ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା

କେପ୍‌ଟାଉନ୍‌,୯।୧: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ହେନେରିକ୍‌ କ୍ଲାସେନ୍‌ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ରେ ଭାରତ ବିପକ୍ଷରେ ଏହି ୩୨ ବର୍ଷୀୟ କ୍ରିକେଟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ୪ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ୍‌ ରହିଥିଲା। କ୍ଲାସେନ୍‌ ନିଜର ଟେଷ୍ଟ କ୍ୟାରିୟରରେ ୧୦୪ ରନ୍‌ କରିଥିଲେ। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ସର୍ବାଧିକ ୩୫ ରନ୍‌ର ଇନିଂସ […] The post ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା appeared first on Dharitri Odia News.

ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା

କେପ୍‌ଟାଉନ୍‌,୯।୧: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ହେନେରିକ୍‌ କ୍ଲାସେନ୍‌ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ରେ ଭାରତ ବିପକ୍ଷରେ ଏହି ୩୨ ବର୍ଷୀୟ କ୍ରିକେଟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ୪ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ୍‌ ରହିଥିଲା।

କ୍ଲାସେନ୍‌ ନିଜର ଟେଷ୍ଟ କ୍ୟାରିୟରରେ ୧୦୪ ରନ୍‌ କରିଥିଲେ। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ସର୍ବାଧିକ ୩୫ ରନ୍‌ର ଇନିଂସ ଖେଳିଥିଲେ। ସେ ଲାଲ୍‌ ବଲ୍‌ କ୍ରିକେଟରୁ ଅବସର ନେଇଥିଲେ ହେଁ ଧଳା ବଲ୍‌ କ୍ରିକେଟ ଲାଗି ଉପଲବ୍ଧ ରହିବେ। ତେବେ କ୍ଲାସେନ ସପ୍ତାହେ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଦ୍ୱିତୀୟ ଦକ୍ଷିଣ ଆଫ୍ରିକା କ୍ରିକେଟର ପାଲଟିଛନ୍ତି।

The post ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା appeared first on Dharitri Odia News.