ଶୀତୁଆ ରାତିରେ ଦମ୍ଦାର ଡାଇଲାଗର ରୋମାଞ୍ଚ
ଭୁବନେଶ୍ୱର,୨୬।୨(ଶର୍ମିଷ୍ଠା ପାଣିଗ୍ରାହୀ):ଶୀତୁଆ ରାତିରେ ଅପେରାର ମଜା। ଦେହରେ ଶୀତର ଶିହରଣକୁ ମନରେ ରୋମାଞ୍ଚ ଭରୁଛି ଦମ୍ଦାର ଡାଇଲଗ୍। କେତେବେଳେ ଦର୍ଶକ ଭାବବିହ୍ବଳ ହେଉଛନ୍ତି ତ ଆଉ କେତେବଳେ ନାଟକ ଦେଖି ବେଶ୍ ପ୍ରଭାବିତ ହୋଇପଡ଼ୁଛନ୍ତି। ଖଣ୍ଡଗିରି ଅପେରାର ମହାସମରକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ନାଟକ ଦେଖିବାକୁ କେବଳ ଭୁବନେଶ୍ୱର ନୁହଁ ଦୂରଦୂରାନ୍ତରୁ ମଧ୍ୟ ଦର୍ଶକ ଆସି ନାଟକ ଦେଖୁଛନ୍ତି। ଅନେକ ମଧ୍ୟ ଟିକେଟ ନପାଇ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟର ନାଟକ […] The post ଶୀତୁଆ ରାତିରେ ଦମ୍ଦାର ଡାଇଲାଗର ରୋମାଞ୍ଚ appeared first on Dharitri Odia News.
ଭୁବନେଶ୍ୱର,୨୬।୨(ଶର୍ମିଷ୍ଠା ପାଣିଗ୍ରାହୀ):ଶୀତୁଆ ରାତିରେ ଅପେରାର ମଜା। ଦେହରେ ଶୀତର ଶିହରଣକୁ ମନରେ ରୋମାଞ୍ଚ ଭରୁଛି ଦମ୍ଦାର ଡାଇଲଗ୍। କେତେବେଳେ ଦର୍ଶକ ଭାବବିହ୍ବଳ ହେଉଛନ୍ତି ତ ଆଉ କେତେବଳେ ନାଟକ ଦେଖି ବେଶ୍ ପ୍ରଭାବିତ ହୋଇପଡ଼ୁଛନ୍ତି। ଖଣ୍ଡଗିରି ଅପେରାର ମହାସମରକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ନାଟକ ଦେଖିବାକୁ କେବଳ ଭୁବନେଶ୍ୱର ନୁହଁ ଦୂରଦୂରାନ୍ତରୁ ମଧ୍ୟ ଦର୍ଶକ ଆସି ନାଟକ ଦେଖୁଛନ୍ତି। ଅନେକ ମଧ୍ୟ ଟିକେଟ ନପାଇ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟର ନାଟକ ଶନିବାରଠୁ ଆରମ୍ଭ ହୋଇଛି। ନୂଆ ନାଟକଗୁଡ଼ିକ ମଧ୍ୟ ରିପିଟ୍ ଚାଲିଛି। ରବିବାର ଛୁଟିଦିନ ଥିବାରୁ ଲୋକଙ୍କ ଭିଡ଼ ଖଣ୍ଡଗିରିଠାରେ ପ୍ରବଳ ରହିଛି। ସେହିପରି ସବୁ ପେଣ୍ଡାଲରେ ମଧ୍ୟ ହାଉସ୍ଫୁଲ ରହିଥିଲା। ସୂର୍ଯ୍ୟ ମନ୍ଦିର ପକ୍ଷରୁ ସନାତନ ସେବା ସମିତିରେ ତୁ ରାଜା ଝିଅ ମୁଁ ରିକ୍ସା ବାଲା, ଶିବାନୀ ଗଣନାଟ୍ୟ ପକ୍ଷରୁ ଇନ୍ଦିରା ସାଂସ୍କୃତିକ ପରିଷଦରେ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ, ସ୍ବର୍ଣ୍ଣ ମହଲ ପକ୍ଷରୁ ମା ମଙ୍ଗଳା ଯୁବ ପରିଷଦଠାରେ କେତେ ଦୁଖ ଦେବୁ ଦେରେ କାଳିଆ, ସ୍ବପ୍ନ ମହଲ ପକ୍ଷରୁ ଜୟଦୁର୍ଗା ସାଂସ୍କୃତିକ ପରିଷଦଠାରେ କେତେ କାନ୍ଦିବୁରେ ଗୌରା ଦାସ ଓ ରଙ୍ଗ ମହଲ ପକ୍ଷରୁ ସାଇନୀଳାଦ୍ରି ଯାତ୍ରା କମିଟିର ଜହ୍ନରେ ତୋଳିବି ଘର ପରିବେଷିତ ହୋଇଥିଲା।
The post ଶୀତୁଆ ରାତିରେ ଦମ୍ଦାର ଡାଇଲାଗର ରୋମାଞ୍ଚ appeared first on Dharitri Odia News.