ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରଣଦୀପ
ମୁମ୍ବାଇ: ବଲିଉଡ୍ ଅଭିନେତା ରଣଦୀପ ହୁଡ୍ଡା ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ଆଗରୁ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମମନ୍ଦିର ସମାରୋହରେ ଦେଶର ବଡ଼ ବଡ଼ ବ୍ୟକ୍ତିବିଶେଷ, ସାଧୁ ସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଏନ୍ଆଇ ଏକ ପୋଷ୍ଟରେ ରଣଦୀପ ରାମମନ୍ଦିର ସମାରୋହରେ ଭାଗ ନେବାକୁ ଅଫିସିଆଲ ନିମନ୍ତ୍ରଣ ପାଇଥିବା ନଜରକୁ ଆସିଛନ୍ତି। କହିବାକୁ ଗଲେ […] The post ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରଣଦୀପ appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ ଅଭିନେତା ରଣଦୀପ ହୁଡ୍ଡା ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ଆଗରୁ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମମନ୍ଦିର ସମାରୋହରେ ଦେଶର ବଡ଼ ବଡ଼ ବ୍ୟକ୍ତିବିଶେଷ, ସାଧୁ ସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଏନ୍ଆଇ ଏକ ପୋଷ୍ଟରେ ରଣଦୀପ ରାମମନ୍ଦିର ସମାରୋହରେ ଭାଗ ନେବାକୁ ଅଫିସିଆଲ ନିମନ୍ତ୍ରଣ ପାଇଥିବା ନଜରକୁ ଆସିଛନ୍ତି। କହିବାକୁ ଗଲେ ତାଙ୍କ ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ମଧ୍ୟ ଏହି ଉତ୍ସବରେ ଭାଗନେବାକୁ ନିମନ୍ତ୍ରଣ ପାଇଛନ୍ତି। ଏବେ କୁହାଯାଉଛି କି ରଣଦୀପଙ୍କ ସହିତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ କରାଯାଇଛି; ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ରଣଦୀପ ୨୦୦୧ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଶେଷ ଥର ପାଇଁ ତାଙ୍କୁ ସର୍ଜିଏଣ୍ଟରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ହାତରେ ଆଉ ୨ଟି ଫିଲ୍ମ ରହିଛି।
The post ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରଣଦୀପ appeared first on Dharitri Odia News.