ରାପର୍‌ ବାଦଶାହଙ୍କ ନାଇଟ୍‌ କ୍ଲବ୍‌ ବାହାରେ ବିସ୍ଫୋରଣ

ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ନାଇଟ୍‌ କ୍ଲବ୍‌ ନିକଟରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଚାଲି ଯାଇଥିବା ସୂଚନା ମିଳିଛି।

ରାପର୍‌ ବାଦଶାହଙ୍କ ନାଇଟ୍‌ କ୍ଲବ୍‌ ବାହାରେ ବିସ୍ଫୋରଣ

ସକାଳୁ ସକାଳୁ ବିସ୍ଫୋରଣରେ ଦୋହଲିଲା ନାଇଟ୍‌ କ୍ଲବ୍‌। ଚଣ୍ଡିଗଡର ଦୁଇଟି ନାଇଟ୍‌ କ୍ଲବ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ନାଇଟ୍‌ କ୍ଲବ ଗୁଡିକ ବଲିଉଡ ସିଙ୍ଗର ତଥା ରାପର୍‌ ବାଦଶାହଙ୍କର ବୋଲି ଜଣାପଡିଛି।

ଚଣ୍ଡିଗଡର ସେକ୍ଟର ୨୬ରେ ଥିବା ରାପର୍‌ ବାଦଶାହଙ୍କ ଦୁଇଟି ନାଇଟ୍‌ କ୍ଲବ ବାହାରେ ଆଜି ଭୋର ପ୍ରାୟ ୪ଟା ବେଳେ ଦୁଇଟି ବିସ୍ଫୋରଣ ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସ୍ୱଦେଶୀ ବୋମା ବ୍ୟବହାର କରି ଏହି ବିସ୍ଫୋରଣର କରାଯାଇଥିବା କୁହାଯାଉଛି। ଏହି ଘଟଣା ପରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇଜଣ ଅଜ୍ଞାତ ବାଇକ୍ ଆରୋହୀ ସକାଳେ ଚଣ୍ଡିଗଡ଼ର ଦୁଇଟି ନାଇଟ୍ କ୍ଲବ୍ ନିକଟରେ ବୋମା ମାଡ଼ କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ବିସ୍ଫୋରଣ ଯୋଗୁ ନାଇଟ୍‌ କ୍ଲବର କବାଟ ଓ ଝରକା ଭାଙ୍ଗି ନଷ୍ଟ ହୋଇଯାଇଛି। ଚଣ୍ଡିଗଡ଼ ପୁଲିସର ଫୋରେନସିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛି।