ରାଲିରେ ଅନିୟନ୍ତ୍ରିତ ହେଲା ଭିଡ଼: ଭାଷଣ ନଦେଇ ଫେରିଗଲେ ରାହୁଲ, ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରୁ ବଡ଼ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ଫୂଲପୁରରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶଙ୍କ ଜନସଭାରେ ଭିଡ଼ ଅନିୟନ୍ତ୍ରିତ ହେବା ହଇଚଇ ସୃଷ୍ଟି ହୋଇଥିଲା।ଫଳରେ ଦୁଇ ନେତା ଭାଷଣ ନଦେଇ ସେଠାରେ ପ୍ରସ୍ଥାନ କରିଥିଲେ। ସୂଚନା ଅନୁଯାୟୀ, ସପା ମୁଖ୍ୟ ଅଖିଳେଶ ପହଞ୍ଚିବା ପରେ କର୍ମୀମାନେ ଅନିୟନ୍ତ୍ରିତ ହୋଇପଡ଼ିଥିଲେ। ବ୍ୟାରିକେଟିଂ ଭାଙ୍ଗି ମଞ୍ଚ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରିଥିଲେ। ହଇ ଚଇରେ ଅନେକ ଲୋକ ଆହତ ହୋଇଥିଲେ।ଆଉ ହଙ୍ଗାମା କାରଣରୁ ବିନା ଭାଷଣ ଦେଇ ରାହୁଲ ଏବଂ ଅଖିଳେଶ ଫେରିବାକୁ ପଡ଼ିଥିଲା। ଅବ୍ୟବସ୍ଥା କାରଣରୁ ଫୂଲପୁରରେ ଆତଙ୍କ ମାହୋଲ ରହିଛି। ରାହୁଲ ଏବଂ ଅଖିଳେଶଙ୍କ ମିଳିତ ରାଲି ଫୂଲପୁରର ପଣ୍ଡିଲାରେ ହୋଇଥିଲା। କିନ୍ତୁ ଏହି ଘଟଣା କାରଣରୁ ଦୁଇ ନେତା ରାଲିକୁ ସମ୍ବୋଧନ ମଧ୍ୟ କରିପାରିନଥିଲେ।ସୂଚନାଥାଉକି, ପ୍ରୟାଗରାଜରେ କଂଗ୍ରେସ ଫୂଲପୁରରେ ସପା ଆଶାୟୀଙ୍କୁ ନିର୍ବାଚନ ମଇଦାନରେ ରହିଛନ୍ତି। ଉଭୟଙ୍କ ସମର୍ଥନରେ ଏହି ମିଳିତ ରାଲିର ଆୟୋଜନ ରହିଥିଲା।ଦୁଇ ନେତା ସପା ଆଶାୟୀ ଅମରନାଥ ମୋର୍ଯ୍ୟର ସମର୍ଥନରେ ଜନସଭାକୁ ସମ୍ବୋଧନ ଦେବାକୁ ପହଞ୍ଚିଥିଲେ। କିନ୍ତୁ ଏହି ରାଲିରେ ହଇଚଇ ଦେଖିବାକୁ ମିଳିଥିଲା। ଏହି କାରଣରୁ ସେଠାରେ ଦୁଇ ନେତା ସମ୍ବୋଧନ ନଦେଇ ପ୍ରସ୍ଥାନ କରିଛନ୍ତି। ଏହା ପରେ ରାହୁଲ ଏବଂ ଅଖିଳେଶଙ୍କ ମିଳିତ ରାଲି ପ୍ରୟାଗରାଜର ମୁଙ୍ଗାରୀରେ ହୋଇଥିଲା।ମୁଙ୍ଗାରୀ

ରାଲିରେ ଅନିୟନ୍ତ୍ରିତ ହେଲା ଭିଡ଼: ଭାଷଣ ନଦେଇ ଫେରିଗଲେ ରାହୁଲ, ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରୁ ବଡ଼ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ଫୂଲପୁରରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶଙ୍କ ଜନସଭାରେ ଭିଡ଼ ଅନିୟନ୍ତ୍ରିତ ହେବା ହଇଚଇ ସୃଷ୍ଟି ହୋଇଥିଲା।ଫଳରେ ଦୁଇ ନେତା ଭାଷଣ ନଦେଇ ସେଠାରେ ପ୍ରସ୍ଥାନ କରିଥିଲେ। ସୂଚନା ଅନୁଯାୟୀ, ସପା ମୁଖ୍ୟ ଅଖିଳେଶ ପହଞ୍ଚିବା ପରେ କର୍ମୀମାନେ ଅନିୟନ୍ତ୍ରିତ ହୋଇପଡ଼ିଥିଲେ। ବ୍ୟାରିକେଟିଂ ଭାଙ୍ଗି ମଞ୍ଚ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରିଥିଲେ। ହଇ ଚଇରେ ଅନେକ ଲୋକ ଆହତ ହୋଇଥିଲେ।

ଆଉ ହଙ୍ଗାମା କାରଣରୁ ବିନା ଭାଷଣ ଦେଇ ରାହୁଲ ଏବଂ ଅଖିଳେଶ ଫେରିବାକୁ ପଡ଼ିଥିଲା। ଅବ୍ୟବସ୍ଥା କାରଣରୁ ଫୂଲପୁରରେ ଆତଙ୍କ ମାହୋଲ ରହିଛି। ରାହୁଲ ଏବଂ ଅଖିଳେଶଙ୍କ ମିଳିତ ରାଲି ଫୂଲପୁରର ପଣ୍ଡିଲାରେ ହୋଇଥିଲା। କିନ୍ତୁ ଏହି ଘଟଣା କାରଣରୁ ଦୁଇ ନେତା ରାଲିକୁ ସମ୍ବୋଧନ ମଧ୍ୟ କରିପାରିନଥିଲେ।

ସୂଚନାଥାଉକି, ପ୍ରୟାଗରାଜରେ କଂଗ୍ରେସ ଫୂଲପୁରରେ ସପା ଆଶାୟୀଙ୍କୁ ନିର୍ବାଚନ ମଇଦାନରେ ରହିଛନ୍ତି। ଉଭୟଙ୍କ ସମର୍ଥନରେ ଏହି ମିଳିତ ରାଲିର ଆୟୋଜନ ରହିଥିଲା।ଦୁଇ ନେତା ସପା ଆଶାୟୀ ଅମରନାଥ ମୋର୍ଯ୍ୟର ସମର୍ଥନରେ ଜନସଭାକୁ ସମ୍ବୋଧନ ଦେବାକୁ ପହଞ୍ଚିଥିଲେ। କିନ୍ତୁ ଏହି ରାଲିରେ ହଇଚଇ ଦେଖିବାକୁ ମିଳିଥିଲା। ଏହି କାରଣରୁ ସେଠାରେ ଦୁଇ ନେତା ସମ୍ବୋଧନ ନଦେଇ ପ୍ରସ୍ଥାନ କରିଛନ୍ତି। ଏହା ପରେ ରାହୁଲ ଏବଂ ଅଖିଳେଶଙ୍କ ମିଳିତ ରାଲି ପ୍ରୟାଗରାଜର ମୁଙ୍ଗାରୀରେ ହୋଇଥିଲା।ମୁଙ୍ଗାରୀରେ ଦୁଇ ନେତା କଂଗ୍ରେସର ଉଜ୍ବଲ ରମଣ ସିଂହଙ୍କ ସମର୍ଥନରେ ମିଳିତ ରାଲିକୁ ସମ୍ବୋଧନ କରିଛନ୍ତି।