‘ରାଶନ କାର୍ଡ ତାଲିକାରୁ ୨୨,୨୯୩ ବାଦ୍‌’

ଭୁବନେଶ୍ୱର,୧୨ା୩(ରବିନାରାୟଣ ଜେନା): ରାଜ୍ୟରେ ୨୨,୨୯୩ ଅଯୋଗ୍ୟ ରାଶନ କାର୍ଡ ଚିହ୍ନଟ ହୋଇଛି, ଯେଉଁଥିରେ ୮୪ ହଜାର ୭୫୭ ସଦସ୍ୟ ରହିଥିଲେ। ସେମାନଙ୍କୁ ରାଶନ କାର୍ଡ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବୁଧବାର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାତ୍ର ଗୃହକୁ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ୨୨ହଜାର ୨୯୩ ରାଶନ କାର୍ଡ ମଧ୍ୟରୁ କଟକରେ ସର୍ବାଧିକ ୨୫୫୪ ଅଯୋଗ୍ୟ […] The post ‘ରାଶନ କାର୍ଡ ତାଲିକାରୁ ୨୨,୨୯୩ ବାଦ୍‌’ appeared first on Dharitri Odia News.

‘ରାଶନ କାର୍ଡ ତାଲିକାରୁ ୨୨,୨୯୩ ବାଦ୍‌’

ଭୁବନେଶ୍ୱର,୧୨ା୩(ରବିନାରାୟଣ ଜେନା): ରାଜ୍ୟରେ ୨୨,୨୯୩ ଅଯୋଗ୍ୟ ରାଶନ କାର୍ଡ ଚିହ୍ନଟ ହୋଇଛି, ଯେଉଁଥିରେ ୮୪ ହଜାର ୭୫୭ ସଦସ୍ୟ ରହିଥିଲେ। ସେମାନଙ୍କୁ ରାଶନ କାର୍ଡ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ବୁଧବାର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାତ୍ର ଗୃହକୁ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ୨୨ହଜାର ୨୯୩ ରାଶନ କାର୍ଡ ମଧ୍ୟରୁ କଟକରେ ସର୍ବାଧିକ ୨୫୫୪ ଅଯୋଗ୍ୟ ରାଶନ କାର୍ଡ ଚିହ୍ନଟ ହୋଇଛି, ଯେଉଁଥିରେ ୯୮୨୮ ସଦସ୍ୟ ରହିଥିଲେ। ସେହିପରି ନୟାଗଡ଼ରେ ୧୬୧୮ ଅଯୋଗ୍ୟ ରାଶନ କାର୍ଡରେ ୬୧୯୮ ହିତାଧିକାରୀ ରହିଥିବାବେଳେ ଦେବଗଡ଼ରେ ସର୍ବନିମ୍ନ ୧୦୨ ଅଯୋଗ୍ୟ ରାଶନ କାର୍ଡରେ ୪୩୭ ସଦସ୍ୟ ଚିହ୍ନଟ ହୋଇଛନ୍ତି। ଏ ସମସ୍ତଙ୍କୁ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିନିୟମ-୨୦୨୦ର ବାଦ୍‌ ମାନଦଣ୍ଡ ଭିତ୍ତିରେ କ୍ଷେତ୍ରୀୟ ଯାଞ୍ଚକରି ରାଶନ କାର୍ଡ ତାଲିକାରୁ ବାଦ୍‌ ଦିଆଯାଇଛି।

The post ‘ରାଶନ କାର୍ଡ ତାଲିକାରୁ ୨୨,୨୯୩ ବାଦ୍‌’ appeared first on Dharitri Odia News.