'ରାମାୟଣ' ସେଟ୍ରୁ ପୁଣି ଲିକ୍ ହେଲା ଫଟୋ, ରାମ-ସୀତା ଚରିତ୍ରରେ ରଣବୀର-ସାଇଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ
ମୁମ୍ଵାଇ ୨୮।୦୪ : ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'। ଯାହାକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମରେ ରଣବୀର କପୁର ଏବଂ ସାଇ ପଲ୍ଲବୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ରଣବୀର ପ୍ରଭୁ ରାମ ଏବଂ ସାଇ ମାତା ସୀତା ଭୂମିକାରେ ଦେଖିବାକୁ ମିଳିବେ। ବର୍ତ୍ତମାନ ସେଟ୍ରୁ କଳାକାରଙ୍କ ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ପ୍ରଂଶସକମାନେ ଖୁସି ହୋଇଯାଇଛନ୍ତି। Superb look. #Ramayana will create new records surely ????Biggest blockbuster loading.. pic.twitter.com/5WykLdvoL6— अपना Bollywood???? (@Apna_Bollywood) April 27, 2024ଦର୍ଶକ ଉତ୍ସାହର ସହିତ 'ରାମାୟଣ'କୁ ଅପେକ୍ଷା କରିଛନ୍ତି। ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ଆଗ୍ରହୀ। ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ରଣବୀର ଏବଂ ସାଇଙ୍କ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଉଭୟ ତାରକା ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି। ଫଟୋ ଗୁଡିକରେ ଉଭୟ ପୋଖରି କିମ୍ଵା ନଦୀ କୂଳରେ ବୁଲିବାର ଦେଖିବାକୁ ମିଳିଛି। ଦୁହେଁ ମେଳ ଖାଉଥିବା ମେରୁନ ରଙ୍ଗର ପୋଷାକ ପିନ୍ଧିଛନ୍ତି। Lara Dutta, Sheeba Chaddha & Arun Govil with the junior artists in the sets of #Ramayana pic.twitter.com/tmikN
ମୁମ୍ଵାଇ ୨୮।୦୪ : ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'। ଯାହାକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମରେ ରଣବୀର କପୁର ଏବଂ ସାଇ ପଲ୍ଲବୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ରଣବୀର ପ୍ରଭୁ ରାମ ଏବଂ ସାଇ ମାତା ସୀତା ଭୂମିକାରେ ଦେଖିବାକୁ ମିଳିବେ। ବର୍ତ୍ତମାନ ସେଟ୍ରୁ କଳାକାରଙ୍କ ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ପ୍ରଂଶସକମାନେ ଖୁସି ହୋଇଯାଇଛନ୍ତି।
Superb look. #Ramayana will create new records surely ????
Biggest blockbuster loading.. pic.twitter.com/5WykLdvoL6— अपना Bollywood???? (@Apna_Bollywood) April 27, 2024
ଦର୍ଶକ ଉତ୍ସାହର ସହିତ 'ରାମାୟଣ'କୁ ଅପେକ୍ଷା କରିଛନ୍ତି। ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ଆଗ୍ରହୀ। ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ରଣବୀର ଏବଂ ସାଇଙ୍କ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଉଭୟ ତାରକା ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି। ଫଟୋ ଗୁଡିକରେ ଉଭୟ ପୋଖରି କିମ୍ଵା ନଦୀ କୂଳରେ ବୁଲିବାର ଦେଖିବାକୁ ମିଳିଛି। ଦୁହେଁ ମେଳ ଖାଉଥିବା ମେରୁନ ରଙ୍ଗର ପୋଷାକ ପିନ୍ଧିଛନ୍ତି।
Lara Dutta, Sheeba Chaddha & Arun Govil with the junior artists in the sets of #Ramayana pic.twitter.com/tmikNU7cwo— Arjun (@ArjanVelli) April 4, 2024
ସାଇ ପଲ୍ଲବୀ ନାଚୁରାଲ ମେକଅପ୍ ସହିତ ଏକ ସୁବର୍ଣ୍ଣ ଏବଂ ମେରୁନ୍ ଓଢଣୀ ପକାଇଛନ୍ତି। ଉଭୟଙ୍କ ଲୁକ୍ ରାଜକୀୟ ସହିତ ଖୁବ୍ ସୁନ୍ଦର ଲାଗୁଛି। ଖବର ଅନୁଯାୟୀ ଲାରା ଦତ୍ତା ଏହି ଫିଲ୍ମରେ କୈକେୟୀ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଟିଭିର ରାମ, ଅରୁଣ ଗୋଭିଲ ଏହି ଫିଲ୍ମରେ ଦଶରଥ ଭୂମିକାରେ ଅଭିନୟ କରିବେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।