ରାମବନରେ ବାଦଲଫଟା ବର୍ଷା ପରେ ଶ୍ରୀନଗର ନ୍ୟାସନାଲ ହାଇୱେ ବନ୍ଦ, ଫଶି ରହିଛନ୍ତି ଶହଶହ ଗାଡ଼ି, Watch Video

ଶ୍ରୀନଗର ୨୦।୪: ଜମ୍ମୁ-କାଶ୍ମୀରରେ ୨୦ ଏପ୍ରିଲ ରବିବାର ସକାଳେ ଆକାଶର ବିପଦ ବର୍ଷିଛି। ରାମବାଗର ସେରିବାଗନା ଅଞ୍ଚଳରେ ବାଦଲ ଫାଟିବାରୁ ବନ୍ୟା ଆସି ଯାଇଛି। ଫଳରେ ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବା ବେଳେ ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେକୁ ବନ୍ଦ କରି ଦିଆଯାଇଛି। ଏଣୁ ଶହଶହ ଗାଡ଼ି ଜାତୀୟ ରାଜମାର୍ଗରେ ଅଟକି ରହିଛନ୍ତି। ଜମ୍ମୁ-କାଶ୍ମୀରରେ ଗତ କିଛି ଦିନ ହେଲା ବର୍ଷା ଜାରି ରହିଛି। ତେବେ ଗତ ୨୪ ଘଣ୍ଟାହେଲା ଲାଗି ରହିଥିବା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। #WATCH | J&K | Vehicular movememt on National Highway 44 is blocked due to landslides following heavy rainfall. pic.twitter.com/f2pcLNgUzJ— ANI (@ANI) April 20, 2025ଆକାଶରୁ ବର୍ଷୁଥିବା ବିପଦ ଯୋଗୁ ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେକୁ ବନ୍ଦ କରାଯାଇଛି। ଏଥିରେ କିସ୍ତବାଡା-ପଦ୍ଦାର ମାର୍ଗ ମଧ୍ୟ ବାହନ ଚଳାଚଳ ପାଇଁ ବନ୍ଦ ରହିଛି। ଅଧିକାରୀମାନେ ପାଗ ସଫା ହେବା ପରେ ଯାଇ ଜାତୀୟ ରାଜମାର୍ଗରେ ଯାନବାହନ ଚଳାଚଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଲ୍ୟାଣ୍ଡ ସ୍ଲାଇଡର କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପାହାଡ଼ର ଆବର୍ଜନା ଜନବସତୀ ଅଞ୍ଚଳକୁ ପ୍ରବେଶ କରୁଥିବା ଦେଖାଯାଇଛି। #WATCH | J&K | Several houses damaged after a landslide triggered by continuous rainfall severely impacted the R

ରାମବନରେ ବାଦଲଫଟା ବର୍ଷା ପରେ ଶ୍ରୀନଗର ନ୍ୟାସନାଲ ହାଇୱେ ବନ୍ଦ, ଫଶି ରହିଛନ୍ତି ଶହଶହ ଗାଡ଼ି, Watch Video

ଶ୍ରୀନଗର ୨୦।୪: ଜମ୍ମୁ-କାଶ୍ମୀରରେ ୨୦ ଏପ୍ରିଲ ରବିବାର ସକାଳେ ଆକାଶର ବିପଦ ବର୍ଷିଛି। ରାମବାଗର ସେରିବାଗନା ଅଞ୍ଚଳରେ ବାଦଲ ଫାଟିବାରୁ ବନ୍ୟା ଆସି ଯାଇଛି। ଫଳରେ ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବା ବେଳେ ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେକୁ ବନ୍ଦ କରି ଦିଆଯାଇଛି। ଏଣୁ ଶହଶହ ଗାଡ଼ି ଜାତୀୟ ରାଜମାର୍ଗରେ ଅଟକି ରହିଛନ୍ତି। ଜମ୍ମୁ-କାଶ୍ମୀରରେ ଗତ କିଛି ଦିନ ହେଲା ବର୍ଷା ଜାରି ରହିଛି। ତେବେ ଗତ ୨୪ ଘଣ୍ଟାହେଲା ଲାଗି ରହିଥିବା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। 


ଆକାଶରୁ ବର୍ଷୁଥିବା ବିପଦ ଯୋଗୁ ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେକୁ ବନ୍ଦ କରାଯାଇଛି। ଏଥିରେ କିସ୍ତବାଡା-ପଦ୍ଦାର ମାର୍ଗ ମଧ୍ୟ ବାହନ ଚଳାଚଳ ପାଇଁ ବନ୍ଦ ରହିଛି। ଅଧିକାରୀମାନେ ପାଗ ସଫା ହେବା ପରେ ଯାଇ ଜାତୀୟ ରାଜମାର୍ଗରେ ଯାନବାହନ ଚଳାଚଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଲ୍ୟାଣ୍ଡ ସ୍ଲାଇଡର କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପାହାଡ଼ର ଆବର୍ଜନା ଜନବସତୀ ଅଞ୍ଚଳକୁ ପ୍ରବେଶ କରୁଥିବା ଦେଖାଯାଇଛି। 



ଏକ ଭିଡିଓରେ ୩-୪ଟି ଟ୍ୟାଙ୍କର ଓ ଅନ୍ୟ କେତେକ ଗାଡ଼ି କାଦୁଅରେ ପୋତି ହୋଇ ରହିଥିବା ଦେଖାଯାଇଛି। ଏହା ଛଡା ହୋଟେଲ ଓ ଘର ବି ପାହାଡରୁ ଭାସିଆସିଥିବା କାଦୁଅରେ ପ୍ରଭାବିତ ହୋଇଥିବା ଦେଖା ଯାଉଛି। ଧରମକୁଣ୍ଡରେ ଭୀଷଣ ବର୍ଷା ଯୋଗୁ ଚିନାବ ନଦୀକୁ ଲାଗି ରହିଥିବା ନାଳର ପାଣି ଗାଁକୁ ପଶିଛି। ଏହି ବନ୍ୟାରେ ୧୦ଟି ଘର ଭାସିଯାଇଥିବା ବେଳେ ୨୫-୩୦ ଘର ଅଳ୍ପବହୁତେ କ୍ଷତିଗ୍ରସ୍ତ ହୋଇଛି। ଧରମକୁଣ୍ଡ ପୋଲିସ ଅଞ୍ଚଳରେ ଫଶି ରହିଥିବା ୧୦୦ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।