ମିଆଁମାରର ପିଛା ଛାଡୁନି ଭୂମିକମ୍ପ, ଗତକାଲି ଦୁଇ ଦୁଇ ଥର ଦେଲା ଝଟକା

ମିଆଁମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଦୁଇଟି ଭୂମିକମ୍ପ ହୋଇଥିଲା, ଯେଉଁଥିରୁ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୪.୭ ଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ମଙ୍ଗଳବାର ଦିନ ଅପରାହ୍ନରେ ପ୍ରଥମ ଭୂମିକମ୍ପ ହୋଇଥିଲା, ଏହାପରେ ସନ୍ଧ୍ୟାରେ ୪.୫ ତୀବ୍ରତାର ଦ୍ବିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । NCS ଅନୁଯାୟୀ, ପ୍ରଥମ ଭୂମିକମ୍ପର ତୀବ୍ରତା ୪.୭ ରେକ୍ଟର କରାଯାଇଥିଲା, ଯାହା ଭାରତୀୟ ସମୟ […] The post ମିଆଁମାରର ପିଛା ଛାଡୁନି ଭୂମିକମ୍ପ, ଗତକାଲି ଦୁଇ ଦୁଇ ଥର ଦେଲା ଝଟକା appeared first on KNews Odisha.

ମିଆଁମାରର ପିଛା ଛାଡୁନି ଭୂମିକମ୍ପ, ଗତକାଲି ଦୁଇ ଦୁଇ ଥର ଦେଲା ଝଟକା
earthquake

ମିଆଁମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଦୁଇଟି ଭୂମିକମ୍ପ ହୋଇଥିଲା, ଯେଉଁଥିରୁ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୪.୭ ଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ମଙ୍ଗଳବାର ଦିନ ଅପରାହ୍ନରେ ପ୍ରଥମ ଭୂମିକମ୍ପ ହୋଇଥିଲା, ଏହାପରେ ସନ୍ଧ୍ୟାରେ ୪.୫ ତୀବ୍ରତାର ଦ୍ବିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

NCS ଅନୁଯାୟୀ, ପ୍ରଥମ ଭୂମିକମ୍ପର ତୀବ୍ରତା ୪.୭ ରେକ୍ଟର କରାଯାଇଥିଲା, ଯାହା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪;୩୧ ରେ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୭ । ସନ୍ଧ୍ୟାରେ ଦ୍ବିୀୟ ଭୂମିକମ୍ପର ତୀବ୍ରତା ୪.୫ ଥିଲା, ଯାହା ଭାରତୀୟ ସମୟ ଅନୁସାରେ ରାତି ୮;୫୭ ରେ ରେକର୍ଡ କରାଯାଇଥିଲା ।

ହେଲେ ଏହି ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତିର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ରିପୋର୍ଟ ଆସିଛି । କିନ୍ତୁ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ ଭୟ ଏବଂ ଚିନ୍ତା ରହିଛି । ମିଆଁମାର ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳର ଏକ ଭୂମିକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ, ଯେଉଁଠାରେ ପ୍ରାୟତଃ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୁଏ । ଏଥି ସହ ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଏପରି ଭୂମିକମ୍ ପୃଷ୍ଠ ତଳେ ପ୍ଲେଟଗୁଡିକର ଗତି ଯୋଗୁଁ ହୋଇଥାଏ ।

The post ମିଆଁମାରର ପିଛା ଛାଡୁନି ଭୂମିକମ୍ପ, ଗତକାଲି ଦୁଇ ଦୁଇ ଥର ଦେଲା ଝଟକା appeared first on KNews Odisha.