ରାଶନ କାର୍ଡ E-KYCକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ..
ଭୁବନେଶ୍ୱର,୪।୯ : ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ମିଳିବ ନୂଆ ରାସନ କାର୍ଡ। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଛନ୍ତି। E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ […] The post ରାଶନ କାର୍ଡ E-KYCକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ.. appeared first on Dharitri Odia News.
ଭୁବନେଶ୍ୱର,୪।୯ : ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ମିଳିବ ନୂଆ ରାସନ କାର୍ଡ। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଛନ୍ତି। E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ।
ପୂର୍ବରୁ ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଥିଲେ। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଥିଲେ। ୬ ଲକ୍ଷ ୧୯ ହଜାର ୮୩୬ ରାଶନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାଶନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ବୋଲି ମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ପାଇଁ ୩.୨୫ କୋଟି ଲୋକଙ୍କୁ ସାମିଲ କରାଯାଇଛି। କେନ୍ଦ୍ର ସରକାର ଏହାର କୋଟା ବଢ଼ାଉନାହାନ୍ତି। ଅନ୍ୟପକ୍ଷରେ ବିଜେଡି ସରକାର ଅମଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ତେବେ ୨୦୨୨ରୁ ନୂତନ ରାଶନ କାର୍ଡ ଇସ୍ୟୁ କରାଯାଉ ନାହିଁ। ବିଜୁ ସ୍ବାସ୍ଥ୍ୟ କାର୍ଡ ହାତେଇବା ପାଇଁ ବହୁ ସଂଖ୍ୟାରେ ରାଶନ କାର୍ଡ ଲାଗି ଆବେଦନ ହେବାରୁ ନୂତନ କାର୍ଡ ଇସ୍ୟୁ ବନ୍ଦ କରାଯାଇଥିଲା।
The post ରାଶନ କାର୍ଡ E-KYCକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ.. appeared first on Dharitri Odia News.