ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ୱରମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ରମେଶ୍ୱରମ୍,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅନେକ ମନ୍ଦିର ପରିଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରମେଶ୍ୱରାମର ‘ଆଙ୍ଗି ତିର୍ଥ’ ବେଳାଭୂମିରେ ଏକ ପବିତ୍ର ବୁଡ଼ ପକାଇଛନ୍ତି। ସମୁଦ୍ରରେ ବୁଡ଼ ପକାଇବା ପରେ ଭଗବାନ ରାମନାଥସ୍ୱାମୀ ମନ୍ଦିରରେ ପୂଜା କରିଥିଲେ। ରୁଦ୍ରାକ୍ଷ ମାଳା ପିନ୍ଧିଥିବା ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁର ପ୍ରାଚୀନ ଶିବ ମନ୍ଦିର ରାମନାଥସ୍ୱାମୀ ମନ୍ଦିରରେ […] The post ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ୱରମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ୱରମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ରମେଶ୍ୱରମ୍,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅନେକ ମନ୍ଦିର ପରିଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରମେଶ୍ୱରାମର ‘ଆଙ୍ଗି ତିର୍ଥ’ ବେଳାଭୂମିରେ ଏକ ପବିତ୍ର ବୁଡ଼ ପକାଇଛନ୍ତି। ସମୁଦ୍ରରେ ବୁଡ଼ ପକାଇବା ପରେ ଭଗବାନ ରାମନାଥସ୍ୱାମୀ ମନ୍ଦିରରେ ପୂଜା କରିଥିଲେ।

ରୁଦ୍ରାକ୍ଷ ମାଳା ପିନ୍ଧିଥିବା ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁର ପ୍ରାଚୀନ ଶିବ ମନ୍ଦିର ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାପରେ ତାଙ୍କୁ ପୁରୋହିତମାନେ ପାରମ୍ପାରିକ ସମ୍ମାନ ପ୍ରଦାନ କରିଥିଲେ। ସେ ମନ୍ଦିରରେ ଆୟୋଜିତ ଭଜନରେ ମଧ୍ୟ ଭାଗ ନେଇଥିଲେ।

ତାମିଲନାଡୁର ରାମନାଥପୁରମ୍ ଜିଲାର ରମେଶ୍ୱରମ୍ ଦ୍ୱୀପରେ ଥିବା ଶିବ ମନ୍ଦିରର ରାମାୟଣ ସହିତ ସଂଯୋଗ ଅଛି, କାରଣ ଏଠାରେ ଥିବା ଶିବ ଲିଙ୍ଗ ଶ୍ରୀ ରାମଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଭଗବାନ ରାମ ଏବଂ ସୀତା ଦେବୀ ଏଠାରେ ପ୍ରାର୍ଥନା କରୁଥିଲେ। ତିରୁଚିରାପଲ୍ଲୀ ଜିଲାର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ବାୟୁସେନା ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପହଞ୍ଚିଥିଲେ ଏବଂ ଭାଜପା କର୍ମୀ ତଥା ସ୍ଥାନୀୟ ଲୋକେ ଏଠାରେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ।

 

The post ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ୱରମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.