ରାମ ଚରଣଙ୍କ ରେକର୍ଡ ଭାଙ୍ଗିଲେ ସୋନୁଙ୍କ ପ୍ରଶଂସକ, ୫୦୦ ଛାତ୍ରଛାତ୍ରୀ ତିଆରି କଲେ ୩୯୦ ଫୁଟ ଲମ୍ୱର କଟଆଉଟ୍
ମୁମ୍ଵାଇ ୧୩।୦୧; ବଲିଉଡ ଅଭିନେତା ସୋନୁ ସୁଦ୍ । ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଫତେହ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ଆକ୍ସନ ଓ ରୋମାନ୍ସରେ ଭରପୂର ରହିଛି।ସୋନୁଙ୍କ ବିପକ୍ଷରେ ଦେଖିବାକୁ ମିଳିବ ଜ୍ୟାକଲିନ୍ଙ୍କୁ । ଏହି ମଧ୍ୟରେ ସୋନୁଙ୍କ ଷ୍ଟୁଡେଣ୍ଟ ପ୍ରଶଂସକ ଏକ ନୂଆ ରେକର୍ଡ କରିଛନ୍ତି। ଯାହାକୁ ଦେଖି ନିଜେ ଅଭିନେତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। View this post on InstagramA post shared by Sonu Sood (@sonu_sood)ଉଲ୍ଲେଖନୀୟ ଯେ , ସୋନୁ ସୁଦଙ୍କ ଷ୍ଟୁଡେଣ୍ଟ ଫ୍ୟାନ୍ସ ଏକ ନୂଆ ରେକର୍ଡ କରିଛନ୍ତି। ୫୦୦ ଷ୍ଟୁଡେଣ୍ଟ ସୋନୁଙ୍କର ଫିଲ୍ମ ‘ଫତେହ’ ର ୩୯୦ ଫୁଟର କଟଆଉଟ୍ ନେଇ ମୈଦାନରେ ୱାକ୍ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଷ୍ଟୁଡେଣ୍ଟସ ସୋନୁଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନକୁ ଦର୍ଶାଇଛନ୍ତି। ଏହା ପୂର୍ବରୁ ଡିସେମ୍ୱର, ୨୦୨୪ରେ ସାଉଥ୍ ଅଭିନେତା ରାମ ଚରଣଙ୍କର ମଧ୍ୟ ଏକ କଟ୍ଆଉଟ୍ ଫ୍ୟାନ୍ସ କରିଥିଲେ , ଯାହା ୨୫୬ ଫୁଟର ଥିଲା। ଏଥିରେ ସୋନୁ ନିଜେ ତାଙ୍କୁ ମଧ୍ୟ ପଛରେ ଛାଡ଼ି ଦେଇଛନ୍ତି।ସୋନୁ ସୁଦ୍ ନିଜ ଷ୍ଟୁଡେଣ୍ଟ ପ୍ରଶଂସକଙ୍କ ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଏହି ଭିଡ଼ିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି , “୩୯୦ ଫୁଟ, ୫୦୦ ଷ୍ଟୁଡେଣ୍ଟସ, ୧ ଇମୋସନ, ଫତେହ ।“ ଏହାସହ ସୋନୁ ଭାରତୀୟ ପତାକା ସହ ହାର୍ଟର ଇମୋଜି ମଧ୍ୟ ସେୟାର
ମୁମ୍ଵାଇ ୧୩।୦୧; ବଲିଉଡ ଅଭିନେତା ସୋନୁ ସୁଦ୍ । ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଫତେହ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ଆକ୍ସନ ଓ ରୋମାନ୍ସରେ ଭରପୂର ରହିଛି।ସୋନୁଙ୍କ ବିପକ୍ଷରେ ଦେଖିବାକୁ ମିଳିବ ଜ୍ୟାକଲିନ୍ଙ୍କୁ । ଏହି ମଧ୍ୟରେ ସୋନୁଙ୍କ ଷ୍ଟୁଡେଣ୍ଟ ପ୍ରଶଂସକ ଏକ ନୂଆ ରେକର୍ଡ କରିଛନ୍ତି। ଯାହାକୁ ଦେଖି ନିଜେ ଅଭିନେତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଉଲ୍ଲେଖନୀୟ ଯେ , ସୋନୁ ସୁଦଙ୍କ ଷ୍ଟୁଡେଣ୍ଟ ଫ୍ୟାନ୍ସ ଏକ ନୂଆ ରେକର୍ଡ କରିଛନ୍ତି। ୫୦୦ ଷ୍ଟୁଡେଣ୍ଟ ସୋନୁଙ୍କର ଫିଲ୍ମ ‘ଫତେହ’ ର ୩୯୦ ଫୁଟର କଟଆଉଟ୍ ନେଇ ମୈଦାନରେ ୱାକ୍ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଷ୍ଟୁଡେଣ୍ଟସ ସୋନୁଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନକୁ ଦର୍ଶାଇଛନ୍ତି। ଏହା ପୂର୍ବରୁ ଡିସେମ୍ୱର, ୨୦୨୪ରେ ସାଉଥ୍ ଅଭିନେତା ରାମ ଚରଣଙ୍କର ମଧ୍ୟ ଏକ କଟ୍ଆଉଟ୍ ଫ୍ୟାନ୍ସ କରିଥିଲେ , ଯାହା ୨୫୬ ଫୁଟର ଥିଲା। ଏଥିରେ ସୋନୁ ନିଜେ ତାଙ୍କୁ ମଧ୍ୟ ପଛରେ ଛାଡ଼ି ଦେଇଛନ୍ତି।
ସୋନୁ ସୁଦ୍ ନିଜ ଷ୍ଟୁଡେଣ୍ଟ ପ୍ରଶଂସକଙ୍କ ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଏହି ଭିଡ଼ିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି , “୩୯୦ ଫୁଟ, ୫୦୦ ଷ୍ଟୁଡେଣ୍ଟସ, ୧ ଇମୋସନ, ଫତେହ ।“ ଏହାସହ ସୋନୁ ଭାରତୀୟ ପତାକା ସହ ହାର୍ଟର ଇମୋଜି ମଧ୍ୟ ସେୟାର କରିଛନ୍ତି । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଖୁବ୍ ପସନ୍ଦ କରାଯାଉଛି। ଏହା ଉପରେ ପ୍ରଶଂସକ ଲଗାତାର କମେଣ୍ଟ କରି ନିଜର ଖୁସି ବ୍ୟକ୍ତ କରିବା ଦେଖାଯାଉଛି।