ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଏନଆଇଏର ଆକ୍ସନ, ୨ ଆତଙ୍କବାଦୀ ଗିରଫ
ବେଙ୍ଗାଲୁରୁ, ୧୨।୪: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର (ଏପ୍ରିଲ ୧୨) ପଶ୍ଚିମବଙ୍ଗର କୋଲକାତାରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଦୁଇଜଣ ପଳାତକ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣରେ ୯ଜଣ ଆହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ମୁସାଭିର ହୁସେନ ଶାଜିବ ଏବଂ ଅବଦୁଲ ମଦିନ ତାହା ବୋଲି ଜଣାପଡିଛି। ଜଣେ ଏନଆଇଏ ମୁଖପାତ୍ର କହିଛନ୍ତି, ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଫେରାର ଥିବା ଅବଦୁଲ ମଥିନ ତାହା ଏବଂ ମୁସାଭିର […] The post ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଏନଆଇଏର ଆକ୍ସନ, ୨ ଆତଙ୍କବାଦୀ ଗିରଫ appeared first on Dharitri Odia News.
ବେଙ୍ଗାଲୁରୁ, ୧୨।୪: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର (ଏପ୍ରିଲ ୧୨) ପଶ୍ଚିମବଙ୍ଗର କୋଲକାତାରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଦୁଇଜଣ ପଳାତକ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣରେ ୯ଜଣ ଆହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ମୁସାଭିର ହୁସେନ ଶାଜିବ ଏବଂ ଅବଦୁଲ ମଦିନ ତାହା ବୋଲି ଜଣାପଡିଛି।
ଜଣେ ଏନଆଇଏ ମୁଖପାତ୍ର କହିଛନ୍ତି, ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଫେରାର ଥିବା ଅବଦୁଲ ମଥିନ ତାହା ଏବଂ ମୁସାଭିର ହୁସେନ ଶାଜିବଙ୍କୁ କୋଲକାତା ନିକଟରେ ଲୁଚି ରହିଥିବା ସ୍ଥାନରୁ ଚିହ୍ନଟ କରାଯାଇ ଏନଆଇଏ ଟିମ ଗିରଫ କରିଛି। ଏପ୍ରିଲ ୧୨ ସକାଳେ ଏନଆଇଏ କୋଲକାତା ନିକଟରେ ଅଭିଯୁକ୍ତ ଫେରାର ଥିବା ଜାଣି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯେଉଁଠାରେ ସେମାନେ ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ।
The post ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଏନଆଇଏର ଆକ୍ସନ, ୨ ଆତଙ୍କବାଦୀ ଗିରଫ appeared first on Dharitri Odia News.