ଚମ୍ପିଆନ୍ସ ଟ୍ରଫିରେ କେତେ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ, କାହାର ପଲ୍ଲା ରହିଛି ଭାରି…

ମୁମ୍ବାଇ ୨୬।୧୨: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫। ଯାହାର ଆୟୋଜନ କରିବାକୁ ପାକିସ୍ତାନ । ହେଲେ ଭାରତୀୟ ଟିମ୍‌ ପାକିସ୍ତାନ ଯିବାକୁ ରୋକଠୋକ ମନା କରିଦେଇଛି । ଆଉ ତାକୁ ଆଇସିସି ମଧ୍ୟ ମୋହର ମାରିଛି । ଭାରତୀୟ ଟିମ୍‌ ଖେଳିବାକୁ ଥିବା ସମସ୍ତ ମ୍ୟାଚ୍‌କୁ ହାଇବ୍ରିଡ୍‌ ମଡେଲରେ ଖେଳିବାକୁ ନିଷ୍ପତ୍ତି ହୋଇଛି । ଭାରତୀୟ ଟିମ୍‌ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳାଯିବାକୁ ସୂଚୀ ପ୍ରକାଶ ପାଇଛି । ଭାରତୀୟ ଟିମ୍‌ ଚମ୍ପିଆନ୍ସ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ଏହାପରେ ୨୩ ଫେବୃଆରୀରେ ପାକିସ୍ତାନ ସହ ଫାଇଟ୍‌ ରହିଛି । ତେବେ ଚମ୍ପିଆନ୍ସ ଟ୍ରଫିରେ କାହାର ପଲ୍ଲା ଭାରି ରହିଛି । ଭାରତର ନା ପାକିସ୍ତାନର ।ଚମ୍ପିଆନ୍ସ ଟ୍ରଫିରେ ଉଭୟ ଟିମ୍‌ ୫ ଥର ସାମ୍ନା ସାମ୍ନା ହୋଇଛନ୍ତି ।  ଯେଉଁଥିରେ ପାକିସ୍ତାନ ୩ଥର ବିଜୟୀ ହୋଇଥିବା ବେଳେ ଭାରତ ୨ଥର ବିଜୟୀ ହୋଇଛି । ୨୦୧୭ରେ ଚମ୍ପିଆନ୍ସ ଟ୍ରଫିରେ ଭାରତ ପାକିସ୍ତାନ ୨ ଥର ମୁହାଁମୁହିଁ ହୋଇଥିଲେ । ଗ୍ରୁପ ଷ୍ଟେଜ୍‌ରେ ପାକିସ୍ତାନ ହାରିଥିବା ବେଳେ ଫାଇନାଲ ମୁକାବିଲାରେ ଭାରତ ପରାସ୍ତ ହୋଇଥିଲା । ଆଉ ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍‌ର ହୋଇଥିଲା ପାକିସ୍ତାନ । ତେବେ ଦେଖାଯାଉ ୨୦୨୫ରେ କିଏ ମାରୁଛି ବାଜି । ପୂର୍ବ ରେକର୍ଡ ଅନୁସାରେ ପାକିସ୍ତାନ ବାଜି ମାରୁଛି.. ନା ନିଜର ପୂର୍ବ ରେକର୍ଡକୁ ବ୍ରେକ୍‌ ଦେଇ ନୂଆ ଇତିହାସ ଲେଖିବ ଭାରତୀ

ଚମ୍ପିଆନ୍ସ ଟ୍ରଫିରେ କେତେ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ, କାହାର ପଲ୍ଲା ରହିଛି ଭାରି…

ମୁମ୍ବାଇ ୨୬।୧୨: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫। ଯାହାର ଆୟୋଜନ କରିବାକୁ ପାକିସ୍ତାନ । ହେଲେ ଭାରତୀୟ ଟିମ୍‌ ପାକିସ୍ତାନ ଯିବାକୁ ରୋକଠୋକ ମନା କରିଦେଇଛି । ଆଉ ତାକୁ ଆଇସିସି ମଧ୍ୟ ମୋହର ମାରିଛି । ଭାରତୀୟ ଟିମ୍‌ ଖେଳିବାକୁ ଥିବା ସମସ୍ତ ମ୍ୟାଚ୍‌କୁ ହାଇବ୍ରିଡ୍‌ ମଡେଲରେ ଖେଳିବାକୁ ନିଷ୍ପତ୍ତି ହୋଇଛି । ଭାରତୀୟ ଟିମ୍‌ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳାଯିବାକୁ ସୂଚୀ ପ୍ରକାଶ ପାଇଛି । ଭାରତୀୟ ଟିମ୍‌ ଚମ୍ପିଆନ୍ସ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ଏହାପରେ ୨୩ ଫେବୃଆରୀରେ ପାକିସ୍ତାନ ସହ ଫାଇଟ୍‌ ରହିଛି । 

ତେବେ ଚମ୍ପିଆନ୍ସ ଟ୍ରଫିରେ କାହାର ପଲ୍ଲା ଭାରି ରହିଛି । ଭାରତର ନା ପାକିସ୍ତାନର ।ଚମ୍ପିଆନ୍ସ ଟ୍ରଫିରେ ଉଭୟ ଟିମ୍‌ ୫ ଥର ସାମ୍ନା ସାମ୍ନା ହୋଇଛନ୍ତି ।  ଯେଉଁଥିରେ ପାକିସ୍ତାନ ୩ଥର ବିଜୟୀ ହୋଇଥିବା ବେଳେ ଭାରତ ୨ଥର ବିଜୟୀ ହୋଇଛି । ୨୦୧୭ରେ ଚମ୍ପିଆନ୍ସ ଟ୍ରଫିରେ ଭାରତ ପାକିସ୍ତାନ ୨ ଥର ମୁହାଁମୁହିଁ ହୋଇଥିଲେ । ଗ୍ରୁପ ଷ୍ଟେଜ୍‌ରେ ପାକିସ୍ତାନ ହାରିଥିବା ବେଳେ ଫାଇନାଲ ମୁକାବିଲାରେ ଭାରତ ପରାସ୍ତ ହୋଇଥିଲା । ଆଉ ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍‌ର ହୋଇଥିଲା ପାକିସ୍ତାନ । ତେବେ ଦେଖାଯାଉ ୨୦୨୫ରେ କିଏ ମାରୁଛି ବାଜି । ପୂର୍ବ ରେକର୍ଡ ଅନୁସାରେ ପାକିସ୍ତାନ ବାଜି ମାରୁଛି.. ନା ନିଜର ପୂର୍ବ ରେକର୍ଡକୁ ବ୍ରେକ୍‌ ଦେଇ ନୂଆ ଇତିହାସ ଲେଖିବ ଭାରତୀୟ ଟିମ୍‌ । 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ୮ ଥର ଖେଳାଯାଇଛି ଚମ୍ପିଆନ୍ସ ଟ୍ରଫି । ୧୯୯୮ରେ ପ୍ରଥମ ଥର ପାଇଁ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ଯେଉଁଥିରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା । ଏହାପରେ ୨ୟ ସଂସ୍କରଣରେ ଜିତିଥିଲା ନିଜ୍ୟୁଲାଣ୍ଡ, ୩ୟ ସଂସ୍କରଣରେ ଭାରତ ଏବଂ ଶ୍ରୀଲଙ୍କାକୁ ଯୌଥ ବିଜୟ ଭାବେ ଘୋଷଣା କରାଯାଇଥିଲା । ୪ର୍ଥ ସଂସ୍କରଣରେ ବିଜୟୀ ହୋଇଥିଲା ଓ୍ୱେଷ୍ଟଇଣ୍ଡିଜ୍‌, ୫ମ ଏବଂ ୬ଷ୍ଠ ସଂସ୍କରଣରେ ଜିତିଥିଲା ଅଷ୍ଟ୍ରେଲିଆ, ୭ମ ସଂସ୍କରଣରେ ଜିତିଥିଲା ଟିମ୍‌ ଇଣ୍ଡିଆ, ୮ମ ସଂସ୍କରଣରେ ପାକିସ୍ତାନ ହୋଇଥିଲା ଚମ୍ପିଆନ  ।