ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧର୍ମାଧିପତିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ ଧାର୍ମିକ କିମ୍ବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶୁକ୍ରଙ୍କ ଶୁଭ ସମ୍ବନ୍ଧରୁ ଯାତ୍ରା, ବନ୍ଧୁମିଳନ, ବ୍ୟବସାୟିକ କ୍ଷେତ୍ର ଭଲ ରହିବ। ଶନି ରାଶ୍ୟାଧିପ ମଙ୍ଗଳଙ୍କୁ ଅବଲୋକନ କରୁଥିବାରୁ ଅସୁସ୍ଥତାର ଆଶଙ୍କା ରହିଛି। ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ବୃଷ ମୁଖଭାବରେ ଏକାଧିକ ଗ୍ରହ ଆପଣଙ୍କ ଅପ୍ରିୟ ସତ୍ୟଭାଷଣକୁ କଣ୍ଠରୋଧ କରିପାରିବେ ନାହିଁ। କହିବେ ଯେମିତି କରିବେ ସେମିତି। ବହୁ ଦିନ ହେଲା ଅଟକିରହିଥିବା […] The post ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope
ମେଷ
ଆଜିର ଚନ୍ଦ୍ର ଧର୍ମାଧିପତିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ ଧାର୍ମିକ କିମ୍ବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶୁକ୍ରଙ୍କ ଶୁଭ ସମ୍ବନ୍ଧରୁ ଯାତ୍ରା, ବନ୍ଧୁମିଳନ, ବ୍ୟବସାୟିକ କ୍ଷେତ୍ର ଭଲ ରହିବ। ଶନି ରାଶ୍ୟାଧିପ ମଙ୍ଗଳଙ୍କୁ ଅବଲୋକନ କରୁଥିବାରୁ ଅସୁସ୍ଥତାର ଆଶଙ୍କା ରହିଛି। ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
ମୁଖଭାବରେ ଏକାଧିକ ଗ୍ରହ ଆପଣଙ୍କ ଅପ୍ରିୟ ସତ୍ୟଭାଷଣକୁ କଣ୍ଠରୋଧ କରିପାରିବେ ନାହିଁ। କହିବେ ଯେମିତି କରିବେ ସେମିତି। ବହୁ ଦିନ ହେଲା ଅଟକିରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ, ନୃତ୍ୟ, ସଙ୍ଗୀତ, ଭାଷଣ ଓ ପ୍ରବଚନରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆପଣଙ୍କ ରାଶିରେ ତିନୋଟି ଗ୍ରହ ଅବସ୍ଥାନ କରି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଇଦେବେ ନାହିଁ। ବନ୍ଧୁଙ୍କ ମାଧ୍ୟମରେ ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲକରିବେ। ପାରିବାରିକ ସମ୍ପର୍କ ହାନି ଚିନ୍ତାର କାରଣ ହେବ। ଆରଦ୍ରା ନକ୍ଷତ୍ରର ସଂଯମର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
କର୍ମଜଞ୍ଜାଳ ବୃଦ୍ଧି ହେତୁ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇପାରେ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ସହମତିର ଅଭାବ ଫଳରେ ସିଦ୍ଧାନ୍ତରେ ଉପନୀତହେବା କଷ୍ଟକର ହେବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବନାହିଁ।
ସି˚ହ
ସି˚ହ
ଆଜିର ପ୍ରତ୍ୟୁଷ ଯାତ୍ରା, କାର୍ଯ୍ୟାରମ୍ଭ, ସଭାସମିତି, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ସଫଳତା ପାଇବେ। ବାଣିଜ୍ୟ, ପରିବହନ, ଆଲୋଚନା, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ସଫଳ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ଜାହିରକରି ସମାଲୋଚିତ ହେବେ। ସାହିତ୍ୟ, ସାମ୍ବାଦିକତା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
କୌଣସି ଗୁଜବ ମନକୁ ଚହଲାଇଦେବା ସାଙ୍ଗକୁ ସମ୍ପର୍କୀୟଙ୍କ ଅସହଯୋଗ ଦୁଃଖ ବଢ଼ାଇବ। ସହକର୍ମୀଙ୍କ ସହ ଅର୍ଥ ଦେଣନେଣକୁ ନେଇ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପରିବାରର ଖର୍ଚ୍ଚ ବଢ଼ିଯିବାରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବ। ଚିତ୍ରା ନକ୍ଷତ୍ର ପାଇଁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ କିମ୍ବା କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ପ୍ରିୟଜନଙ୍କ ଅନୁପସ୍ଥିତିରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ର ବିଭିନ୍ନ ସମସ୍ୟା ସାଙ୍ଗକୁ କାମର ଚାପ ବୃଦ୍ଧି ଅସ୍ଥିରତାର କାରଣ ହେବ। ଆଜି ଯେତେ ସୁବିଧା ପାଇଲେ ମଧ୍ୟ ସନ୍ତୁଷ୍ଟ ହୋଇପାରିବେ ନାହିଁ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
କୌଣସି ଅସୁବିଧା ନ ଥାଇ ମଧ୍ୟ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇପାରେ। ମୂଳା ନକ୍ଷତ୍ର ଦରକାରୀ ଜିନିଷ ଅନ୍ୟକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ନୂତନ ସ୍ଥାନ ଭ୍ରମଣ କରିବେ। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସହକର୍ମୀ କିମ୍ବା ଆମତ୍ୀୟମାନେ ପାଖ ମାଡ଼ିବେ ନାହିଁ।
ମକର
ମକର
ଅଧିକାଂଶ କ୍ଷେତ୍ରରେ ବିବାଦୀୟ କଥା ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ହେବ। ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବ। ସଭାସମିତି, ପ୍ରଶାସନ, ପ୍ରକାଶନ, ସାମ୍ବାଦିକତା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ପ୍ରଭୃତି ପାଇଁ ଦିନଟି ମନ୍ଦ ନୁହେଁ।
କୁମ୍ଭ
କୁମ୍ଭ
କଳା, ସାହିତ୍ୟ, ସଙ୍ଗୀତାଦିରେ ପ୍ରତିଷ୍ଠା ଲାଭକରିପାରନ୍ତି। ଯାତ୍ରା, ଭ୍ରମଣ, ଶୁଭ କାର୍ଯ୍ୟାରମ୍ଭ, ସତ୍‌ଚିନ୍ତା ଓ ଶୁଦ୍ଧଭାବନାରେ ମନୋନିବେଶ କରିବେ। ଉତ୍ତରଭାଦ୍ରପଦ ପାଇଁ ସାମାନ୍ୟ ଅସୁବିଧାକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ। ପରିବାରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମୀନମୀନ

ବନ୍ଧୁମିଳନ, ସହଯୋଗ ଭିତ୍ତିରେ କାର୍ଯ୍ୟସାଧନ, ଦେବଦର୍ଶନ ଭ୍ରମଣ, ପର୍ଯ୍ୟଟନାଦି ପାଇଁ ସ୍ମରଣୀୟ ଦିନଟିଏ।କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି, ବ୍ୟବସାୟରେ ଉନ୍ନତି, ମାଲିମକଦ୍ଦମାରେ ସଫଳତା ଓ ଗଣମାଧ୍ୟମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତିର ସୂଚନା ରହିଛି। ଆଜିର ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି।

The post ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope appeared first on Dharitri Odia News.