ରାଶିଫଳ: ବୁଧବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଦିନଟି ଯାତ୍ରା, ବ୍ୟବସାୟ, ପରିବହନ, ସାଂଗଠନିକ ଆଲୋଚନା ପାଇଁ ବହୁତ ଭଲ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡ଼ିବ ନାହିଁ। ପରିବାରର ଆବଶ୍ୟକତାଜନିତ ଖର୍ଚ୍ଚ ବୃଦ୍ଧି ପାଇବ। କ୍ରୀଡ଼ା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ଏବଂ ପ୍ରଶଂସିତ ମଧ୍ୟ ହେବେ। ବୃଷ ଆଜି ଯେଉଁ କାମରେ ହାତ ଦେବେ ସବୁ କିଛି ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାମୂହିକ କାମରେ ବନ୍ଧୁଙ୍କ ସହଯୋଗ ଆପଣଙ୍କୁ […] The post ରାଶିଫଳ: ବୁଧବାର, ମେ ୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ମେ ୭ ତାରିଖ – Daily Horoscope
ମେଷ
ଆଜି ଦିନଟି ଯାତ୍ରା, ବ୍ୟବସାୟ, ପରିବହନ, ସାଂଗଠନିକ ଆଲୋଚନା ପାଇଁ ବହୁତ ଭଲ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡ଼ିବ ନାହିଁ। ପରିବାରର ଆବଶ୍ୟକତାଜନିତ ଖର୍ଚ୍ଚ ବୃଦ୍ଧି ପାଇବ। କ୍ରୀଡ଼ା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ଏବଂ ପ୍ରଶଂସିତ ମଧ୍ୟ ହେବେ।
ବୃଷ
ବୃଷ
ଆଜି ଯେଉଁ କାମରେ ହାତ ଦେବେ ସବୁ କିଛି ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାମୂହିକ କାମରେ ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ଭାବ ବିଭୋର କରାଇବ। ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ମନୋରଞ୍ଜନ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ପ୍ରାପ୍ୟ ଅର୍ଥ ସକାଶେ ଆପଣଙ୍କୁ ଆଜି ବହୁତ ଯୁକ୍ତିତର୍କ କରିବାକୁ ପଡ଼ିପାରେ। ପରିବାରରେ ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ମିଳିବାର ଆଶା ରହିଛି। ଅକସ୍ମାତ୍‌ କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା ଖୁସି ଖବର ମିଳିବ। ପଡ଼ୋଶୀଙ୍କ ସହ ଦୀର୍ଘ ଦିନର ଶତ୍ରୁତା ବିବାଦର କାରଣ ହୋଇପାରେ।
କର୍କଟ
କର୍କଟ
ଅତ୍ୟଧିକ କର୍ମଜଞ୍ଜାଳ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦିନ ମଧ୍ୟରେ ଉଗ୍ରତା ଓ କେତେବେଳେ ପୁଣି ପ୍ରଶାନ୍ତି ସମୟାନୁକ୍ରମେ ପରିସ୍ଥିତି ଅନୁଯାୟୀ ଅନୁଭୂତ ହେବ। ଆନୁଷ୍ଠାନିକ କାମରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ସି˚ହ
ସି˚ହ
ବିଭିନ୍ନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନ ବଦଳିଯିବ। ଦିନଚର୍ଯ୍ୟାରେ ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ନିକଟ ସମ୍ପର୍କୀୟମାନେ ଅସହଯୋଗ ମନୋଭାବ ପୋଷଣ କରିବେ।
କନ୍ୟା
ପରିସ୍ଥିତିର ଫାଇଦା ଉଠାଇବାକୁ ଯାଇ ବନ୍ଧୁଙ୍କ ଆଲୋଚନାରେ ସମର୍ଥନ ଦେଇପାରନ୍ତି। ନୂତନ ଗାଡ଼ି କ୍ରୟରେ ବିଳମ୍ବଜନିତ ଅସୁବିଧା ଅନୁଭବ କରିବେ। ଅପେକ୍ଷା କରିବାକୁ କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ସେବା ମନୋଭାବରୁ ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ତୁଳା
ତୁଳା
ଆଜି ଆର୍ଥିକ, ପାରିବାରିକ ଏବଂ ଜମିଜମା ସମ୍ବନ୍ଧୀୟ କାମରେ ସଫଳତା ପାଇବେ। ବନ୍ଧୁଙ୍କ ସମ୍ମୁଖରେ ଅସୁବିଧାକୁ ପ୍ରକାଶ ନ କରି କେବଳ ମାନସିକ କଷ୍ଟ ପାଇପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ବଢ଼ି ଯିବ କିନ୍ତୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ। ସ୍ବାସ୍ଥ୍ୟ ସମସ୍ୟା ସଙ୍ଗକୁ କାର୍ଯ୍ୟହାନି ଦୁଶ୍ଚିନ୍ତାର କାରଣ ହେବ।
ବିଛା
ବିଛା
ବନ୍ଧୁ ସମ୍ମୁଖରେ ମନର ଭାବକୁ ପରିପ୍ରକାଶ କରିବାରେ ପଛେଇଯିବେ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜେ ହିଁ କ୍ଷତିରେ ପଡ଼ିବେ। ବ୍ୟବସାୟ ଓ ବାଣିଜ୍ୟରେ ଆୟ ବହୁମୁଖୀ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ କିଛି କମିବାର ନାଇଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀଙ୍କ ପ୍ରଶଂସା ଭାଜନ ହେବେ ।
ଧନୁ
ଧନୁ
ଅତୀତ କଥାକୁ ବାରମ୍ବାର ମନେ ପକାଇଲେ ଅସ୍ଥିରତା ଭିତରେ ସମୟ କଟିବ। ଅସଂଯମ ଜୀବନଚର୍ଯ୍ୟାରୁ ଅନ୍ୟମନସ୍କ କିମ୍ବା ଅସାବଧାନତାଜନିତ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ପାରିବାରିକ ଜୀବନ କେତେକାଂଶରେ ଭଲ ରହିବାରୁ ଆଶ୍ୱସ୍ତି ଲାଭ କରିବେ।
ମକର
ମକର
ସଫଳତା ଓ ବିଫଳତାର ଦୋଛକିରେ ରହି ମାନସିକ ଚାପଗ୍ରସ୍ତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ସାମ୍ନା କରି ଆଶା ପୂରଣରେ ସଫଳ ହେବେ। ସତ୍‌ସଙ୍ଗ, ପ୍ରବଚନ, ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି। ଆଜିର ଯାତ୍ରାରେ ନିକଟ ସମ୍ପର୍କୀୟ କିମ୍ବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ପରିବାରର କେତେକ ଅସଜଡ଼ା କାମକୁ ନେଇ ବ୍ୟସ୍ତତା କାରଣରୁ ମାନସିକ ଶାନ୍ତି ହରାଇପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତି ସତର୍କ ରହିବା ଭଲ ହେବ। ସରକାରୀ ସ୍ତରରେ କୌଣସି ସୁବିଧା ସୁଯୋଗକୁ ନେଇ ପଡ଼ୋଶୀଙ୍କଠାରୁ ଖବର ପାଇ ଖୁସି ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ

ପରିବାର ଓ କର୍ମକ୍ଷେତ୍ରକୁ ସଜାଡ଼ିବାରେ ସମର୍ଥ ହେବେ ଏବଂ ଅଭିଳଷିତ କର୍ମ ସମ୍ପାଦନ ହେବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ବାହାରକୁ ଯିବାକୁ ପଡ଼ିପାରେ। ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ। ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

The post ରାଶିଫଳ: ବୁଧବାର, ମେ ୭ ତାରିଖ – Daily Horoscope appeared first on Dharitri Odia News.