହଟା ପ୍ରଧାନଶିକ୍ଷୟିତ୍ରୀ। ଘଟଣାଟି ଦେଖିବାକୁ ମିଳିଛି କପ୍ତିପଦା ଶିକ୍ଷା... The post ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟ୍ଟହଟା ପ୍ରଧାନଶିକ୍ଷୟିତ୍ରୀ appeared first on .
ନନ୍ଦିଘୋଷ ବ୍ୟୁରୋ: ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟହଟା ପ୍ରଧାନଶିକ୍ଷୟିତ୍ରୀ। ଘଟଣାଟି ଦେଖିବାକୁ ମିଳିଛି କପ୍ତିପଦା ଶିକ୍ଷା ବ୍ଲକ ରଥିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷୟିତ୍ରୀ ଅରୁଣା ପାଣିଗ୍ରାହୀ ଦୁଇ ଦିନ ପୂର୍ବରୁ ରାତିରେ ବିଦ୍ୟାଳୟକୁ ତାଙ୍କ ସ୍ୱାମୀଙ୍କ ସହ ଯାଇ ଚାଉଳ ବସ୍ତାରୁ କିଛି ଚାଉଳ କାଢି ବ୍ୟାଗରେ ଭର୍ତ୍ତି କରୁଥିଲେ। ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚି ଏହାର ଭିଡିଓ କରିଥିଲେ। ଏ ବାବଦରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପଚାରୀବାରୁ ବିଦ୍ୟାଳୟକୁ ଅଣ୍ଡା ରଖିବାକୁ ଆସିଥିବା କଥା କହି ସେଠାରୁ ଚାଲି ଯାଇଥିଲେ। ଅନ୍ୟ ପଟେ ବିଦ୍ୟାଳୟ ପରିସରରେ ତାଙ୍କ ସ୍ୱାମୀ ମଧ୍ୟ ରହିଥିବା ଭିଡିଓରୁ ଜଣା ପଡିଛି। ତେବେ ରାତିରେ କାହାକୁ ନ ଜଣାଇ କଣ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ଯାଇଥିଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।ବିଦ୍ୟାଳୟରୁ ଚାଉଳ ହଡପ କରିବାକୁ ଯାଇଥିଲେ ନା ଅନ୍ୟ କେଉଁ ଉଦେଶ୍ୟରେ ଯାଇଥିଲେ ତାହା ସନ୍ଦେହ ଘେରରେ।
The post ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟ୍ଟହଟା ପ୍ରଧାନଶିକ୍ଷୟିତ୍ରୀ appeared first on .