‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି କରାଯାଇଥିଲା। ଏହି ଗୀତ ରିଲିଜ୍‌ ହେବା ପରେ ଏହାର କ୍ରେଜ୍‌ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଗୀତରେ ସଲମାନଙ୍କୁ ହୁକ୍‌ ଷ୍ଟେପ୍‌ ସହ ନାଚୁଥିବାର ଦେଖିବାକୁ ମିଳିଥିଲା। ଏହାସହ ତାଙ୍କୁ ଏହି ଗୀତରେ ପାଲେଷ୍ଟାଇନ, ଜୋର୍ଡାନ, ସିରିଆ ଏବଂ ଲେବାନନ୍‌ ଆଦି ଦେଶର ଲୋକପ୍ରିୟ ପାରମ୍ପରିକ ନୃତ୍ୟ ଡବ୍‌କେ […] The post ‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ appeared first on Dharitri Odia News.

‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି କରାଯାଇଥିଲା। ଏହି ଗୀତ ରିଲିଜ୍‌ ହେବା ପରେ ଏହାର କ୍ରେଜ୍‌ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଗୀତରେ ସଲମାନଙ୍କୁ ହୁକ୍‌ ଷ୍ଟେପ୍‌ ସହ ନାଚୁଥିବାର ଦେଖିବାକୁ ମିଳିଥିଲା। ଏହାସହ ତାଙ୍କୁ ଏହି ଗୀତରେ ପାଲେଷ୍ଟାଇନ, ଜୋର୍ଡାନ, ସିରିଆ ଏବଂ ଲେବାନନ୍‌ ଆଦି ଦେଶର ଲୋକପ୍ରିୟ ପାରମ୍ପରିକ ନୃତ୍ୟ ଡବ୍‌କେ ଡ୍ୟାନ୍ସ ଷ୍ଟେପ୍‌ ସହ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହି ଗୀତର ଗ୍ରାଣ୍ଡ ସେଟ୍‌ଅପ୍‌ ଦର୍ଶକଙ୍କୁ ପସନ୍ଦ ଆସିଛି। ଗୀତରେ ସଲମାନଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କେମେଷ୍ଟ୍ରିକୁ ସିନେପ୍ରେମୀ ପସନ୍ଦ କରିଛନ୍ତି। ‘ସିକନ୍ଦର ନାଚେ’ ଗୀତରେ ସଲମାନ ଓ ରଶ୍ମିକାଙ୍କ ସହ ତାଳ ମିଳାଇ ତୁର୍କୀର କେତେଜଣ ସ୍ବତନ୍ତ୍ର ଡ୍ୟାନ୍ସର ଡ୍ୟାନ୍ସ ଷ୍ଟେପ୍‌ କରୁଥିବାର ନଜରକୁ ଆସିଛନ୍ତି। ଏହି ଗୀତରେ ଅହମଦ ଖାନ୍‌ଙ୍କର କୋରିଓଗ୍ରାଫିକୁ ଚାରିଆଡ଼ୁ ପସନ୍ଦ କରାଯାଉଛି। ପ୍ରକାଶ ଯେ, ସାଜିଦ ନାଡିଆଡ୍‌ଓ୍ବାଲାଙ୍କ ନିର୍ମିତ ଏବଂ ଏ. ଆର୍‌. ମୁରୁଗାଦୋସ୍‌ଙ୍କ ନିର୍ଦ୍ଦେଶିତ ‘ସିକନ୍ଦର’ ଫିଲ୍ମ ଆସନ୍ତା ୨୮ ତାରିଖରେ ରିଲିଜ୍‌ ହେବ।

The post ‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ appeared first on Dharitri Odia News.