ସୁଧ ଟଙ୍କା ପାଇଁ ଜୀବନ ହାରିଲେ ଯୁବକ
ଉଦଳା, ୭।୮(ସନ୍ତୋଷ କୁମାର ବାଚ୍ଛିନୀ): ସୁଧ ଟଙ୍କା ଦେଇ ନ ପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଡିବାସାହି ଗ୍ରାମରେ। ମୃତ ଯୁବକ ଜଣକ ହେଲେ ଦୀପକ କୁମାର ପାତ୍ର। ସୂଚନା ଅନୁଯାୟୀ, ଦୀପକ ରାଜ୍ୟ ବାହାରେ ରହି କାର୍ଯ୍ୟ କରନ୍ତି। ଗତ ମାର୍ଚ୍ଚ ୧୦ ତାରିଖରେ ତାଙ୍କର ବିବାହ ହୋଇଥିଲା। ବିବାହ ସମୟରେ ସେ ଗ୍ରାମର ଜଣେ ମହିଳାଙ୍କଠାରୁ […] The post ସୁଧ ଟଙ୍କା ପାଇଁ ଜୀବନ ହାରିଲେ ଯୁବକ appeared first on Dharitri Odia News.
ଉଦଳା, ୭।୮(ସନ୍ତୋଷ କୁମାର ବାଚ୍ଛିନୀ): ସୁଧ ଟଙ୍କା ଦେଇ ନ ପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଡିବାସାହି ଗ୍ରାମରେ। ମୃତ ଯୁବକ ଜଣକ ହେଲେ ଦୀପକ କୁମାର ପାତ୍ର। ସୂଚନା ଅନୁଯାୟୀ, ଦୀପକ ରାଜ୍ୟ ବାହାରେ ରହି କାର୍ଯ୍ୟ କରନ୍ତି। ଗତ ମାର୍ଚ୍ଚ ୧୦ ତାରିଖରେ ତାଙ୍କର ବିବାହ ହୋଇଥିଲା। ବିବାହ ସମୟରେ ସେ ଗ୍ରାମର ଜଣେ ମହିଳାଙ୍କଠାରୁ ୧୦ହଜାର ଟଙ୍କା ୫ଟଙ୍କା ସୁଧରେ ଆଣିଥିଲେ। ବିବାହ ପରେ ପୁଣି ସେ ନିଜର କର୍ମସ୍ଥଳୀକୁ ଚାଲିଯାଇଥିଲେ। ବିବାହର ୩ ମାସ ପରେ ତାଙ୍କ ବାପା ନିତ୍ୟାନନ୍ଦ ପାତ୍ରଙ୍କର ମୃତ୍ୟୁ ହେବାରୁ ସେ ଶୁଦ୍ଧିକ୍ରିୟା ନିମନ୍ତେ ଗାଁକୁ ଆସିଥିଲେ। ଶୁଦ୍ଧି କର୍ମ ସାରି କର୍ମସ୍ଥଳକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୁଧରେ ଟଙ୍କା ଦେଇଥିବା ମହିଳା ଓ ତାଙ୍କ ପୁଅ ଟଙ୍କା ମାଗିବା ସହ ସମସ୍ତଙ୍କ ସମ୍ମୁଖରେ ଦୀପକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିରେ ନିଜକୁ ଲଜ୍ଜିତ ମନେ କରି ଦୀପକ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତିି ନେଇଥିଲେ। ପରିବାର ଲୋକେ ତାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ ତାଙ୍କ ଶୋଇବା ଘରେ ବେକରେ ଶାଢ଼ି ବାନ୍ଧି ଝୁଲି ପଡ଼ିଥିଲେ। ଖବରପାଇ କପ୍ତିପଦା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଅନ୍ୟପକ୍ଷରେ ସୁଧ ଟଙ୍କା ପାଇଁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ମୃତ ଦୀପକ ପାତ୍ରଙ୍କ ଭାଇ ଅଶୋକ କୁମାର ପାତ୍ର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୯୪/୨୪) ରୁଜୁ କରି ତଦନ୍ତ ଜାରି ରଖିଛି।
The post ସୁଧ ଟଙ୍କା ପାଇଁ ଜୀବନ ହାରିଲେ ଯୁବକ appeared first on Dharitri Odia News.