ରାମ ନବମୀରେ ୪୦ ଲକ୍ଷ ଲୋକଙ୍କ ହୋଇପାରେ ସମାଗମ, ବ୍ୟାପକ ପ୍ରସ୍ତୁତି କରୁଛି ପ୍ରଶାସନ

ନୂଆଦିଲ୍ଲୀ: ଲୋକାର୍ପଣ ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ଦେଢ଼ କୋଟି ଲୋକ ରାମନଗରୀ ପହଞ୍ଚି ଅଯୋଧ୍ୟ ରାମ ମନ୍ଦିରର ଦର୍ଶନ କରିଛନ୍ତି। ଏବେବି ରାମଲାଲାଙ୍କ ଦର୍ଶନ ପାଇଁ ପ୍ରତିଦିନ ୧.୫ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ଏମିତିରେ ରାମନବମୀରେ ହେବାକୁ ଥିବା ଗହଳି ପାଇଁ ପ୍ରଶାସନ ବଡ଼ ଯୋଜନା ପ୍ରସ୍ତୁତ କରୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଥମ ରାମ ନବମୀ ହେବାକୁଯାଉଛି, ଏଥିପାଇଁ ବଡ଼ ଆକାରରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି। ଚଳିତ ବର୍ଷର ରାମ ନବମୀ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର କାରଣ, ବର୍ଷ ବର୍ଷର ଅପେକ୍ଷାର ଅନ୍ତ ପରେ ରାମଲାଲା ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି। ଆଉ ଏଭଳି ଖାସ୍‌ ଅବସରରେ ହେବାକୁ ଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି। ବଡ଼ କଥା ହେଉଛି, ଏହି ସମୟରେ ନିର୍ବାଚନୀ ମାହୋଲ, ପୁଣି ତାପମାତ୍ରା ମଧ୍ୟ ରହିଛି। ତେଣୁ ଏସବୁ ଦୃଷ୍ଟିରୁ ପ୍ରଶାସନ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ସୂଚନାଥାଉକି, ଆସନ୍ତା ଏପ୍ରିଲ ୧୭ରେ ପଡ଼ୁଛି ରାମନବମୀ । ଏପ୍ରିଲ ୯ ନବରାତ୍ରର ପ୍ରଥମ ଦିନରୁ ଅଯୋଧ୍ୟାର ବିଶ୍ବପ୍ରସିଦ୍ଧ ରାମନବମୀ ମେଳା ଆରମ୍ଭ ହୋଇଯିବ। ଏମିତିରେ ରାମନବମୀରେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସିବା ନେଇ ଅନୁମାନ କରାଯାଉଛି। ତେଣୁ ବ୍ୟବସ୍ଥିତ ଦର୍ଶ

ରାମ ନବମୀରେ ୪୦ ଲକ୍ଷ ଲୋକଙ୍କ ହୋଇପାରେ ସମାଗମ, ବ୍ୟାପକ ପ୍ରସ୍ତୁତି କରୁଛି ପ୍ରଶାସନ

ନୂଆଦିଲ୍ଲୀ: ଲୋକାର୍ପଣ ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ଦେଢ଼ କୋଟି ଲୋକ ରାମନଗରୀ ପହଞ୍ଚି ଅଯୋଧ୍ୟ ରାମ ମନ୍ଦିରର ଦର୍ଶନ କରିଛନ୍ତି। ଏବେବି ରାମଲାଲାଙ୍କ ଦର୍ଶନ ପାଇଁ ପ୍ରତିଦିନ ୧.୫ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ଏମିତିରେ ରାମନବମୀରେ ହେବାକୁ ଥିବା ଗହଳି ପାଇଁ ପ୍ରଶାସନ ବଡ଼ ଯୋଜନା ପ୍ରସ୍ତୁତ କରୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଥମ ରାମ ନବମୀ ହେବାକୁଯାଉଛି, ଏଥିପାଇଁ ବଡ଼ ଆକାରରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି। 

ଚଳିତ ବର୍ଷର ରାମ ନବମୀ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର କାରଣ, ବର୍ଷ ବର୍ଷର ଅପେକ୍ଷାର ଅନ୍ତ ପରେ ରାମଲାଲା ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି। ଆଉ ଏଭଳି ଖାସ୍‌ ଅବସରରେ ହେବାକୁ ଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି। ବଡ଼ କଥା ହେଉଛି, ଏହି ସମୟରେ ନିର୍ବାଚନୀ ମାହୋଲ, ପୁଣି ତାପମାତ୍ରା ମଧ୍ୟ ରହିଛି। ତେଣୁ ଏସବୁ ଦୃଷ୍ଟିରୁ ପ୍ରଶାସନ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। 

ସୂଚନାଥାଉକି, ଆସନ୍ତା ଏପ୍ରିଲ ୧୭ରେ ପଡ଼ୁଛି ରାମନବମୀ । ଏପ୍ରିଲ ୯ ନବରାତ୍ରର ପ୍ରଥମ ଦିନରୁ ଅଯୋଧ୍ୟାର ବିଶ୍ବପ୍ରସିଦ୍ଧ ରାମନବମୀ ମେଳା ଆରମ୍ଭ ହୋଇଯିବ। ଏମିତିରେ ରାମନବମୀରେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସିବା ନେଇ ଅନୁମାନ କରାଯାଉଛି। ତେଣୁ ବ୍ୟବସ୍ଥିତ ଦର୍ଶନ ପାଇଁ ହୋଲ୍ଡିଂ କ୍ଷେତ୍ର ଚିହ୍ନଟ ହୋଇଛି। ଅର୍ଥାତ୍‌ ଏହି ସ୍ଥାନେ ସ୍ଥାନେ ଭିଡ଼କୁ ରୋକାଯିବ। ଏହି ସ୍ଥାନଗୁଡ଼ିକର ଚିହ୍ନଟ କରାଯିବ। ଏଠାରେ ଭକ୍ତଙ୍କୁ ପାଇଁ ଛାଇର ବ୍ୟବସ୍ଥା କରାଯାଇଛି। ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣି ତଥା ଅନ୍ୟାନ୍ୟ ସୁବିଧା ରହିଛି। 

ଅଯୋଧ୍ୟା କମିଶନର ଗୌରବ ଦୟାଲ କହିଛନ୍ତି, ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଭିନ୍ନ ଭିନ୍ନ ଦିନରେ ଦର୍ଶନ ପାଇଁ ଅପିଲ୍‌ କରାଯିବ। ରାମ ନବମୀରେ ୧୬,୧୭,୧୮ ଅର୍ଥାତ ତିନି ଦିନ ରାମ ମନ୍ଦିର ୨୪ ଘଣ୍ଟା ଖୋଲିବା ନେଇ ନିଷ୍ପତ୍ତି ହୋଇସାରିଛି। ସୁରୁଖୁରୁରେ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ସ୍ବଚ୍ଛତା ଏବଂ ମେଡିକାଲ ସୁବିଧା ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି କରଯାଉଛି। ଆଖପାଖର ଅନ୍ୟ ମନ୍ଦିରର ମହନ୍ତ ଏବଂ ଦାୟିତ୍ବରେ ଥିବା ଲୋକଙ୍କ ସହ ଆଲୋଚନା କରଯାଉଛି। ବଡ଼ କଥା ହେଉଛି ଅଯୋଧ୍ୟାରେ ହୋଟେଲ ଏବଂ ହୋମ୍‌ ଷ୍ଟେ ଏବେଠାରୁ ହିଁ ଫୁଲ୍‌ ହୋଇସାରିଛି। ତେଣୁ ଯାହାବି ହେଉନା କାହିଁକି ଭିଡ଼ ପରିଚାଳନା କରିବା ପ୍ରଶାସନ ପାଇଁ ଚାଲେଞ୍ଜ ପାଲଟିବ। ରାମ ନବମୀରେ ୪୦ ଲକ୍ଷ ଲୋକଙ୍କ ହୋଇପାରେ ସମାଗମ, ବ୍ୟାପକ ପ୍ରସ୍ତୁତି କରୁଛି ପ୍ରଶାସନ