ରାଶିଫଳ: ରବିବାର, ଅଗଷ୍ଟ ୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସ୍ବଗୃହରେ ରବିଙ୍କ ସହିତ ଥିବା ହେତୁ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ଆବଶ୍ୟକତାନୁଯାୟୀ ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଅଫିସ୍‌ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ବୃଷ ଆଜି ସକାଳୁଆ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କ୍ଷେତ୍ରରେ ଉଚ୍ଚମାନର ଫଳ ପାଇବେ। ନିଜ କାମ […] The post ରାଶିଫଳ: ରବିବାର, ଅଗଷ୍ଟ ୪ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଅଗଷ୍ଟ ୪ ତାରିଖ – Daily Horoscope
ମେଷ
ଆଜି ଚନ୍ଦ୍ର ସ୍ବଗୃହରେ ରବିଙ୍କ ସହିତ ଥିବା ହେତୁ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ଆବଶ୍ୟକତାନୁଯାୟୀ ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଅଫିସ୍‌ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ଆଜି ସକାଳୁଆ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କ୍ଷେତ୍ରରେ ଉଚ୍ଚମାନର ଫଳ ପାଇବେ। ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଘର ତିଆରି, ଯାନବାହନ ମରାମତି, ଦୋକାନବାଡ଼ିର ଉନ୍ନତିରୁ ଖୁସି ରହିବେ। ନୀଚାରୋହୀ ଶୁକ୍ର ସ୍ବାସ୍ଥ୍ୟହାନିର କାରଣ ହେବ।
ମିଥୁନ
ମିଥୁନ
ତୃତୀୟସ୍ଥ ବୁଧ ପ୍ରଭାବରେ କର୍ମକ୍ଷେତ୍ରର ସ୍ଥଗିତ କାମ ପାଇଁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଆଜି ଯାହା କରିବେ କ୍ଷତି ହେବନି, ମାତ୍ର ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ। ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିବା ମନ୍ଦ ହେବନି।
କର୍କଟ
କର୍କଟ
ଚନ୍ଦ୍ର ପ୍ରଭାବରେ ମନ ବିଚଳିତ ରହିଥିବାରୁ ଟଙ୍କାପଇସା ଦେବାନେବା କ୍ଷେତ୍ରରେ ସତର୍କ ନ ରହିଲେ କ୍ଷତିରେ ପଡ଼ିବେ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଯାହାକି ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ।
ସି˚ହ
ସି˚ହ
ରାଶିରେ ବୁଧ ଓ ଶୁକ୍ରଙ୍କ ସ୍ଥିତି ହେତୁ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ଜମିଜମା, ନିର୍ମାଣ, ପରିବହନରୁ ଭଲ ଲାଭ ପାଇବେ। କଥାରେ ସଂଯମତା ନ ରହିଲେ ସମସ୍ୟା ଭୋଗିବେ। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ଆଦୌ ହେଳା କରିବେ ନାହିଁ।
କନ୍ୟା
କେତୁଙ୍କ ପ୍ରଭାବରେ ବନ୍ଧୁଙ୍କ କାର୍ଯ୍ୟକଳାପକୁ ପସନ୍ଦ ନ କଲେ ମଧ୍ୟ ସାମ୍ନାରେ କିଛି କହିପାରିବେ ନାହିଁ। ଶତ୍ରୁତା କରୁଥିବା ଲୋକ ମଧ୍ୟ ମିତ୍ର ସାଜିବା ପାଇଁ ଚେଷ୍ଟିତ ହେବ। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ସାମ୍ବାଦିକତା, ଆଇନ, ପ୍ରକାଶନ କ୍ଷେତ୍ରରେ ଯାହା ଓ ଯେମିତି ଇଚ୍ଛା କରୁଛନ୍ତି ତାହା ପାଇବେ।
ତୁଳା
ତୁଳା
ଲାଭ ଭାବରେ ଶୁକ୍ରଙ୍କ ସ୍ଥିତି ପ୍ରଭାବରୁ ଆନୁଷଙ୍ଗିକ ସାହାଯ୍ୟରେ ସ୍ଥଗିତ କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ। କଳା, କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ରାଶି ପ୍ରତି ରାଶ୍ୟାଧିପତି ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି କାରଣରୁ ଆରୋଗ୍ୟଲାଭ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି ପାଇଁ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ଆଶଙ୍କା ଉପୁଜିପାରେ। ନିକଟରେ ରହୁଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ମନେହେବ।
ଧନୁ
ଧନୁ
ବୃହସ୍ପତି ଦୁଃସ୍ଥାନସ୍ଥ ଯୋଗୁ ପୁରାତନ ରୋଗର ପୀଡ଼ା ସାମାନ୍ୟ ଅନୁଭବ କରିପାରନ୍ତି। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବ ନାହିଁ।
ମକର
ମକର
ରବି ଓ ଚନ୍ଦ୍ରଙ୍କ ରାଶି ପ୍ର୍ରତି ଦୃଷ୍ଟି ହେତୁ ପରିବାରରେ ମତାନ୍ତରଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଅବଶ୍ୟ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଆଶା ରହିଛି। ଧନହାନି ସହ ପୂର୍ବ ଶତ୍ରୁତାରୁ କଳହକୁ ଏଡ଼ି ହେବ ନାହିଁ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତିଙ୍କ ଯୋଗୁ ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିପାରନ୍ତି। ଅନ୍ୟମାନଙ୍କ ପ୍ରରୋଚନାରେ ନୀଚ ସଂସର୍ଗରେ ପୂର୍ବଭାଦ୍ର ସମାଲୋଚିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ଋଣ ପରିଶୋଧ କଷ୍ଟକର ହେବ। ଜମିଜମା କାରବାର, ନିର୍ମାଣ, ବାଣିଜ୍ୟରେ ଆଶାନୁଯାୟୀ ସୁଫଳ ପାଇବେ।
ମୀନମୀନ

କୋଣ ସ୍ଥାନରେ ଚନ୍ଦ୍ର ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। କ୍ଷତିରେ ଚାଲୁଥିବା ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଭୁଲ୍‌ ବୁଝାମଣାଜନିତ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।

The post ରାଶିଫଳ: ରବିବାର, ଅଗଷ୍ଟ ୪ ତାରିଖ – Daily Horoscope appeared first on Dharitri Odia News.