ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠପଢାରେ ନେଟ୍ୱର୍କ ବାଧକ
ନୂଆପଡ଼ା,୧୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଅଞ୍ଚଳରେ ନେଟ୍ୱାର୍କ ସମସ୍ୟା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପଞ୍ଚାୟତ ଅନ୍ତର୍ଗତ ରୁପିଆମ, ଗୁତମା, ଅଡାର, ଧାକଲି, ଦେଓସିଲ, ଭାଓସିଲ, ଗୁରୁପାଣି, ଜଲମଡେଇ, ତାଲାବେଲା, କେଛୋପଖାନ, ହିରାପୁର, ଚନ୍ଦରସିଲ, କେନ୍ଦୁପଡା ଆଦି ଗାଁରେ ନେଟ୍ୱାର୍କ ପାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠ ପଢା ବାଧାପ୍ରାପ୍ତ ହେଉଛି। ଅନ୍ଲାଇନ କାମ ପଡିଲେ […] The post ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠପଢାରେ ନେଟ୍ୱର୍କ ବାଧକ appeared first on Dharitri Odia News.
ନୂଆପଡ଼ା,୧୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଅଞ୍ଚଳରେ ନେଟ୍ୱାର୍କ ସମସ୍ୟା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପଞ୍ଚାୟତ ଅନ୍ତର୍ଗତ ରୁପିଆମ, ଗୁତମା, ଅଡାର, ଧାକଲି, ଦେଓସିଲ, ଭାଓସିଲ, ଗୁରୁପାଣି, ଜଲମଡେଇ, ତାଲାବେଲା, କେଛୋପଖାନ, ହିରାପୁର, ଚନ୍ଦରସିଲ, କେନ୍ଦୁପଡା ଆଦି ଗାଁରେ ନେଟ୍ୱାର୍କ ପାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠ ପଢା ବାଧାପ୍ରାପ୍ତ ହେଉଛି। ଅନ୍ଲାଇନ କାମ ପଡିଲେ ଲୋକଙ୍କୁ ୩୦ କିଲୋମିଟର ଦୂର ଉଦ୍ୟାନବନ୍ଧ, ତରବୋଡ, କୋମନାକୁ ଯିବାକୁ ପଡୁଛି। ଏଥିଯୋଗୁ ଅଧିକ ଖର୍ଚ୍ଚାନ୍ତ ସହ ହଇରାଣ ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ କୌଣସି କାର୍ଯ୍ୟ ପାଇଁ ଅନ୍ଲାଇନ କରିବାକୁ ପଡୁଛି। ପଞ୍ଚାୟତରେ ନେଟ୍ୱର୍କ ପାଉ ନ ଥିବାରୁ କର୍ମଚାରୀ ପାହାଡ ଉପରକୁ ଯାଇ କାମ କରୁଛନ୍ତି। ପାହାଡକୁ ହିତାଧିକାରୀ ଯାଇ ଫିଙ୍ଗର ପ୍ରିଣ୍ଟ ଦେଇ ପଞ୍ଚାୟତକୁ ଆସି ରାଶନ ସାମଗ୍ରୀ ନେଉଛନ୍ତି। ଅଭୟାରଣ୍ୟରେ ହିଂସ୍ରଜନ୍ତୁଙ୍କ ଭୟ ରହିଥିଲେ ମଧ୍ୟ ଲୋକେ ବାଧ୍ୟହୋଇ ପାହାଡ ଚଢୁଛନ୍ତି। ସୂଚନାଯୋଗ୍ୟ, ସୁନାବେଡା ଅଭୟାରଣ୍ୟ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବରକୋଟ, ଜାମଗାଁ, ସୁନାବେଡା ଓ ସୋସେଙ୍ଗଠାରେ ୪ଟି ପୋଲିସ କ୍ୟାମ୍ପ ହୋଇଛି। କ୍ୟାମ୍ପ ବସିବା ଦିନଠାରୁ ଜାମଗାଁ, ସୋସେଙ୍କ ଓ ସୁନାବେଡାଠାରେ ୩ଟି ବିଏସ୍ଏନ୍ଏଲ୍ ଟାୱାର ନିର୍ମାଣ ହୋଇ ଅନ୍ଲାଇନ କାର୍ଯ୍ୟ ଚାଲିଥିଲା। ହେଲେ ୬ ମାସ ହେବ ସୋସେଙ୍ଗଠାରେ ଥିବା ବିଏସ୍ଏନ୍ଏଲ୍ ଟାୱାର ଅଚଳ ହୋଇଯିବାରୁ ଅନଲାଇନ କାମ ହୋଇପାରୁ ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ଟାୱାର ମରାମତି ସହ ନୂତନ ଭାବରେ ଜିଓ ଟାୱାର ସ୍ଥାପନ କରିବାକୁ ସରପଞ୍ଚ ମେଘନାଦ ମାଝି ଓ ଅଞ୍ଚଳବାସୀ ଦାବି କରିଛନ୍ତି।
The post ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠପଢାରେ ନେଟ୍ୱର୍କ ବାଧକ appeared first on Dharitri Odia News.