ରାମନବମୀରେ କାମଧେନୁ ଗୋ-ଶାଳାର ଶିଳାନ୍ୟାସ କଲେ ମନ୍ତ୍ରୀ
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଜନଜାତି ବହୁଳ ବଡ଼ବୁରୁଡ଼ା ଗ୍ରାମ ଶବରୀ ମାତା ଆଶ୍ରମ ଆନୁକୁଲ୍ୟରେ ରବିବାର ପବିତ୍ର ଶ୍ରୀରାମନବମୀ ଅବସରରେ କାମଧେନୁ ଗୋ- ଶାଳା ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶିଳାନ୍ୟାସ କରିଛନ୍ତି। ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମର ପ୍ରସ୍ତାବିତ ରାମମନ୍ଦିର ସ୍ଥଳରେ ଆୟୋଜିତ ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମରେ […] The post ରାମନବମୀରେ କାମଧେନୁ ଗୋ-ଶାଳାର ଶିଳାନ୍ୟାସ କଲେ ମନ୍ତ୍ରୀ appeared first on Dharitri Odia News.
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଜନଜାତି ବହୁଳ ବଡ଼ବୁରୁଡ଼ା ଗ୍ରାମ ଶବରୀ ମାତା ଆଶ୍ରମ ଆନୁକୁଲ୍ୟରେ ରବିବାର ପବିତ୍ର ଶ୍ରୀରାମନବମୀ ଅବସରରେ କାମଧେନୁ ଗୋ- ଶାଳା ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶିଳାନ୍ୟାସ କରିଛନ୍ତି। ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମର ପ୍ରସ୍ତାବିତ ରାମମନ୍ଦିର ସ୍ଥଳରେ ଆୟୋଜିତ ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର, ବଂଶଧାରା ନାଗାବଳୀ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ.ନଗେନ୍ଦ୍ର ମହାରଣା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।
ଗ୍ରାମର କୁଇ ସମାଜ ବନବାସୀମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପଣ୍ଡିତ, ପୁରୋହିତଙ୍କ ବେଦମନ୍ତ୍ର ଧ୍ୱନିରେ ମହାଯଜ୍ଞସ୍ଥଳ ପ୍ରକମ୍ପିତ ହୋଇଥିଲା। ବ୍ରହ୍ମପୁର ଆର୍ଯ୍ୟ ସମାଜର କାର୍ଯ୍ୟକର୍ତ୍ତା ବୃନ୍ଦ ଏବଂ ଆଖପାଖର ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ମହାଯଜ୍ଞ ଏବଂ ଗୋ-ଶାଳା ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଦିଗପହଣ୍ଡି ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
The post ରାମନବମୀରେ କାମଧେନୁ ଗୋ-ଶାଳାର ଶିଳାନ୍ୟାସ କଲେ ମନ୍ତ୍ରୀ appeared first on Dharitri Odia News.