ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା…

ଅଯୋଧ୍ୟା,୧୮।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଚାଲିଛି। ସମଗ୍ର ଅଯୋଧ୍ୟାରେ ରାମଙ୍କ ନାମର ଝଲକ ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦୋ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାମ ଭକ୍ତଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ସ୍ବତନ୍ତ୍ର ପରିବହନ ସୁବିଧା ଉପଲବ୍ଧ ହେବ। ବସ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି, ଯାହାଦ୍ୱାରା କୌଣସି ଦୁର୍ଘଟଣା […] The post ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା… appeared first on Dharitri Odia News.

ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା…

ଅଯୋଧ୍ୟା,୧୮।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଚାଲିଛି। ସମଗ୍ର ଅଯୋଧ୍ୟାରେ ରାମଙ୍କ ନାମର ଝଲକ ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦୋ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାମ ଭକ୍ତଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ସ୍ବତନ୍ତ୍ର ପରିବହନ ସୁବିଧା ଉପଲବ୍ଧ ହେବ।

ବସ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି, ଯାହାଦ୍ୱାରା କୌଣସି ଦୁର୍ଘଟଣା ଘଟିବ ନାହିଁ। ୨୨ ଜାନୁଆରୀ ଦିନ ପାଇଁ ପୋଲିସ କର୍ମଚାରୀଙ୍କୁ ଏକ ଡ୍ରେସ କୋଡ ମଧ୍ୟ ଦିଆଯାଇଛି। ଏହା ସହିତ ରାମ ଭକ୍ତମାନଙ୍କ ପାଇଁ ୬ଟି ସୁବିଧା କରାଯାଇଛି।

ଅଯୋଧ୍ୟାରେ ପରିବହନ ସୁବିଧା ଯୋଗାଉଥିବା କମ୍ପାନୀମାନଙ୍କୁ ରାମ ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି, ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ତାଲିମ ଦେବାକୁ କୁହାଯାଇଛି, ଯାହାଦ୍ୱାରା କୌଣସି କାରଣରୁ ରାମ ଭକ୍ତ ଦୁର୍ଘଟଣାର ଶିକାର ହେବେ ନାହିଁ। ଭଡା ମଧ୍ୟ ସମାନ ରଖିବାକୁ କୁହାଯାଇଛି। କଡା ନିର୍ଦ୍ଦେଶ ଦିଆଯାଇଛି ଡ୍ରାଇଭରମାନେ ମନଇଚ୍ଛା ଭଡା ଆଦାୟ କରିବେ ନାହିଁ।

ଯୋଗୀ ସରକାର ରାମ ଭକ୍ତମାନଙ୍କୁ ହେଲିକପ୍ଟର ସେବା ସୁବିଧା ଯୋଗାଇ ଦେଇଛନ୍ତି। ହେଲିକପ୍ଟରଗୁଡିକ ରାଜ୍ୟର ୬ଟି ଜିଲା ଗୋରଖପୁର, ବାରାଣାସୀ, ଲକ୍ଷ୍ନୌ, ପ୍ରୟାଗରାଜ, ମଥୁରା ଏବଂ ଆଗ୍ରା ଠାରୁ ରାମ ମନ୍ଦିରକୁ ଉଡ଼ାଣ କରିବ। ଭଡା ଏବଂ ବିମାନ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଜାନୁଆରୀ ୧୯ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଲକ୍ଷ୍ନୌରୁ ହେଲିକପ୍ଟର ସେବା ଆରମ୍ଭ କରିବେ।

ଭକ୍ତଙ୍କ ସୁବିଧା ପାଇଁ ୫୦ ଇ-ବସ, ୨୫ ଇ-ଅଟୋ ଏବଂ ୧୨ ପିଙ୍କ ଅଟୋ ସେବା ଆରମ୍ଭ କରାଯାଇଛି। ଅଯୋଧ୍ୟା ଦର୍ଶନ ପାଇଁ ମାଗଣା ବସ ସେବା ମଧ୍ୟ ଆରମ୍ଭ ହେବ।

The post ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା… appeared first on Dharitri Odia News.