ରାଶିଫଳ: ରବିବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ହେବେ। ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକିବ ନାହିଁ। ଆଲୋଚନା ପରିସରରେ ନିଜ ସୀମା ଭିତରେ ନ ରହିଲେ ଅସୁବିଧା ଭୋଗିବେ। କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ବୃଷ ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ। କଳା, ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ […] The post ରାଶିଫଳ: ରବିବାର, ଫେବୃଆରୀ ୯ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଫେବୃଆରୀ ୯ ତାରିଖ – Daily Horoscope
ମେଷ
ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ହେବେ। ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକିବ ନାହିଁ। ଆଲୋଚନା ପରିସରରେ ନିଜ ସୀମା ଭିତରେ ନ ରହିଲେ ଅସୁବିଧା ଭୋଗିବେ। କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ। କଳା, ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସୁଫଳ ପାଇବେ। ଭଲ ସମ୍ପର୍କ ରହିଥିବା ପଡ଼ୋଶୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରି ଉପକୃତ ହୋଇପାରନ୍ତି।
ମିଥୁନ
ମିଥୁନ
ଦୀର୍ଘଦିନରୁ ଆଶା କରୁଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଯଥା ସମୟରେ ଅର୍ଥଲାଭ ହେବ। କିନ୍ତୁ ଆପଣଙ୍କୁ ବିଭିନ୍ନ ପ୍ରକାରର ସଂଘର୍ଷମୟ ସ୍ଥିତି ଉପତ୍ନ୍ନ କରିବାର ଆଶଙ୍କା ମଧ୍ୟ ରହିଛି। ଅତୀତ ଘଟଣାକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ରହୁଥିବାର ଅନୁଭବ କରିପାରନ୍ତି। କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
କର୍କଟ
କାର୍ଯ୍ୟସିଦ୍ଧି କଥା ଚିନ୍ତା ନ କରି କାମ କରିଚାଲନ୍ତୁ, କୌଣସି ଅସୁବିଧା ହେବନାହିଁ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ଯାହା ପାଇବା ସକାଶେ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ନିର୍ମାଣ, ଯୋଗାଯୋଗ, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ।
ସି˚ହ
ସି˚ହ
ଆଜି ନିଷ୍ପତ୍ତି ନେବା ପୂର୍ବରୁ ପରିବାରରେ ବୟସ୍କଙ୍କ ସହ ଆଲୋଚନା କଲେ ଭଲ। ସହକର୍ମୀଙ୍କ ମତକୁ ବିଚାରକୁ ନ ନେଲେ ପରିସ୍ଥିତି ବଦଳି ଯାଇପାରେ। ସମସ୍ତ ସୁବିଧା ଥିଲେ ମଧ୍ୟ ସହଯୋଗ ଅଭାବରୁ ତାହା ମଉଳିଯିବାର ଆଶଙ୍କା ରହିଛି। ବାଣିଜ୍ୟ, ନିର୍ମାଣ, ଯାତ୍ରା, କଚେରି ମାମଲା ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
କନ୍ୟା
ଆଜିର ଗ୍ରହସ୍ଥିତି ବିଶେଷଭାବରେ ପ୍ରତିକୂଳ ରହିବ ନାହିଁ। ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଗଲେ ମଧ୍ୟ ପର ମୁହୂର୍ତ୍ତରେ ସବୁ ଠିକ୍‍ ହୋଇଯିବ। ସଭାସମିତିରେ ନୀରବତା ଅବଲମ୍ବନ କରିବା ଦ୍ୱାରା ଅନ୍ୟମାନେ ବିଭିନ୍ନ ପ୍ରକାରର ଟୀକା ଟିପ୍ପଣୀ ଦେଇପାରନ୍ତି। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ତୁଳା
ତୁଳା
ଆଜିର ଗ୍ରହଯୋଗ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରାଇ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ସଫଳତା ହାସଲ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କୃତିତ୍ୱରୁ ପ୍ରଶଂସିତ ହେବେ।
ବିଛା
ବିଛା
ଆଜିର ଦିନଚର୍ଯ୍ୟା ମଧ୍ୟରେ କେତେକ ବ୍ୟକ୍ତି ନିଜର ଭଳି ଅଭିନୟ କରିପାରନ୍ତି। ପରିବାରରେ ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇପାରିବ। ପ୍ରକାଶନ, ପ୍ରଶାସନ, ଚୁକ୍ତିପତ୍ର, ରାଜନୀତି, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇପାରେ। ଅପେକ୍ଷା କରି ରହିଥତ୍ଲେ ହେଁ ବନ୍ଧୁର ଦେଖା ପାଇବେ ନାହିଁ।
ଧନୁ
ଧନୁ
ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସାମ୍ନା କରିବାରେ ସଫଳତା ପାଇବେ। ବ୍ୟବସାୟ, ପରିବହନ, ପ୍ରକାଶନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆମତ୍ୀୟଙ୍କ ପରୋକ୍ଷ ଶତ୍ରୁତା କାରଣରୁ କେତେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ।
ମକର
ମକର
ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁ ବିଭିନ୍ନ କଥା କହି କାମ ହାସଲ କରିବେ। ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟା କରି ଉପକୃତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଆଜି ବାଣିଜ୍ୟ ଓ ବ୍ୟବସାୟିକ ସଫଳତା ମିଳିବ। ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ପାରିବାରିକ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ନାସ୍ତିବାଣୀ ଶୁଣାଇ ପାରନ୍ତି।
ମୀନମୀନ

ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାର ସୂଚନା ରହିଛି। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ ଉପକୃତ ହୋଇପାରନ୍ତି।

The post ରାଶିଫଳ: ରବିବାର, ଫେବୃଆରୀ ୯ ତାରିଖ – Daily Horoscope appeared first on Dharitri Odia News.