ରାମଲାଲାଙ୍କ ପ୍ରତିମା ପ୍ରତିଷ୍ଠା ପାଇଁ ସମଗ୍ର କଟକ ରାମମୟ, ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନରେ କମ୍ପିଲା ପରିବେଶ

କଟକ: ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମା ପ୍ରତିଷ୍ଠା ପାଇଁ ସମଗ୍ର କଟକ ସହର ଆଜି ରାମମୟ ହୋଇପଡିଛି। ସାରା ସହରରେ ଭକ୍ତି ଓ ଶ୍ରଦ୍ଧାର ସହ ଏହି ଅଲୌକିକ ମୁହୂର୍ତ୍ତକୁ ପୂଜା, ଅର୍ଚ୍ଚନା, ଦୀପ ଦାନ, ଭଜନ, କୀର୍ତ୍ତନ ସହ ପାଳନ କରାଯାଇଛି। ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କଟକ ସହରରେ ସୁଦୃଶ୍ୟ ଵାଲୁକା କଳା ଆୟୋଜିତ ହୋଇଛି। ସେପଟେ ଏହି ପବିତ୍ର ଦିନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ କାଳିଆଵୋଦା ମା କାଳୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରିଵା ସହ ଶୁଭ ମୁହୁର୍ତ୍ତରେ ଶ୍ରଦ୍ଧାଳୁଙ୍କୁ ମିଠା ବାଣ୍ଟିଥିଲେ। Also read- IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କଟକ ସହରରେ ଅଦ୍ଭୁତ ପୂର୍ଵ ଭକ୍ତିମୟ ପରିଵେଶ। ସହରର କୋଣ ଅନୁକୋଣରେ ପୂଜା ଅର୍ଚ୍ଚନା ସହ ହୋମ ଜଞ୍ଜର ଆୟୋଜନ କରାଯାଇଛି। ଘରେ ଘରେ ଶ୍ରଦ୍ଧାଳୁ ମାନେ କଳସ ସ୍ଥାପନା କରି ଦିପ ଜାଳି ଵେଶ୍ ଭକ୍ତିର ସହ ରାମ ଲାଲାଙ୍କୁ ସ୍ବାଗତ କରିଛନ୍ତି।ରାମ ଲାଲାଙ୍କ ସ୍ବାଗତ ପାଇଁ ସମ୍ପୂର୍ଣ୍ଣ ସହର ଏକାକାର ହୋଇଯାଇଛି। ଏହି ଅବସରରେ କାଠଯୋଡି ରିସର୍ଟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାର ମହିଳା କଳସ ଶୋଭାଯାତ୍ରାରେ ଆସି ଯଞ୍ଜରେ ସାମିଲ ହୋଇଥିଲେ। ଏହି ଶୁଭ ଦିନଟିକୁ ସ୍ମୃତିରେ ସାଇତି ରଖିଵା ପାଇଁ କାଠଯୋଡି ରିସର୍ଟରେ ଅଯୋଧ୍ୟ

ରାମଲାଲାଙ୍କ ପ୍ରତିମା ପ୍ରତିଷ୍ଠା ପାଇଁ ସମଗ୍ର କଟକ ରାମମୟ, ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନରେ କମ୍ପିଲା ପରିବେଶ

କଟକ: ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମା ପ୍ରତିଷ୍ଠା ପାଇଁ ସମଗ୍ର କଟକ ସହର ଆଜି ରାମମୟ ହୋଇପଡିଛି। ସାରା ସହରରେ ଭକ୍ତି ଓ ଶ୍ରଦ୍ଧାର ସହ ଏହି ଅଲୌକିକ ମୁହୂର୍ତ୍ତକୁ ପୂଜା, ଅର୍ଚ୍ଚନା, ଦୀପ ଦାନ, ଭଜନ, କୀର୍ତ୍ତନ ସହ ପାଳନ କରାଯାଇଛି। ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କଟକ ସହରରେ ସୁଦୃଶ୍ୟ ଵାଲୁକା କଳା ଆୟୋଜିତ ହୋଇଛି। ସେପଟେ ଏହି ପବିତ୍ର ଦିନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ କାଳିଆଵୋଦା ମା କାଳୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରିଵା ସହ ଶୁଭ ମୁହୁର୍ତ୍ତରେ ଶ୍ରଦ୍ଧାଳୁଙ୍କୁ ମିଠା ବାଣ୍ଟିଥିଲେ।

Also read- IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କଟକ ସହରରେ ଅଦ୍ଭୁତ ପୂର୍ଵ ଭକ୍ତିମୟ ପରିଵେଶ। ସହରର କୋଣ ଅନୁକୋଣରେ ପୂଜା ଅର୍ଚ୍ଚନା ସହ ହୋମ ଜଞ୍ଜର ଆୟୋଜନ କରାଯାଇଛି। ଘରେ ଘରେ ଶ୍ରଦ୍ଧାଳୁ ମାନେ କଳସ ସ୍ଥାପନା କରି ଦିପ ଜାଳି ଵେଶ୍ ଭକ୍ତିର ସହ ରାମ ଲାଲାଙ୍କୁ ସ୍ବାଗତ କରିଛନ୍ତି।ରାମ ଲାଲାଙ୍କ ସ୍ବାଗତ ପାଇଁ ସମ୍ପୂର୍ଣ୍ଣ ସହର ଏକାକାର ହୋଇଯାଇଛି। ଏହି ଅବସରରେ କାଠଯୋଡି ରିସର୍ଟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାର ମହିଳା କଳସ ଶୋଭାଯାତ୍ରାରେ ଆସି ଯଞ୍ଜରେ ସାମିଲ ହୋଇଥିଲେ। ଏହି ଶୁଭ ଦିନଟିକୁ ସ୍ମୃତିରେ ସାଇତି ରଖିଵା ପାଇଁ କାଠଯୋଡି ରିସର୍ଟରେ ଅଯୋଧ୍ୟାର ଭଵ୍ୟ ରାମ ମନ୍ଦିରର ଵାଲୁକା କଳା ଆୟୋଜିତ ହୋଇଛି। ଏହି ଅବସରରେ ସହରର ଵିଭିନ୍ନ ସ୍ଥାନରେ ସର୍ଵସାଧାରଣଙ୍କୁ ପ୍ରସାଦ ଵଣ୍ଟନର ଵ୍ୟଵସ୍ଥା ମଧ୍ୟ ହୋଇଥିଲା।

ସେପଟେ ଆଜିର ପଵିତ୍ର ଦିନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର କାଳିଆଵୋଦାରେ ଥିବା ମା' କାଳୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି।ସହରର ଭକ୍ତିମୟ ପରିବେଶରେ ସାମିଲ ହୋଇ ଧର୍ମେନ୍ଦ୍ର ଶ୍ରଦ୍ଧାଳୁ ମାନଙ୍କୁ ମିଠା ଵାଣ୍ଟିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସହ ବହୁ ଦିନର ପ୍ରତୀକ୍ଷା ପୁରଣ ହୋଇଛି ଵୋଲି ଧର୍ମେନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ଅବସରରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

The post ରାମଲାଲାଙ୍କ ପ୍ରତିମା ପ୍ରତିଷ୍ଠା ପାଇଁ ସମଗ୍ର କଟକ ରାମମୟ, ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନରେ କମ୍ପିଲା ପରିବେଶ appeared first on Prameya News7.