ରାଶିଫଳ: ଗୁରୁବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଶୁକ୍ର ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ କାମଟିଏ ଆରମ୍ଭ ଯୋଜନା କରିବେ। ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନବାଡ଼ି କ୍ଷେତ୍ରରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତି ଦେଖାଦେଇପାରେ। ବୃଷ ଏକାଦଶସ୍ଥ ରାହୁ ଆପଣଙ୍କ ଚିନ୍ତାଧାରା ଓ ନିଷ୍ପତ୍ତିକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦେଇପାରନ୍ତି। ଅଷ୍ଟମସ୍ଥ ଶୁକ୍ର ମଧ୍ୟ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ […] The post ରାଶିଫଳ: ଗୁରୁବାର, ଫେବୃଆରୀ ୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଫେବୃଆରୀ ୮ ତାରିଖ – Daily Horoscope
ମେଷ
ଭାଗ୍ୟସ୍ଥାନରେ ଶୁକ୍ର ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ କାମଟିଏ ଆରମ୍ଭ ଯୋଜନା କରିବେ। ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନବାଡ଼ି କ୍ଷେତ୍ରରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତି ଦେଖାଦେଇପାରେ।
ବୃଷ
ବୃଷ
ଏକାଦଶସ୍ଥ ରାହୁ ଆପଣଙ୍କ ଚିନ୍ତାଧାରା ଓ ନିଷ୍ପତ୍ତିକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦେଇପାରନ୍ତି। ଅଷ୍ଟମସ୍ଥ ଶୁକ୍ର ମଧ୍ୟ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ସ୍ଥଗିତ କାମକୁ ଅନ୍ୟ ମାଧ୍ୟମରେ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଶନି ଭାଗ୍ୟସ୍ଥାନରେ ଅବସ୍ଥାନ କରି ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ କରାଇବେ। ଶନିଙ୍କ ଦୃଷ୍ଟି ପ୍ରଭାବରୁ ଭ୍ରାତୃସମ୍ପର୍କ ଭଲ ରହି ନ ପାରେ। ବନ୍ଧୁଙ୍କ ପରାମର୍ଶକୁ ଯଦି ଗ୍ରହଣ କରିବେ ତେବେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ରାଶ୍ୟାଧିପ ଷଷ୍ଠରେ ଗୁରୁଦୃଷ୍ଟ କାରଣରୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠିତ ହେବା ଫଳରେ ଆଶ୍ୱସ୍ତି ଅନୁଭବ କରିବେ। ଅଶ୍ଳେଷା ନକ୍ଷତ୍ରଜାତ ବ୍ୟକ୍ତି ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ ଏବଂ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି।
ସି˚ହ
ସି˚ହ
ବୁଧ ଓ ଶୁକ୍ରଙ୍କ ଶୁଭତ୍ୱ ହେତୁ ଆର୍ଥତ୍କ ଉନ୍ନତି ସହିତ କାର୍ଯ୍ୟ ହାସଲରୁ ଖୁସି ରହିବେ। ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁନାହିଁ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସଙ୍କଟଜନକ ସ୍ଥିତି ଉପୁଜିପାରେ। ବିବାଦୀୟ ଘଟଣା ଅମୀମାଂସିତ ରହିବ।
କନ୍ୟା
କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରୁ ମନ ଖୁସି ହେଲାଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ଶିଳ୍ପ, ବାଣିଜ୍ୟ ଓ ସାମ୍ବାଦିକତାରେ ଖୁସି ରହିବେ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ସମର୍ଥନ ପାଇବେ ନାହିଁ। ବନ୍ଧୁଙ୍କ ଅନୁରୋଧକ୍ରମେ ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ଚନ୍ଦ୍ରଙ୍କ କୋଣସ୍ଥାନରେ ଗୁରୁ ଥିବାରୁ କର୍ମକ୍ଷେତ୍ରରେ କିଛି ନୂତନତ୍ୱ ସମ୍ମାନ୍‌ପ୍ରାପ୍ତିର କାରଣ ହେବ। ସରକାରୀ ସ୍ତର ଅଥବା ବ୍ୟକ୍ତିବିଶେଷଙ୍କ ପାଖରେ ଥିବା ବକେୟା ପାଇପାରିବେ। ଧର୍ମକାର୍ଯ୍ୟରେ ନିୟୋଜିତ ହେଲେ ପ୍ରଶଂସା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ମିଳିବ।
ବିଛା
ବିଛା
ଧନସ୍ଥାନରେ ଶୁକ୍ର ଓ ଚନ୍ଦ୍ର ଥିବା ହେତୁ ରୋଜଗାର କମ୍‌ ହେବନି। ଅଧିକାଂଶ ସମୟ ଦୂର ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। କାମରେ ଅବହେଳା କରିବା କାରଣରୁ ବନ୍ଧୁଙ୍କ ଉପରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଉପସ୍ଥିତ ବୁଦ୍ଧି ପ୍ରୟୋଗକରି କାମ ହାସଲ କରିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ଷଷ୍ଠାଷ୍ଟମ ଗ୍ରହଦ୍ୱୟ ରାଶିରେ ଅବସ୍ଥାନ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଶୁଭେଚ୍ଛୁଙ୍କ ଅନୁକମ୍ପା ସବୁ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟିରେ ସହାୟକ ହେବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି ଆପଣଙ୍କ କାମ ସୁଗମରେ ସହାୟ ହେବ। ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ।
ମକର
ମକର
ବ୍ୟୟଭାବସ୍ଥ ଗ୍ରହ ପ୍ରଭାବରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ପରାମର୍ଶରେ ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ପରିବାରରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଏକାଦଶସ୍ଥ ରହି ପ୍ରାପ୍ୟଧନ ପାଇଁ ବାଧା ସୃଷ୍ଟି କରିପାରନ୍ତି। ଆଜି କିଛି ଭଲ ଓ କିଛି ମନ୍ଦ ମଧ୍ୟରେ ସମୟ ଅତିବାହିତ କରିବେ। ବାଣିଜ୍ୟ, ବ୍ୟବସାୟରେ ଶିଥିଳତା ଦେଖାଦେବ ଏବଂ ରପ୍ତାନି ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ ଏବଂ ପାରିବାରିକ କ୍ଷେତ୍ରରେ ପ୍ରିୟକଥା କହି ସମସ୍ୟାକୁ ସୁଧାରିନେବେ।
ମୀନମୀନ

ଅନୁକୂଳ ଗ୍ରହ ସଂସ୍ଥିତିରୁ ପ୍ରତ୍ୟେକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବେ। କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରନ୍ତି, ଯଦ୍ଦ୍ବାରା ଆପଣ ରାଗି କିଛି କହିବା ଦ୍ୱରା ସମାଲୋଚିତ ହେବେ। ମାଲିମକଦ୍ଦମାରୁ ଚିନ୍ତାକୁଳ ହୋଇପାରନ୍ତି ମାତ୍ର ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ହେବେ।

The post ରାଶିଫଳ: ଗୁରୁବାର, ଫେବୃଆରୀ ୮ ତାରିଖ – Daily Horoscope appeared first on Dharitri Odia News.