ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠା ପାଇଁ ସାମିଲ ହେବାକୁ ପହଞ୍ଚିଥିଲେ, ମିଳିଲାନି ଘର
ଲକ୍ଷ୍ନୌ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଆଉ କିଛି ଦିନ ବାକି ଅଛି। ୨୨ ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତିର ଉଦ୍ଘାଟନୀ ସମାରୋହକୁ ନେଇ ପ୍ରତ୍ୟେକ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ଭକ୍ତଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଏହି ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହା ସହ ରାମନଗରୀରେ ସମସ୍ତ ହୋଟେଲ ହାଉସଫୁଲ ବୁକ ହୋଇସାରିଛି। ଟିଭିର ରାମାୟଣର ରାମ, ସୀତା ଏବଂ […] The post ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠା ପାଇଁ ସାମିଲ ହେବାକୁ ପହଞ୍ଚିଥିଲେ, ମିଳିଲାନି ଘର appeared first on Dharitri Odia News.
ଲକ୍ଷ୍ନୌ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଆଉ କିଛି ଦିନ ବାକି ଅଛି। ୨୨ ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତିର ଉଦ୍ଘାଟନୀ ସମାରୋହକୁ ନେଇ ପ୍ରତ୍ୟେକ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ଭକ୍ତଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଏହି ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହା ସହ ରାମନଗରୀରେ ସମସ୍ତ ହୋଟେଲ ହାଉସଫୁଲ ବୁକ ହୋଇସାରିଛି। ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ମଧ୍ୟ ୧୭ ଜାନୁଆରୀରେ ଅଯୋଧ୍ୟାରେ ପହଞ୍ଚିଥିଲେ। ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ପ୍ରକାଶ କରିଛନ୍ତି ଯେ, ସେ ଅଯୋଧ୍ୟାରେ ରହିବାକୁ ସ୍ଥାନ ପାଇ ନାହାଁନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅର୍ଥାତ୍ ଅରୁଣ ଗୋବିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲହରୀଅଯୋଧ୍ୟା ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହି ସମୟରେ ତିନିଜଣଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା। ଟିଭିର ରାମ, ସୀତା ଏବଂ ଲକ୍ଷ୍ମଣଙ୍କୁ ଦେଖିବା ପାଇଁ ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ନଜର ଆସିଥିଲେ। ଏସବୁ ମଧ୍ୟରେ ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଜତକ୍ରେ ସହ କଥା ହୋଇଛନ୍ତି। ଅଭିନେତା ପ୍ରକାଶ କରିଛନ୍ତି ଯେ, ସେ ଅଯୋଧ୍ୟାକୁ ଆସିବାର ଦୁଇ ଦିନ ବିତିଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ରହିବାକୁ ସ୍ଥାନ ପାଇନାହାଁନ୍ତି। ସମସ୍ତ ହୋଟେଲ ରୁମ୍ଗୁଡ଼ିକ ପ୍ରାୟ ଫୁଲ୍ ଏବଂ ଉଦ୍ଘାଟନ ସମୟ ପର୍ଯ୍ୟନ୍ତ ସେ କେଉଁଠାରେ ରହିବେ ସେ ବିଷୟରେ ଚିନ୍ତିତ ଅଛନ୍ତି।
The post ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠା ପାଇଁ ସାମିଲ ହେବାକୁ ପହଞ୍ଚିଥିଲେ, ମିଳିଲାନି ଘର appeared first on Dharitri Odia News.