ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ
ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ ତାଲା ଝୁଲୁଛି। ଏଠାରେ ସମୁଦାୟ ୫ ଜଣ କର୍ମଚାରୀ ନିଯୁକ୍ତି ଥିବାବେଳେ ଦୁଇ ଜଣ କନଷ୍ଟେବଳ କୌଣସି ଟ୍ରେନିଂରେ ଯାଇଛନ୍ତି ଏବଂ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀଙ୍କ ସମେତ ଆଉ ଦୁଇ ଜଣ କାର୍ଯ୍ୟାଳୟରେ ରହିବା କଥା ହେଲେ ପ୍ରାୟ ସମୟ ଥାନା ଭାରପ୍ରାପ୍ତ ଅଧିକାରିଣୀ ଜିଲା ମୁଖ୍ୟାଳୟରେ ବସା […] The post ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ appeared first on Dharitri Odia News.
ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ ତାଲା ଝୁଲୁଛି। ଏଠାରେ ସମୁଦାୟ ୫ ଜଣ କର୍ମଚାରୀ ନିଯୁକ୍ତି ଥିବାବେଳେ ଦୁଇ ଜଣ କନଷ୍ଟେବଳ କୌଣସି ଟ୍ରେନିଂରେ ଯାଇଛନ୍ତି ଏବଂ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀଙ୍କ ସମେତ ଆଉ ଦୁଇ ଜଣ କାର୍ଯ୍ୟାଳୟରେ ରହିବା କଥା ହେଲେ ପ୍ରାୟ ସମୟ ଥାନା ଭାରପ୍ରାପ୍ତ ଅଧିକାରିଣୀ ଜିଲା ମୁଖ୍ୟାଳୟରେ ବସା ବାନ୍ଧିଛନ୍ତି। ମାସକୁ ଦିନେ କିମ୍ବା ସପ୍ତାହକୁ ଥରେ ଆସି କାଗଜପତ୍ରରେ ଦସ୍ତଖତ ମାରି ଅସ୍ଥାୟୀ ରାତ୍ର ଜଗୁଆଳିଙ୍କ ହାତରେ କାର୍ଯ୍ୟାଳୟ ଛାଡ଼ି ଚାଲି ଯାଉଛନ୍ତି l
ସରକାର ଚୋରା ମଦ କିମ୍ବା ଚୋରା ଗଞ୍ଜେଇ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ଥୁଆମୂଳ ରାମପୁର ଅଞ୍ଚଳର ଅନେକ ଗ୍ରାମାଞ୍ଚଳରେ ମାଳମାଳ ଚୋରା ମଦକୋଟି ସାଙ୍ଗକୁ ଗାଁ ଗାଁରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି। ଏମିତି କି ପ୍ରାୟ ସମୟ ଚୋରା ଗଞ୍ଜେଇ ଚାଲାଣ କାରବାର ମଧ୍ୟ ହେଉଥିବା ଜଣାପଡିଛି। ହେଲେ ପ୍ରାୟ ମାସ ଏମିତି ଥାନାରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।
ଏନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରକାଶ ପରେ ମଧ୍ୟ ଅଧିକାରୀଙ୍କ ଖାତିର ନାହିଁ। ଏ ସମ୍ପର୍କରେ ପୂର୍ବ ଅବକାରୀ ଥାନା
ଅଧିକାରୀଙ୍କୁ ପଚାରିବାରୁ ଷ୍ଟାଫ ଅଭାବରୁ ଏହି ଅବସ୍ଥା ହେଉଛି ବୋଲି କହିଥିଲେ। ବର୍ତ୍ତମାନର ଭାରପ୍ରାପ୍ତ ଅଧିକାରିଣୀ ପ୍ରଶାନ୍ତି ସ୍ବାଇଁଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରିବୁଝିବାରୁ ମୁଁ ଜିଲା ସଦର ମହକୁମା ଏବଂ ଥୁଆମୂଳ ରାମପୁର ଥାନା ଦାୟିତ୍ୱରେ ଅଛି, ଏଣୁ ଯାହା ଟିକେ ସମସ୍ୟା ଦେଖାଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ବାକି ୨ଜଣ କର୍ମଚାରୀ ତାଙ୍କ ଡ୍ୟୁଟିକୁ ଆସିଲେ ସବୁ ଠିକ ହୋଇଯିବ ବୋଲି କହିବା ସହ ପ୍ରାୟ ସମୟ କାର୍ଯ୍ୟାଳୟ ଖୋଲା ରହେ ସେଠାରେ ଆମ ଜଣେ ରାତ୍ର ଜଗୁଆଳି ଅଛନ୍ତି l ବର୍ତ୍ତମାନ ଆମେ ୩ ଜଣ କର୍ମଚାରୀ ଅଛୁ, ପ୍ରାୟ ସମୟ ତ କାର୍ଯ୍ୟାଳୟରେ ରହି ହେବନାହିଁ, ଆମ ପାଖକୁ ଯାହାବି ଅଭିଯୋଗ ଆସିଲେ ଆମେ ଫିଲ୍ଡ ଯାଇ ତଦାରଖ କରିବାକୁ ଯାଇଥାଉ ଏବଂ ପ୍ରତିଟି ମୁହୂର୍ତ୍ତ ଲୋକଙ୍କ ହିତପାଇଁ କମକରୁଛୁ ଆମେ ଆମ କର୍ତ୍ତବ୍ୟରେ କଦାପି ବି ଅବହେଳା କରୁନାହୁଁ ବୋଲି କହିଥିଲେ l
The post ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ appeared first on Dharitri Odia News.