ରାଶିଫଳ: ମଙ୍ଗଳବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମସ୍ଥ ଚନ୍ଦ୍ର ହେତୁ ପାରିବାରିକ ଓ ସାମାଜିକ ସ୍ଥିତି ଭଲ ରହିବ ନାହିଁ। ଅବଶ୍ୟ ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସଭାସମିତି, ସଙ୍ଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରହୋଇଯିବ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ବୃଷ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ସାଙ୍ଗକୁ ଅଭିଳଷିତ ଜିନିଷ ପାଇପାରିବେ। ଶନି କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ବିବାଦୀୟ ଘଟଣାରେ […] The post ରାଶିଫଳ: ମଙ୍ଗଳବାର, ଫେବୃଆରୀ ୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୬  ତାରିଖ – Daily Horoscope
ମେଷ
ଆଜି ଅଷ୍ଟମସ୍ଥ ଚନ୍ଦ୍ର ହେତୁ ପାରିବାରିକ ଓ ସାମାଜିକ ସ୍ଥିତି ଭଲ ରହିବ ନାହିଁ। ଅବଶ୍ୟ ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସଭାସମିତି, ସଙ୍ଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରହୋଇଯିବ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ସାଙ୍ଗକୁ ଅଭିଳଷିତ ଜିନିଷ ପାଇପାରିବେ। ଶନି କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ। ବାଣିଜ୍ୟ କିମ୍ବା ଯୋଜନାରମ୍ଭ ସକାଶେ ଅର୍ଥ ଲାଗି ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଅବଶ୍ୟ ହିତାକାଂକ୍ଷୀ କିମ୍ବା ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ।
ମିଥୁନ
ମିଥୁନ
ଅକୁହା କଥାକୁ ବନ୍ଧୁଙ୍କୁ କହି ମନ ହାଲୁକା କରିବାର ପ୍ରୟାସ କରିବେ। ଦୁଃସ୍ଥାନସ୍ଥ ଚନ୍ଦ୍ର ହେତୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ଆଲୋଚନାର ଶେଷ ପର୍ଯ୍ୟାୟରେ ସବୁ କିଛି ଓଲଟପାଲଟ ହୋଇଯାଇପାରେ। ଯେକୌଣସି ପ୍ରତିଦ୍ୱନ୍ଦ୍ୱିତାରେ କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।
କର୍କଟ
କର୍କଟ
ଆଜିର ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲରେ ଅତିବାହିତ ହେବ। ରବି ଜନିତ ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ। ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ। ମାତ୍ର ପାରିବାରିକ ବ୍ୟତିକ୍ରମ ପୂର୍ବବତ୍‌ ଲାଗି ରହିପାରେ।
ସି˚ହ
ସି˚ହ
ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରେରଣା ଲାଭକରି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାରେ ସମର୍ଥ ହେବେ। ଅଷ୍ଟମାଧିପ ଗୁରୁ ଦୃଷ୍ଟିରେ ଶୁକ୍ର ହେତୁ ବନ୍ଧୁଙ୍କ କଥାରେ ପ୍ରଭାବିତହୋଇ କୌଣସି ଭୁଲ୍‌ କରିପାରନ୍ତି। ବିବାଦୀୟ ଘଟଣା ଜଟିଳ ହେଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟ ଆଗକୁ ବଢ଼ାଇବାପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
କନ୍ୟା
କୌଣସି ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହୋଇ ମଧ୍ୟସ୍ଥତା କଲେ ସମାଲୋଚିତ ହେବାକୁ ପଡ଼ିପାରେ। ନୀଚସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ନିର୍ମାଣ, ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ। ସାହିତ୍ୟ, ବିଜ୍ଞାନ, ଗବେଷଣା ପ୍ରଭୃତି କାର୍ଯ୍ୟରେ ସାମାଜିକ ସ୍ତରରେ ସମ୍ମାନିତ ହେବେ।
ତୁଳା
ତୁଳା
ଶୁକ୍ର ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ମାନସିକ ସ୍ଥିତି ଭଲ ରହିବ। କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ କିମ୍ବା ଅପରିଣାମଦର୍ଶୀ ଭାବରେ କୌଣସି କ୍ଷେତ୍ରରେ ମୁଣ୍ଡ ପୂରାନ୍ତୁ ନାହିଁ। ବନ୍ଧୁଙ୍କ ସହ ଭ୍ରମଣ ସୁଖ ଉପଭୋଗ୍ୟ ହୋଇପାରେ। ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟିହେବ। ଲେଖାପଢ଼ା, କଳା, ସାହିତ୍ୟରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ କିମ୍ବା ପାରିବାରିକ ସ୍ତରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଅଧସ୍ତନ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକୁ କେନ୍ଦ୍ରକରି ବିତର୍କ ହୋଇପାରେ।
ଧନୁ
ଧନୁ
ଶନି ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବ। ବନ୍ଧୁମାନଙ୍କ ସହଯୋଗକ୍ରମେ କେତେକ ନୂତନ କାମର ପରିକଳ୍ପନା କରି କୃତକାର୍ଯ୍ୟ ହେବେ। ତଥାପି ପରିବାରର ଆକସ୍ମିକ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ପ୍ରୟାସ ଜାରି ରଖିବେ।
ମକର
ମକର
ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି। ବୃହସ୍ପତି କେନ୍ଦ୍ରସ୍ଥ ଯୋଗୁ ସଭାସମିତିରେ ବୟସ୍କ ବ୍ୟକ୍ତିଙ୍କ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ମାତ୍ର କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିଜନିତ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହୋଇପାରେ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବରୁ ମାନସିକ ଅବସାଦ ବୃଦ୍ଧି ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ପ୍ରିୟ ବନ୍ଧୁଟିର କୌଣସି ଦୁଃଖଦ ଘଟଣା ମନକୁ ବିବ୍ରତ କରିପାରେ। ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟାହତ ହେଲେ ମଧ୍ୟ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ। ଜମିଜମା, ଯାନବାହନ, ବ୍ୟବସାୟ ସମସ୍ୟା ଜଟିଳ ହେବା ସୂଚନା ରହିଛି।
ମୀନମୀନ

ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇ କୌଣସି କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ। ରାଜନୀତିରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ କିନ୍ତୁ ଆପଣଙ୍କର କିଛି ଅସୁବିଧା ହେବ ନାହିଁ। ସଭାସମିତିରେ ଗଠନମୂଳକ ପରାମର୍ଶ ଦେଇ ପ୍ରଶଂସିତ ହେବେ।

The post ରାଶିଫଳ: ମଙ୍ଗଳବାର, ଫେବୃଆରୀ ୬ ତାରିଖ – Daily Horoscope appeared first on Dharitri Odia News.