ହତ୍ୟା ଧମକ ମଧ୍ୟରେ ସଲମାନ ଆରମ୍ଭ କଲେ ଫିଲ୍ମର ସୁଟିଂ, କହିଲେ-ବ୍ୟକ୍ତିଗତ କାରଣରୁ କାମରେ ବିଳମ୍ଵ ହେବ ନାହିଁ...

ମୁମ୍ଵାଇ ୨୩।୧୦: ବିଷ୍ଣୋଇ ଗ୍ୟାଙ୍ଗର ଧମକ ସତ୍ତ୍ଵେ ଚୁକ୍ତିବଦ୍ଧ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂ ଲାଗି ପୂରାପୂରି ରେଡ୍ଡୀ ଅଛନ୍ତି ଦବଙ୍ଗ ସଲମାନ ଖାନ୍‌। କିଛି ଦିନ ତଳେ ମୁମ୍ବାଇରେ ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ବିଷ୍ଣୋଇ ଗ୍ୟାଙ୍ଗ୍‌ ସଲମାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା । ଏହା ପରେ ପୋଲିସ ସଲ୍ଲୁଙ୍କ ସୁରକ୍ଷା ବଢ଼ାଇ ଦେଇଛି । ସ୍ଥିତିକୁ ଦେଖି ଲାଗୁଥିଲା, ସଲ୍ଲୁ ପୂର୍ବରୁ ଚୁକ୍ତିବଦ୍ଧ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂକୁ ବାତିଲ କରିଦେବେ । ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର’ର ସୁଟିଂକୁ ମଧ୍ୟ ବାତିଲ କରିଦେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଲା । କିନ୍ତୁ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୂର୍ବ ନିର୍ଦ୍ଧାରିତ ସୂଚୀ ହିସାବରେ ସଲ୍ଲୁ ନିଜ କାମ କରିବେ । ରିପୋର୍ଟ ଅନୁସାରେ, ଗତକାଲି ଅର୍ଥାତ୍‌ ମଙ୍ଗଳବାର ସେ ‘ସିକନ୍ଦର’ର ସୁଟିଂ ଆରମ୍ଭ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ କାମକୁ ନେଇ ସଲ୍ଲୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଉଚ୍ଚ ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ସେ ନିକଟରେ ‘ବିଗ୍‌ ବସ୍‌-୧୮’ର ସୁଟିଂ କରିଛନ୍ତି । ବ୍ୟକ୍ତିଗତ କାରଣ ଲାଗି କୌଣସି ପ୍ରୋଜେକ୍ଟରେ ଯେମିତି ବିଳମ୍ବ ନ ହେଉ, ସଲ୍ଲୁ ତାହା ପୂରା ଧ୍ୟାନ ଦେଉଛନ୍ତି। ଆସନ୍ତା ସପ୍ତାହ ଦୀପାବଳି ପର୍ଯ୍ୟନ୍ତ ସଲ୍ଲୁ ଫିଲ୍ମ ସୁଟିଂ ଜାରି ରଖିବେ । ‘ସିକନ୍ଦର’କୁ ଫ୍ୟାନ୍‌ ବେଶ ଉତ୍ସାହର ସହ ଅପେକ୍ଷା କରିଥିବାବେଳେ ଫ୍ୟାନ୍‌ଙ୍କୁ ଫିଲ୍ମ

ହତ୍ୟା ଧମକ ମଧ୍ୟରେ ସଲମାନ ଆରମ୍ଭ କଲେ ଫିଲ୍ମର ସୁଟିଂ, କହିଲେ-ବ୍ୟକ୍ତିଗତ କାରଣରୁ କାମରେ ବିଳମ୍ଵ ହେବ ନାହିଁ...

ମୁମ୍ଵାଇ ୨୩।୧୦: ବିଷ୍ଣୋଇ ଗ୍ୟାଙ୍ଗର ଧମକ ସତ୍ତ୍ଵେ ଚୁକ୍ତିବଦ୍ଧ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂ ଲାଗି ପୂରାପୂରି ରେଡ୍ଡୀ ଅଛନ୍ତି ଦବଙ୍ଗ ସଲମାନ ଖାନ୍‌। କିଛି ଦିନ ତଳେ ମୁମ୍ବାଇରେ ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ବିଷ୍ଣୋଇ ଗ୍ୟାଙ୍ଗ୍‌ ସଲମାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା । ଏହା ପରେ ପୋଲିସ ସଲ୍ଲୁଙ୍କ ସୁରକ୍ଷା ବଢ଼ାଇ ଦେଇଛି । ସ୍ଥିତିକୁ ଦେଖି ଲାଗୁଥିଲା, ସଲ୍ଲୁ ପୂର୍ବରୁ ଚୁକ୍ତିବଦ୍ଧ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂକୁ ବାତିଲ କରିଦେବେ । ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର’ର ସୁଟିଂକୁ ମଧ୍ୟ ବାତିଲ କରିଦେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଲା । କିନ୍ତୁ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । 

ପୂର୍ବ ନିର୍ଦ୍ଧାରିତ ସୂଚୀ ହିସାବରେ ସଲ୍ଲୁ ନିଜ କାମ କରିବେ । ରିପୋର୍ଟ ଅନୁସାରେ, ଗତକାଲି ଅର୍ଥାତ୍‌ ମଙ୍ଗଳବାର ସେ ‘ସିକନ୍ଦର’ର ସୁଟିଂ ଆରମ୍ଭ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ କାମକୁ ନେଇ ସଲ୍ଲୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଉଚ୍ଚ ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ସେ ନିକଟରେ ‘ବିଗ୍‌ ବସ୍‌-୧୮’ର ସୁଟିଂ କରିଛନ୍ତି । ବ୍ୟକ୍ତିଗତ କାରଣ ଲାଗି କୌଣସି ପ୍ରୋଜେକ୍ଟରେ ଯେମିତି ବିଳମ୍ବ ନ ହେଉ, ସଲ୍ଲୁ ତାହା ପୂରା ଧ୍ୟାନ ଦେଉଛନ୍ତି। ଆସନ୍ତା ସପ୍ତାହ ଦୀପାବଳି ପର୍ଯ୍ୟନ୍ତ ସଲ୍ଲୁ ଫିଲ୍ମ ସୁଟିଂ ଜାରି ରଖିବେ । 

‘ସିକନ୍ଦର’କୁ ଫ୍ୟାନ୍‌ ବେଶ ଉତ୍ସାହର ସହ ଅପେକ୍ଷା କରିଥିବାବେଳେ ଫ୍ୟାନ୍‌ଙ୍କୁ ଫିଲ୍ମ ଭେଟି ଦେବାକୁ ସେ ଖୁବ୍‌ ପରିଶ୍ରମ କରୁଛନ୍ତି । ପୂର୍ବରୁ ଖବର ଥିଲା ଯେ ହତ୍ୟା ଧମକ ଯୋଗୁ ‘ସିଂଘମ୍‌ ଏଗେନ୍‌’ରେ ସଲ୍ଲୁଙ୍କ ଝଲକ୍‌ ଦେଖିବାକୁ ମିଳିବ ନାହିଁ । କିନ୍ତୁ କଥା ଦେଇ ଓହରିଯିବା ସଲ୍ଲୁଙ୍କ ପ୍ରକୃତି ନୁହେଁ । ରୋହିତ ଶେଟ୍ଟୀ ଓ ଅଜୟ ଦେବଗନଙ୍କ ସହ ଭଲ ବନ୍ଧୁତା ଯୋଗୁ ସଲ୍ଲୁ ଫିଲ୍ମରେ ଛୋଟ ଭୂମିକା ପାଇଁ କଥା ଦେଇଥିଲେ । ଏବେ ସେ କଥା ରଖିଛନ୍ତି । ଗତ ମଙ୍ଗଳବାର ମୁମ୍ବାଇରେ ‘ସିଂଘମ୍‌ ଏଗେନ୍‌’ରେ ନିଜ ଭୂମିକାର ସୁଟିଂ କରିଛନ୍ତି ।