ରାମେଶ୍ବରମ କାଫେ ବୋମା ବିସ୍ଫୋରଣ ଘଟଣା, ବରେଲୀରେ ସନ୍ଦିଗ୍ଧଙ୍କୁ ୫ ଘଣ୍ଟାର ଜେରା
ନୂଆଦିଲ୍ଲୀ: ବେଙ୍ଗାଲୁରୁ ବୋମା ବିସ୍ଫୋରଣ ଘଟଣାରେ ବୁଧବାର ଏନଆଇଏ ଟିମ୍ ଜଣେ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଛି। ଟିମ୍ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବରେଲୀ ଭୋଜୀପୁରାର ଧୌରାଟାଣ୍ଡାରେ ଏକ ଧର୍ମସ୍ଥଳରୁ ଜଣେ ନିର୍ଦ୍ଧିଷ୍ଟ ସମୁଦାୟର ବ୍ୟକ୍ତିଙ୍କୁ ଧରିଛି।ତେବେ ଦୀର୍ଘ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଛାଡ଼ିଦିଆଯାଇଛି। ତଥାପି ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଛି। ଏହି କାର୍ଯ୍ୟାନୁଷ୍ଠାନ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ହୋଇଥିଲା। ଦିନ ପ୍ରାୟ ୨ଟା ବେଳେ ଏନଆଇଏ ଟିମ୍ ଫେରିଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନରୁ ବରେଲୀରେ ଏନଆଇଏ ଲକ୍ଷ୍ନୌ ଟିମ୍ ଲାଗିଥିଲା। ପୋଲିସ୍କୁ ମଧ୍ୟ ଏହାର ସୂଚନା ନଥିଲା।ସୂଚନା ଅନୁଯାୟୀ, ବୁଧବାର ସକାଳ ୪ଟା ସମୟରେ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ଭୋଜୀପୁରାର ଧୌରାଟାଣ୍ଡାର ଓ୍ବାର୍ଡ ପାଞ୍ଚରେ ପହଞ୍ଚିଥିଲେ। ଏକ ନିର୍ଦ୍ଧିଷ୍ଟ ସମୁଦାୟର ବ୍ୟକ୍ତିଙ୍କ ଘରେ ରେଡ୍ କରିଥିଲେ। କିନ୍ତୁ ସେଠାରୁ ସଫଳତା ମିଳିନଥିଲା। ଅବଶ୍ୟ ସେଠାରୁ ବ୍ୟକ୍ତିଙ୍କ ଠିକଣା ଜଣାପଡ଼ିଥିଲା।ଆଉ ସକାଳ ପାଞ୍ଚଟା ସମୟରେ ଟିମ୍ ଧର୍ମ ସ୍ଥଳରୁ ନିର୍ଦ୍ଦିଷ୍ଟ ସମୁଦାୟର ସେହି ସନ୍ଦିଗ୍ଧଙ୍କୁ ଉଠାଇନେଇଥିଲା।ତେବେ ଏହାପରେ ଥାନାକୁ ନେଇ ପ୍ରାୟ ୫ ଘଣ୍ଟା ପଚରାଉଚରା କରିଥିଲା ଏନଆଇଏ ଟିମ୍। ପ୍ରକୃତରେ ଜଣା ପଡ଼ିଥିଲା ଯେ, ୨୦୨୪ ମାର୍ଚ୍ଚ ୧ରେ ହୋଇଥିବା ଏହି ବିସ୍ଫୋରଣ ଦିନ ଏହି
ନୂଆଦିଲ୍ଲୀ: ବେଙ୍ଗାଲୁରୁ ବୋମା ବିସ୍ଫୋରଣ ଘଟଣାରେ ବୁଧବାର ଏନଆଇଏ ଟିମ୍ ଜଣେ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଛି। ଟିମ୍ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବରେଲୀ ଭୋଜୀପୁରାର ଧୌରାଟାଣ୍ଡାରେ ଏକ ଧର୍ମସ୍ଥଳରୁ ଜଣେ ନିର୍ଦ୍ଧିଷ୍ଟ ସମୁଦାୟର ବ୍ୟକ୍ତିଙ୍କୁ ଧରିଛି।
ତେବେ ଦୀର୍ଘ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଛାଡ଼ିଦିଆଯାଇଛି। ତଥାପି ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଛି। ଏହି କାର୍ଯ୍ୟାନୁଷ୍ଠାନ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ହୋଇଥିଲା। ଦିନ ପ୍ରାୟ ୨ଟା ବେଳେ ଏନଆଇଏ ଟିମ୍ ଫେରିଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନରୁ ବରେଲୀରେ ଏନଆଇଏ ଲକ୍ଷ୍ନୌ ଟିମ୍ ଲାଗିଥିଲା। ପୋଲିସ୍କୁ ମଧ୍ୟ ଏହାର ସୂଚନା ନଥିଲା।
ସୂଚନା ଅନୁଯାୟୀ, ବୁଧବାର ସକାଳ ୪ଟା ସମୟରେ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ଭୋଜୀପୁରାର ଧୌରାଟାଣ୍ଡାର ଓ୍ବାର୍ଡ ପାଞ୍ଚରେ ପହଞ୍ଚିଥିଲେ। ଏକ ନିର୍ଦ୍ଧିଷ୍ଟ ସମୁଦାୟର ବ୍ୟକ୍ତିଙ୍କ ଘରେ ରେଡ୍ କରିଥିଲେ। କିନ୍ତୁ ସେଠାରୁ ସଫଳତା ମିଳିନଥିଲା। ଅବଶ୍ୟ ସେଠାରୁ ବ୍ୟକ୍ତିଙ୍କ ଠିକଣା ଜଣାପଡ଼ିଥିଲା।ଆଉ ସକାଳ ପାଞ୍ଚଟା ସମୟରେ ଟିମ୍ ଧର୍ମ ସ୍ଥଳରୁ ନିର୍ଦ୍ଦିଷ୍ଟ ସମୁଦାୟର ସେହି ସନ୍ଦିଗ୍ଧଙ୍କୁ ଉଠାଇନେଇଥିଲା।ତେବେ ଏହାପରେ ଥାନାକୁ ନେଇ ପ୍ରାୟ ୫ ଘଣ୍ଟା ପଚରାଉଚରା କରିଥିଲା ଏନଆଇଏ ଟିମ୍।
ପ୍ରକୃତରେ ଜଣା ପଡ଼ିଥିଲା ଯେ, ୨୦୨୪ ମାର୍ଚ୍ଚ ୧ରେ ହୋଇଥିବା ଏହି ବିସ୍ଫୋରଣ ଦିନ ଏହି ବ୍ୟକ୍ତି କର୍ଣ୍ଣାଟକରେ ଥିଲେ। କର୍ଣ୍ଣାଟକ ସୁରକ୍ଷା ଏଜେନ୍ସୀ ଯାଞ୍ଚ ପରେ ବ୍ୟକ୍ତି ବର୍ତ୍ତମାନ ଭୋଜୀପୁରାର ଧୌରାଟାଣ୍ଡାର ବୋଲି ଜାଣିବାକୁ ପାଇଥିଲା। ଏହା ପରେ ଲକ୍ଷ୍ନୌ ଏନଆଇଏ ସହ ଯୋଗାଯୋଗ କରିଥିଲା।ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା ସମୟରେ କର୍ଣ୍ଣାଟକର ଅନ୍ୟ ଲୋକଙ୍କ ନାମ କଥା ଜଣାପଡ଼ିଛି।
ଏନଆଇଏ ଟିମ୍ର କହିବା ଅନୁଯାୟୀ, ବ୍ୟକ୍ତି ଜଣ ଅନେକ ବର୍ଷ ତଳେ କର୍ଣ୍ଣାଟକରେ ଏଜ ଧର୍ମ ଜ୍ଞାନ ସ୍ଥଳରେ ଶିକ୍ଷା ଦେଉଥିଲା। ଆଉ ଏବେ ଦୀର୍ଘ ଦିନରୁ ଲକ୍ଷ୍ମୌରେ ଧାର୍ମିକ ସ୍ଥଳରେ ରହୁଛି।ଏନଆଇଏ ଧୌରାଟାଣ୍ଡା ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପରେ ଅଞ୍ଚଳରେ ହଲଚଲ ଦେଖିବାକୁ ମିଳିଛି। ପୋଲିସ ସକ୍ରିୟତା ବଢ଼ିଛି। ପୋଲିସ ଉକ୍ତ ବ୍ୟକ୍ତିଙ୍କ ଉପରେ ନଜର ମଧ୍ୟ ରଖିଛି।