୫ ଶ୍ରେଣୀକୁ ଜଣେ ଶିକ୍ଷକ

ବଇଣ୍ଡା,୨ା୨ (ପରିକ୍ଷିତ ସାହୁ): ୫ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଦୀର୍ଘଦିନ ହେଲା ଏପରି ଅବ୍ୟବସ୍ଥାରେ ଚାଲିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଠେଲକନାଳୀଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ। ସ୍କୁଲର ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଇଛି। ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ସ୍କୁଲରେ […] The post ୫ ଶ୍ରେଣୀକୁ ଜଣେ ଶିକ୍ଷକ appeared first on Dharitri Odia News.

୫ ଶ୍ରେଣୀକୁ ଜଣେ ଶିକ୍ଷକ

ବଇଣ୍ଡା,୨ା୨ (ପରିକ୍ଷିତ ସାହୁ): ୫ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଦୀର୍ଘଦିନ ହେଲା ଏପରି ଅବ୍ୟବସ୍ଥାରେ ଚାଲିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଠେଲକନାଳୀଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ। ସ୍କୁଲର ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଇଛି। ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗୁରୁବାର ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, ୧୯୫୭ ମସିହାରେ ଅଞ୍ଚଳବାସୀ ଏହି ବିଦ୍ୟାଳୟ ସ୍ଥାପନ କରିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏଠାରେ ପଢ଼ାଯାଉଥିବା ବେଳେ ୬୧ ଜଣ ଛାତ୍ରୀଛାତ୍ର ବର୍ତ୍ତମାନ ସ୍କୁଲରେ ଅଛନ୍ତି। ସରକାରୀ ନିୟମ ଅନୁଯାୟୀ ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇବା କଥା। କିନ୍ତୁ ଦୀର୍ଘ ବର୍ଷ ହେବ ୨ ଜଣ ଶିକ୍ଷକ ଏଠାରେ କାର୍ଯ୍ୟରତ ଥିଲେ। ହେଲେ କିଛି ଦିନ ତଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିବାରୁ ବର୍ତ୍ତମାନ ଜଣେ ଶିକ୍ଷକରେ ପାଠପଢା ଚାଲିଛି। ଟ୍ରେନ୍‌ ଲାଇନ କଡରେ ଏହି ବିଦ୍ୟାଳୟ ଥିବାବେଳେ ମାତ୍ର ଜଣେ ଶିକ୍ଷକ ଥିବାରୁ ଛାତ୍ରୀଛାତ୍ରମାନେ ଅସୁରକ୍ଷିତ ହୋଇପଡିଛନ୍ତି। ଫଳରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ନିରାପଦ ମଣୁନାହାନ୍ତି। ପୂର୍ବରୁ ଶିକ୍ଷକ ନିଯୁକ୍ତି ପାଇଁ ବହୁବାର ବିଇଓଙ୍କ କାର୍ଯ୍ୟାଳୟ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି କରାଯାଉନାହିଁ। ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମ କମିଟି ସଭାପତି ପବିତ୍ର ମୋହନ ସାହୁ, ସମୀର ପ୍ରଧାନ, ଅଗସ୍ତି ସାହୁ, ଟିକିନା ସାହୁ, ବେଞ୍ଜମିନି ସାହୁ, ମଧୁସୂଦନ ସାହୁ, ସୁରେଶ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଇଓ ଅରୁଣ କୁମାର ସେଠୀ କହିଛନ୍ତି, ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଜିଲା ଶିକ୍ଷା ପ୍ରଶାସନକୁ ଅବଗତ କରାଯାଇଛି। ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷକ ନିଯୁକ୍ତ କରାଗଲେ ତୁରନ୍ତ ଉକ୍ତ ସ୍କୁଲର ସମସ୍ୟା ସମାଧାନ କରଯିବ।

The post ୫ ଶ୍ରେଣୀକୁ ଜଣେ ଶିକ୍ଷକ appeared first on Dharitri Odia News.